ମୋନହର ଲାଲ ଖଟ୍ଟର (ପ୍ରତୀକାତ୍ମକ ଛବି)
News18 Odia Digital
ମନୋହର ଲାଲ ଖଟ୍ଟର କହିଛନ୍ତି, "ଯେତେବେଳେ ପୂର୍ବ ଓ ପାଶ୍ଚାତ୍ୟ ଏକ ହୋଇପାରୁଛି, ସେତେବେଳେ ପାକିସ୍ତାନ ଓ ବାଂଲାଦେଶର ଭାରତ ସହିତ ମିଶ୍ରଣ ମଧ୍ୟ ସମ୍ଭବ ହୋଇପାରେ। ବହୁ ପୂର୍ବରୁ ନୁହେଁ ବରଂ ୧୯୯୨ ମସିହାରେ ଲୋକମାନେ ବର୍ଲିନରେ ଓ୍ୱାଲ ଭାଙ୍ଗି ଦେଇଥିଲେ।
ଖଟ୍ଟର ମଧ୍ୟ ୧୯୪୭ ମସିହାରେ ଦେଶର ବିଭାଜନକୁ ଯନ୍ତ୍ରଣାଦାୟକ ବୋଲି କହିଥିଲେ। ଗୁରୁଗ୍ରାମରେ ବିଜେପିର ଜାତୀୟ ସଂଖ୍ୟାଲଘୁ ମୋର୍ଚ୍ଚାର ଶିବିରରେ ଏପରି କହିଛନ୍ତି ଖଟ୍ଟର।
କଂଗ୍ରେସକୁ ଟାର୍ଗେଟ କରୁଥିବାବେଳେ ମନୋହର ଲାଲ ଖଟ୍ଟର ଅଭିଯୋଗ କରିଛନ୍ତି ଯେ ଗ୍ରାଣ୍ଡ ଆଲାଇନ୍ସ ସଂଗଠନର ଭୟ ଦେଖାଇ ସଂଖ୍ୟାଲଘୁଙ୍କ ମଧ୍ୟରେ ଅସୁରକ୍ଷିତତା ସୃଷ୍ଟି କରିଛି। ସେ କହିଛନ୍ତି ଯେ ସ୍ୱାଧୀନତା ପରଠାରୁ ଦଳ ସଂଖ୍ୟାଲଘୁମାନଙ୍କୁ ଏକ ଭୋଟ୍ ବ୍ୟାଙ୍କ ଭାବରେ ବ୍ୟବହାର କରିଆସୁଛି।
ମନୋହର ଲାଲ ଖଟ୍ଟର ହରିୟାଣାର ଦଶମ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି। ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପୂର୍ବରୁ ସେ ପୂର୍ବତନ ଆରଏସଏସ ପ୍ରଚାରକ ଥିଲେ। ସେ ହରିୟାଣା ବିଧାନସଭାରେ କର୍ଣ୍ଣଲ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।