News18 Odia Digital
ଚଣ୍ଡିଗଡ଼: ଏବେ ଭାରତୀୟ ପୋଲିସ ସେବାର (ଆଇ.ପି.ଏସ୍.) ବରିଷ୍ଠ ଅଧିକାରିଣୀ ଭାରତୀ ଅରୋଡ଼ା (IPS Bharti Arora) ଚର୍ଚ୍ଚାରେ ଅଛନ୍ତି । ଏହାର କାରଣ ହେଉଛି ତାଙ୍କର ସ୍ବେଚ୍ଛାକୃତ ଅବସର ନେବାକୁ ଆବେଦନ । ଇନ୍ସପେକ୍ଟର ଜେନେରାଲ୍ ଅଫ୍ ପୋଲିସ୍ (ଆଇ.ଜି.ପି.) ଦାୟିତ୍ୱ ଗ୍ରହଣ କରିବାର ମାତ୍ର ତିନି ମାସ ପରେ ହରିଆଣାର (Haryana) ଏହି ଅଫିସର୍ ସ୍ୱେଚ୍ଛାକୃତ ଭାବେ ଅବସର ନେବାକୁ ଆବେଦନ କରିଛନ୍ତି ।
ଡିଜିପି ମନୋଜ ଯାଦବଙ୍କ ଜରିଆରେ ମୁଖ୍ୟ ସଚିବ ଡଃ ବିଜୟ ବର୍ଦ୍ଧନଙ୍କୁ ଜୁଲାଇ ୨୪ରେ ଭାରତୀ ଅରୋଡ଼ା ଲେଖିଥିବା ଚିଠିରେ ନିଜ ସରକାରୀ ସେବାରୁ ତାଙ୍କୁ ମୁକ୍ତି ଦେବାକୁ ଅନୁରୋଧ କରିଛନ୍ତି । ୧୯୯୮ ବ୍ୟାଚର ଏହି ଆଇପିଏସ୍ ଅଧିକାରୀ କହିଛନ୍ତି ଯେ ଅଲ୍ ଇଣ୍ଡିଆ ସର୍ଭିସେଜ୍ ରୁଲ୍ସର ଧାରା ୧୬(୨) ଅଧୀନରେ ସେ ୫୦ ବର୍ଷର ହେଉଥିବାରୁ ତାଙ୍କୁ ଜୁଲାଇ ୩୧ ତାରିଖ ସୁଦ୍ଧା ସେବାରୁ ମୁକ୍ତି କରାଯାଉ ।
ଏହା ବି ପଢ଼ନ୍ତୁ | ACF ସୌମ୍ୟଙ୍କ ମୃତ୍ୟୁ: ମିଳିଲା ଆଉ ଏକ ଚିଠି; ବିଦ୍ୟା ଲେଖିଛନ୍ତି ‘ହେ ଭଗବାନ… କିଛି ବି କରିକି ଡିଭର୍ସ କରେଇ ଦିଅ’ଭାରତୀ ଅରୋଡ଼ା ଏହା ବି ଅନୁରୋଧ କରିଛନ୍ତି ଯେ ନିୟମ ଅନୁଯାୟୀ ତିନି ମାସର ନୋଟିସ୍ ଅବଧି ବି ତାଙ୍କ ପାଇଁ ଛାଡ଼ କରାଯାଉ । ଯଦିଓ ସମୟ ପୂର୍ବରୁ ଅବସର ନେବାକୁ ଇଚ୍ଛା ପ୍ରକାଶ କରିବା ପଛରେ ଥିବା କାରଣ ସ୍ପଷ୍ଟ ହୋଇନାହିଁ, ନିଜ ଆବେଦନର ଶେଷରେ ସେ “ସାରା ଜୀବନ ଭଗବାନଙ୍କ ଭକ୍ତିରେ ବିତାଇବା” ଇଚ୍ଛା ବିଷୟରେ ଲେଖିଛନ୍ତି ।

ଭାରତୀ ଅରୋଡ଼ା ୨୩ ବର୍ଷ ପୋଲିସ ସେବାରେ ବିତାଇଛନ୍ତି ।
“ମୋ’ ସେବା ମୋ’ର ଗର୍ବ ଓ ଉତ୍ସାହ ରହିଛି । ମୋତେ ସେବା କରିବାକୁ, ଶିଖିବାକୁ ଓ ବଢ଼ିବାକୁ ସୁଯୋଗ ଦେଇଥିବାରୁ ମୁଁ ଏହି ସେବା ପାଇଁ ବହୁତ କୃତଜ୍ଞ । ମୋତେ ସଠିକ୍ ରାସ୍ତା ଦେଖାଇଥିବାରୁ ହରିୟାଣା ରାଜ୍ୟକୁ ମୋ’ର କୃତଜ୍ଞତା,’’ ନିଜ ଚିଠିରେ ଲେଖିଛନ୍ତି ଭାରତୀ ଅରୋଡ଼ା (IPS Bharti Arora retirement request VRS)।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଇଏ ଜଣେ ମା’; ନାମ ଭାଗ୍ୟଲକ୍ଷ୍ମୀ; ନିଜ ଦୁଇ କୁନି ପୁଅଝିଅଙ୍କୁ କୂଅରେ ପକେଇ ମାରିଦେଲେ“ବର୍ତ୍ତମାନ ମୁଁ ଜୀବନର ମୂଳ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛି। ମୁଁ ଗୁରୁ ନାନକ ଦେବ, ଚୈତନ୍ୟ ମହାପ୍ରଭୂ, କବୀର ଦାସ, ତୁଳସୀ ଦାସ, ସୁରଦାସ, ମୀରାବାଇ ଓ ସୁଫି ସାଧୁମାନଙ୍କ ପରି ପବିତ୍ର ସାଧୁମାନଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଦେଇ ଅତିକ୍ରମ କରିବାକୁ ଇଚ୍ଛା କରୁଛି । ମୋ’ର ଅବଶିଷ୍ଟ ଜୀବନ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତି ଓ ସେବାରେ ଉତ୍ସର୍ଗ କରିବାକୁ ମୁଁ ଚାହଁଛି,’’ ସେହି ଛିଠିରେ ସେ ଲେଖିଛନ୍ତି ।
ଏହା ବି ପଢ଼ନ୍ତୁ | ଓଡ଼ିଶାକୁ ପୁଣି ଘାରିଲା ମାଓବାଦୀ ଚିନ୍ତା; ସ୍ବାଭିମାନ ଅଞ୍ଚଳ ଛାଡ଼ି ସୀମାନ୍ତରେ ସକ୍ରିୟ ହେଉଛି ଲାଲ ବାହିନୀତିନି ମାସ ପୂର୍ବରୁ ଭାରତୀଙ୍କ ବ୍ୟାଚମେଟ ତଥା ପଞ୍ଜାବ କ୍ୟାଡର ଆଇ.ପି.ଏସ. ଅଧିକାରୀ କୱଁର ବିଜୟ ପ୍ରତାପ ଏପ୍ରିଲରେ ସ୍ୱେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଥିଲେ ଓ ଜୁନ୍ ମାସରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ବିଧାନ ସଭା ନିର୍ବାଚନରେ ସେ ପ୍ରାର୍ଥୀ ହୋଇପାରନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | କଟକ: ଛାଡ଼ପତ୍ର ପାଇଁ ୩ ବର୍ଷ କୋର୍ଟରେ ଲଢ଼ିବା ପରେ ହାତ ଧରି ଏକାଠି ଘରକୁ ଫେରିଲେ ପତି-ପତ୍ନୀଭାରତୀ ଅରୋଡ଼ା ନିଜ ୨୩ ବର୍ଷର ପୋଲିସ ସେବା ସମୟରେ ସମଝୌତା ଏକ୍ସପ୍ରେସ୍ ବୋମା ବିସ୍ଫୋରଣ ପରି ଚର୍ଚ୍ଚିତ ମାମଲାର ତଦନ୍ତ କରିଥିଲେ । ଫେବୃଆରୀ ୧୮, ୨୦୦୭ରେ ହରିୟାଣାର ପାନିପତ ନିକଟରେ ହୋଇଥିବା ବିସ୍ଫୋରଣରେ ୬୮ ଜଣ ଲୋକଙ୍କର, ଅଧିକାଂଶ ପାକିସ୍ତାନୀ, ମୃତ୍ୟୁ ଘଟିଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ମୁଁ ସୁସ୍ଥ ଅଛି,’’ କହିଲେ ଗାୟିକା ଅସୀମା ପଣ୍ଡା; ଦୁର୍ଘଟଣା ମୃତ୍ୟୁର ‘ଭାଇରାଲ୍ ମିଛ’ ଉପରେ ବର୍ଷିଲେହରିୟାଣାରେ କଂଗ୍ରେସ ଶାସନ କାଳରେ ଭାରତୀ ଅରୋଡ଼ା ଅମ୍ବାଲାରେ ଏସ୍.ପି. ଥିବା ବେଳେ ୨୦୦୯ ମସିହାରେ ତତ୍କାଳୀନ ବିଜେପି ବିଧାୟକ ଅନିଲ୍ ବିଜଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ । ଅନିଲ ଭିଜ୍ ଏବେ ରାଜ୍ୟର ଗୃହ ମନ୍ତ୍ରୀ ଅଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବର୍ଷା-ଅନୁଭବ ଛାଡ଼ପତ୍ର ମାମଲା: ଫ୍ୟାମିଲି କୋର୍ଟରେ ହାଜର ହେଲେ ଦୁହେଁ; ‘‘ନ୍ୟାୟର ଜୟ ହେଉ’’୨୦୧୫ରେ ଭାରତୀ ଅରୋଡ଼ା ପୁଣି ଥରେ ଚର୍ଚ୍ଚାକୁ ଆସିଥିଲେ । ସେ ଗୁରୁଗ୍ରାମରେ ଏକ ବଳାତ୍କାର ମାମଲାର ତଦନ୍ତ କରୁଥିବା ବେଳେ ନିଜ ବରିଷ୍ଠ ସହକର୍ମୀ ନବଦୀପ ସିଂ କୁମାରଙ୍କ ବିରୁଦ୍ଧରେ ତଦନ୍ତରେ ବାଧା ସୃଷ୍ଟି କରୁଥିବା ଓ ତାଙ୍କୁ ଧମକ ଦେଉଥିବା ଅଭିଯୋଗ କରିଥିଲେ ।
ଏପ୍ରିଲ୍ ୨୯ ତାରିଖରେ କର୍ଣ୍ଣଲରୁ ସ୍ଥାନାନ୍ତରିତ ହୋଇ ଭାରତୀ ଅରୋଡ଼ା ଅମ୍ବାଲା ରେଞ୍ଜର ଆଇ.ଜି.ପି. ହୋଇଥିଲା । ତାଙ୍କ ପାଖରେ କର୍ଣ୍ଣଲ ରେଞ୍ଜ ଆଇ.ଜି.ପି.ର ଅତିରିକ୍ତ ଚାର୍ଜ ମଧ୍ୟ ମେ ୧୦ ତାରିଖ ପର୍ଯ୍ୟନ୍ତ ଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।