News18 Odia Digital
Cough Syrups Controversy: ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡର କଫ୍ ସିରପ ଉତ୍ପାଦନ ଉପରେ ହରିୟାଣା ସରକାର ନିଷେଧ କରିଛନ୍ତି। ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ହରିୟାଣାର ମେଡେନ ଫାର୍ମାସ୍ୟୁଟିକାଲ୍ସର ତିନୋଟି କଫ ସିରପ ବିରୋଧରେ ଡାକ୍ତରୀ ଆଲର୍ଟ ଜାରି କରିଛି। ସେବେଠାରୁ କମ୍ପାନୀର କଫ ସିରପକୁ ନେଇ ବିବାଦ ଲାଗି ରହିଥିଲା।
ଅନିଲ ବିଜୟ ଆଉ କଣ କହିଛନ୍ତିଅନିଲ ବିଜୟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଛନ୍ତି। ରିପୋର୍ଟ ଆସିବା ପରେ ଯଦି କିଛି ଭୁଲ ଦେଖାଯାଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହରିୟାଣାର କେନ୍ଦ୍ର ଓ ଫାର୍ମାସ୍ୟୁଟିକାଲ୍ ବିଭାଗର ମିଳିତ ଯାଞ୍ଚ ପରେ ପ୍ରାୟ ୧୨ଟି ଭୁଲ ମିଳିଛି, ଏହାକୁ ଦୃଷ୍ଟିରେ ରଖି ମୋଟ ଉତ୍ପାଦନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ନୋଟିସ ଦିଆଯାଇଛି ବୋଲି ସେ କହିଛନ୍ତି।
ଖବର ଅନୁଯାୟୀ, ହରିୟାଣା ଖାଦ୍ୟ ଓ ଔଷଧ ପ୍ରଶାସନ କମ୍ପାନୀର କଫ ସିରପ ଉତ୍ପାଦନ କାରଖାନାର ଅଭାବ ଦର୍ଶାଇଛି। ହରିୟାଣାର ଫାର୍ମାସ୍ୟୁଟିକାଲ୍ ଅଧିକାରୀମାନେ ସୋନିପତରେ କମ୍ପାନୀର ଉତ୍ପାଦନ କାରଖାନା ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଔଷଧ ଉତ୍ପାଦନର ଉଲ୍ଲଂଘନର ୧୨ଟି ଭୁଲ ପଏଣ୍ଟ ତାଲିକାଭୁକ୍ତ କରାଯାଇଛି।
କମ୍ପାନୀକୁ ଦିଆଯାଇଛି କାରଣ ଦର୍ଶାନ୍ତୁ ନୋଟିସହରିୟାଣା ଡ୍ରଗ୍ କଣ୍ଟ୍ରୋଲର୍ ମେଡେନ ଫାର୍ମାସ୍ୟୁଟିକାଲ୍ସକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଓ ଏହାର ଉତ୍ପାଦନ ଲାଇସେନ୍ସ କାହିଁକି ବାତିଲ କରାଯାଉ ନାହିଁ ବୋଲି ପଚାରିଛନ୍ତି। ଅକ୍ଟୋବର ୧୪ ସୁଦ୍ଧା ଫାର୍ମାସ୍ୟୁଟିକାଲ୍ସକୁ କାରଣ ଦର୍ଶାଅ ନୋଟିସର ଜବାବ ଦେବାକୁ ପଡ଼ିବ।
ହରିୟାଣାର ଖାଦ୍ୟ ଓ ଔଷଧ ପ୍ରଶାସନ ବିଭାଗ ଅନୁଯାୟୀ, ମେଡେନ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ଉତ୍ପାଦନ ଓ ପରୀକ୍ଷଣ କ୍ଷେତ୍ରରେ ଉପକରଣର ଲଗ ବୁକ୍ ପ୍ରସ୍ତୁତ କରିବାରେ ବିଫଳ ହୋଇଥିଲା। ଅଧିକାରୀ କହିଛନ୍ତି ଯେ ଔଷଧ ଉତ୍ପାଦନରେ ବ୍ୟବହୃତ ପ୍ରୋପିଲିନ୍ ଗ୍ଲାଇକଲ୍, ସୋର୍ବିଟୋଲ୍ ସଲ୍ୟୁସନ୍ ଓ ସୋଡିୟମ୍ ମିଥାଇଲପାରାବେନର ବ୍ୟାଚ୍ ସଂଖ୍ୟା ଉଲ୍ଲେଖ କରାଯାଇ ନାହିଁ।
ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମେଡେନ ଫାର୍ମାସ୍ୟୁଟିକାଲ୍ସ ଚାରୋଟି କଫ ସିରପ ପାଇଁ ପ୍ରକ୍ରିୟା ଯାଞ୍ଚ ଓ ଆନାଲିଟିକାଲ୍ ପଦ୍ଧତି ଯାଞ୍ଚ କରିନାହାଁନ୍ତି। ଏପର୍ଯ୍ୟନ୍ତ ଚାରୋଟି ରାଜ୍ୟ କହିଛନ୍ତି ଯେ ଫାର୍ମା କମ୍ପାନୀର ଅନେକ ଔଷଧ ଗୁଣାତ୍ମକ ମାନ ସହିତ ମେଳ ଖାଉ ନାହିଁ।
ପ୍ରକାଶ ଥାଉକିୀ ୨୦୧୧ରେ ଭିଏତନାମ କମ୍ପାନୀକୁ ନିଷିଦ୍ଧ କରିଥିଲା। WHO ଦ୍ୱାରା କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ପରେ ଭାରତ ତୁରନ୍ତ ପରୀକ୍ଷା ପାଇଁ କଫ ସିରପ୍ର ନମୁନା ପଠାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।