ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ରାମ ରହୀମଙ୍କୁ ହରିୟାଣା ସରକାର ଗୁପ୍ତରେ ପାରୋଲ ଦେଲେ

ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହୀମ (Gurmeet Ram Rahim) ଅସୁସ୍ଥ ମାଙ୍କୁ ଭେଟିବା ପାଇଁ ଗୋଟିଏ ଦିନ ପାରୋଲ ମାଗିଥିଲେ । ପ୍ରବଳ ସୁରକ୍ଷା ମଧ୍ୟରେ ତାଙ୍କୁ ସୁନାରିଆ ଜେଲରୁ ଗୁରୁଗ୍ରାମ ହସ୍ପିଟାଲକୁ ନିଆଯାଇଥିଲା । ସୂତ୍ରରୁ ପ୍ରକାଶ ଯେ ଏହି ସମୟ ମଧ୍ୟରେ ହରିୟାଣା ପୋଲିସର ତିନୋଟି କଣ୍ଟିଜେଣ୍ଟ ସେଠାରେ ରହିଥିଲେ ।

ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ରାମ ରହୀମଙ୍କୁ ହରିୟାଣା ସରକାର ଗୁପ୍ତରେ ପାରୋଲ ଦେଲେ
ରାମ ରହୀମ ରୋହତକର ସୁନାରିଆ ଜେଲରେ ରହିଛନ୍ତି
  • News18 Odia
  • Last Updated: November 7, 2020, 12:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ରୋହତକ: ବଳାତ୍କାର ଓ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ହରିୟାଣାର ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହୀମଙ୍କୁ ଗୋଟିଏ ଦିନ ପାଇଁ ପାରୋଲ ଦିଆଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ ୨୪ ଅକ୍ଟୋବରରେ ରାମ ରହୀମଙ୍କୁ ପାରୋଲ ଦିଆଯାଇଥିଲା ଯାହାର ସୂଚନା ଏବେ ବାହାରକୁ ଆସିଛି ।

ଡେରା ସଚ୍ଚା ସୌଦାର ମୁଖ୍ୟ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ରୋହତକ ଜେଲରେ ରଖାଯାଇଛି । ସୂତ୍ରରୁ ପ୍ରକାଶ ଯେ ରାମ ରହୀମ ନିଜର ଅସୁସ୍ଥ ମା’ଙ୍କୁ ଭେଟିବା ପାଇଁ ଗୋଟିଏ ଦିନ ପାରୋଲ ମାଗିଥିଲେ । ତାଙ୍କୁ ଗୁରୁଗାମର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରାମ ରହୀମଙ୍କ ସୁରକ୍ଷା ପାଇଁ ତିନିଟି ପୋଲିସ ଟିମ୍ ନିୟୋଜିତ ହୋଇଥିଲେ
ପ୍ରବଳ ସୁରକ୍ଷା ମଧ୍ୟରେ ଡେରା ମୁଖ୍ୟଙ୍କୁ ସୁନାରିଆ ଜେଲରୁ ଗୁରୁଗ୍ରାମ ହସ୍ପିଟାଲକୁ ନିଆଯାଇଥିଲା । ସୂତ୍ରରୁ ପ୍ରକାଶ ଯେ ରାମ ରହୀମ ତାଙ୍କ ଅସୁସ୍ଥ ମା ସହିତ ୨୪ ଅକ୍ଟୋବର ସନ୍ଧ୍ୟା ପର୍ଯ୍ୟନ୍ତ ରହିଥିଲେ । ସୂତ୍ରରୁ ପ୍ରକାଶ ଯେ ହରିୟାଣା ପୋଲିସର ତିନୋଟି କଣ୍ଟିଜେଣ୍ଟ ନିୟୋଜିତ ହୋଇଥିଲେ । ଗୋଟିଏ ୟୁନିଟରେ ୮୦ ରୁ ୧୦୦ ସୁରକ୍ଷା କର୍ମୀ ଥିଲେ ।ଡେରା ମୁଖ୍ୟଙ୍କୁ ଜେଲ ଭିତରୁ ପୋଲିସ ଭେନରେ ଅଣାଯାଇଥିଲା । କୁହାଯାଉଛି ଯେ ରୋହତକ ପୋଲିସ ସୁରକ୍ଷା ପାଇଁ ଅନୁରୋଧ ଗ୍ରହଣ କରିଛି ଓ ଅକ୍ଟୋବର ୨୪ ତାରିଖ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇ ଦିଆଯାଇଛି ।

ପାରୋଲ ଉପରେ ଉଠାଯାଇଛି ପ୍ରଶ୍ନ
କୁହାଯାଉଛି ଯେ କେବଳ ହରିୟାଣାର କିଛି ବରିଷ୍ଠ ସରକାରୀ କର୍ମଚାରୀ ଏହା ଜାଣିଛନ୍ତି । ଏହାପୂର୍ବରୁ ରାମରହିମଙ୍କୁ ବେତନ ଦେବା କଥା ମଧ୍ୟ ପ୍ରକାଶ ପାଇଥିଲା । ତେବେ ସରକାର ପାରୋଲ ଦେବାକୁ ମନା କରିଦେଇଥିଲେ । କିନ୍ତୁ ପାରୋଲ କିପରି ଦିଆଯାଇଛି ସେନେଇ ପ୍ରଶ୍ନ ଉଠିଛି ।
Published by: Jagdish Barik
First published: November 7, 2020, 12:05 PM IST
corona virus btn
corona virus btn
Loading