କଂଗ୍ରେସର ପ୍ରତିଶ୍ରୁତି; ନର୍ବାଚନ ଜିତିଲେ ପ୍ରତି ଘରକୁ ଫ୍ଲାଟ-ବିଜୁଳି-ଗ୍ୟାସ ଚାକିରି

ନିର୍ବାଚନ ଆଗରୁ କଂଗ୍ରେସର ବଡ଼ ଘୋଷଣା। ଜିତିଲେ ଗ୍ୟାସ, ଫ୍ଲାଟ, ଚାକିରି, ବିଜୁଳି ମାଗଣା ପ୍ରଦାନ କରିବ ଦଳ ।

କଂଗ୍ରେସର ପ୍ରତିଶ୍ରୁତି

କଂଗ୍ରେସର ପ୍ରତିଶ୍ରୁତି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Haryana Election 2024: ୨୦୨୪ ନିର୍ବାଚନ ଜିତିଲେ ଲୋକଙ୍କୁ ପ୍ରତି ଗ୍ୟାସ ସିଲିଣ୍ଡର ୫୦୦ ଟଙ୍କାରେ ଯୋଗାଇ ଦିଆଯିବ । କେବଳ ସେତିକି ନୁହେଁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି, ଖାଲି ପଡିଥିବା ସରକାରୀ ପଦରେ ୨ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ । କେବଳ ସେତିକି ନୁହେଁ, ବାର୍ଦ୍ଧକ୍ୟ ଭତ୍ତା ୬ ହଜାର ଟଙ୍କାକୁ ବୃଦ୍ଧି କରାଯିବା ସହ ପୁରୁଣା ପେନସନ ଯୋଜନା ଲାଗୁ କରାଯିବ । ସବୁଠାରୁ ବଡ କଥା ହେଉଛି ପ୍ରତି ଗରିବ ପରିବାରକୁ ମାଗଣାରେ ୯୦୦ ବର୍ଗଫୁଟର ଫ୍ଲାଟ୍ ବଣ୍ଟନ କରାଯିବ । ନିର୍ବାଚନ ସମୟ ପାଖେଇ ଆସିଥିବାରୁ ଏଭଳି କିଛି ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସର ନେତା ଦିପେନ୍ଦ୍ରସିଂ ହୁଡ୍ଡା(Deepender Singh Hooda) ।

ନିର୍ବାଚନ ଆସିଲେ ରାଜନୈତିକ ଦଳ ଭୋଟ ହାତେଇବା ପାଇଁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇଥାନ୍ତି । କେହି ଗାଁକୁ ରାସ୍ତା ତ ଆଉ କେହି ସବୁ ସୁବିଧା ଯୋଗାଇଦେବା ବଦଳରେ ଜନତାଙ୍କଠୁ ଭୋଟ ଆଶା କରିଥାନ୍ତି । ହରିୟାଣାରେ ମଧ୍ଯ ନିର୍ବାଚନ ସମୟରେ ଏମିତି କିଛି ଅଜବ ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଦିପେନ୍ଦ୍ରସିଂ ହୁଡ୍ଡା

ନିର୍ବାଚନୀ ଇସ୍ତାହାର; ଚାଷୀ ପୁଅକୁ ବାହା ହେଲେ ଝିଅଙ୍କୁ ମିଳିବ ୨ ଲକ୍ଷ ଟଙ୍କା

ସୂଚନାଯୋଗ୍ୟ, ହରିୟାଣାରେ ଆସନ୍ତା ବର୍ଷ ଲୋକସଭା ଓ ବିଧାମସଭା ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ଦଳ ଜୋରଦାର ପ୍ରସ୍ତୁତିରେ ଲାଗିପଡ଼ିଛି । ବିଜେପି ସତ୍ତା ବଞ୍ଚାଇବାକୁ ଚେଷ୍ଟା ଚଳାଇଥିବା ସମୟରେ କଂଗ୍ରେସ ନେତାଙ୍କ ଏଭଲି ବୟାନ ସାମ୍ନାକୁ ଆସିଛି । କର୍ଣ୍ଣାଟକକେ କଂଗ୍ରେସ ବିଜୟ ହାସଲ ପରେ ଦଳ ହରିୟାଣାରେ ମଧ୍ଯ ବହୁମତ ହାସଲ କରିବା ନେଇ ଆଶା ରଖିଛି ।
Published by:Soumya Das
First published: