କ୍ରୀଡ଼ା ମନ୍ତ୍ରୀ ସନ୍ଦୀପ ସିଂହ
- News18 Odia
- Last Updated :
- Other, India
News18 Odia Digital
ହରିୟାଣା: କ୍ରୀଡ଼ା ମନ୍ତ୍ରୀ ସନ୍ଦୀପ ସିଂ ହରିୟାଣାର ଜଣେ ଜୁନିଅର ଆଥଲେଟିକ୍ସ ମହିଳା ପ୍ରଶିକ୍ଷକଙ୍କ ଉପରେ ନିର୍ଯ୍ୟାତନା ମାମଲା ପଞ୍ଜିକରଣ କରିବା ପରେ ତାଙ୍କ ମନ୍ତ୍ରଣାଳୟକୁ ସିଏମଙ୍କୁ ହସ୍ତାନ୍ତର କରିଛନ୍ତି। ନିର୍ଯାତନା ଅଭିଯୋଗର ଅନୁସନ୍ଧାନ ପାଇଁ ଡିଜିପି ଏକ ଏସଆଇଟି ଗଠନ କରିଛନ୍ତି। ଏଥି ସହ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ବୋଲି ମନ୍ତ୍ରୀ କହିଛନ୍ତି।
ଜଣେ ଜୁନିୟର ମହିଳା ପ୍ରଶିକ୍ଷକଙ୍କ ଦ୍ୱାରା ନିର୍ଯ୍ୟାତନା ଅଭିଯୋଗରେ ହରିୟାଣା କ୍ରୀଡ଼ା ମନ୍ତ୍ରୀ ସନ୍ଦୀପ ସିଂଙ୍କୁ ଖଣ୍ଡଗିରି ପୋଲିସ fir ରୁଜୁ କରିଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ହରିୟାଣା ଡିଜିପି ମଧ୍ୟ ତିନି ଜଣିଆ ଏସଆଇଟି ଅନୁସନ୍ଧାନ କମିଟି ଗଠନ କରିଛନ୍ତି। ଏହି କମିଟି ମନ୍ତ୍ରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରିବ। ଏହି କମିଟିରେ ଆଇପିଏସ୍ ମମତା ସିଂ, ସମର ପ୍ରତାପ ସିଂ ଏବଂ ଏଚସିପି ରାଜକୁମାରଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। କମିଟିର ପୋଲିସ ଅଧିକାରୀ ମହିଳା କୋଚ୍ଙ୍କ ଅଭିଯୋଗର ଅନୁସନ୍ଧାନ କରିବେ ଏବଂ ଡିଜିପିଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ।
ଜୁନିଅର ଆଥଲେଟିକ୍ସ ପ୍ରଶିକ୍ଷକ ଗୁରୁବାର ଦିନ ମନ୍ତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ ଓ ଗୋଟିଏ ଦିନ ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ହୋଇଛି ଯେ ସନ୍ଦୀପ ସିଂ ମହିଳାଙ୍କୁ ଚଣ୍ଡିଗଡ଼ସ୍ଥିତ ତାଙ୍କ ବାସଭବନ କାର୍ଯ୍ୟାଳୟରେ ନିର୍ଯାତନା ଦେଇଥିଲେ, ଯେଉଁଠାରେ ସେ କିଛି ସରକାରୀ କାର୍ଯ୍ୟ ପାଇଁ ତାଙ୍କୁ ଭେଟିବାକୁ ଯାଇଥିଲେ। ତେବେ ମନ୍ତ୍ରୀ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ଏବଂ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।