ମୋଦି ସରକାରଙ୍କ କୃଷି ବିଲକୁ ବିରୋଧ କରି କେନ୍ଦ୍ର ମନ୍ତ୍ରୀ ହରସିମରତ କୌର୍ ବାଦଲ ଇସ୍ତଫା ଦେଲେ

ଏହା ପୂର୍ବରୁ ନିଜ ସହଯୋଗୀ ଭାରତୀୟ ଜନତା ପାର୍ଟିକୁ ପରୋକ୍ଷରେ ଚେତାବନୀ ଦେଇ ଶିରୋମଣି ଅକାଳୀ ଦଳ ସଭାପତି ସୁଖବୀର ସିଂ ବାଦଲ କହିଥିଲେ ଯେ ତାଙ୍କ ଦଳ ଦେଶର ଚାଷୀଙ୍କ ହିତ ପାଇଁ କିଛି ବି ବଳିଦାନ ଦେଇପାରେ ।

ମୋଦି ସରକାରଙ୍କ କୃଷି ବିଲକୁ ବିରୋଧ କରି କେନ୍ଦ୍ର ମନ୍ତ୍ରୀ ହରସିମରତ କୌର୍ ବାଦଲ ଇସ୍ତଫା ଦେଲେ
କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ (ଫାଇଲ୍ ଫଟୋ)
  • News18 Odia
  • Last Updated: September 17, 2020, 10:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ସରକାର ଆଣୁଥିବା କୃଷି ସମ୍ବନ୍ଧୀୟ ବିଲ୍‌କୁ ବିରୋଧ କରି ଶିରୋମଣି ଅକାଳୀ ଦଳର (Shiromani Akali Dal) ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ (Harsimrat Kaur Badal) କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ବାଦଲ ଏକ ଟ୍ୱିଟ୍‌ କରି ଏହା ବିଷୟରେ ସୂଚନା ଦେଇଛନ୍ତି।

ସେ ଲେଖିଛନ୍ତି, ‘‘ମୁଁ କୃଷକ ବିରୋଧୀ ଅଧ୍ୟାଦେଶ ଓ ଆଇନକୁ ବିରୋଧ କରି କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଛି । ମୁଁ ଗର୍ବିତ ଯେ ମୁଁ କୃଷକମାନଙ୍କ ସହିତ ସେମାନଙ୍କ ଝିଅ ଓ ଭଉଣୀ ପରି ଠିଆ ହୋଇଛି ।’’

ଏହା ପୂର୍ବରୁ ଶିରୋମଣି ଅକାଳୀ ଦଳ ସାଂସଦ ତଥା ଦଳର ସଭାପତି ସୁଖବୀର ସିଂ ବାଦଲ (Sukhbir Singh Badal) ଲୋକସଭାରେ ହରସିମରତଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇଥିଲେ । ଶିରୋମଣି ଅକାଳୀ ଦଳ କ୍ରମାଗତ ଭାବରେ କୃଷି ବିଲଗୁଡ଼ିକର (Agriculture Bills) ବିରୋଧ କରିଆସୁଛି ।



ଏହା ପୂର୍ବରୁ ନିଜ ସହଯୋଗୀ ଭାରତୀୟ ଜନତା ପାର୍ଟିକୁ (Bharatiya Janta Party) ପରୋକ୍ଷରେ ଚେତାବନୀ ଦେଇ ଶିରୋମଣି ଅକାଳୀ ଦଳ (SAD) ସଭାପତି ସୁଖବୀର ସିଂ ବାଦଲ କହିଥିଲେ ଯେ ତାଙ୍କ ଦଳ ଚାଷୀଙ୍କ ହିତ ପାଇଁ କିଛି ବି ବଳିଦାନ ଦେଇପାରେ । ସରକାର ସଂସଦରେ ଉପସ୍ଥାପିତ କରିଥିବା କୃଷି କ୍ଷେତ୍ର ସହ ଜଡିତ ତିନୋଟି ବିଲ୍କୁ ଶିରୋମଣି ଅକାଳୀ ଦଳ କଡ଼ା ବିରୋଧ କରିଥିଲା ଓ ଚାଷୀଙ୍କ ସମସ୍ୟାର ସମାଧାନ କରିବା ପାଇଁ କେନ୍ଦ୍ରକୁ ଆହ୍ୱାନ କରିଥିଲା ।

ବାଦଲ ପିଟିଆଇକୁ କହିଛନ୍ତି ଯେ ଯେ ପର୍ଯ୍ୟନ୍ତ କୃଷି ସମ୍ବନ୍ଧୀୟ ଏହି ତିନୋଟି ବିଲ ଉପରେ କୃଷକ ସଙ୍ଗଠନ, କୃଷକ ଓ କୃଷି ଶ୍ରମିକଙ୍କ ସବୁ ଆପତ୍ତିର ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ଏହି ବିଲଗୁଡ଼ିକୁ ସଂସଦର ଅନୁମୋଦନ ପାଇଁ ଉପସ୍ଥାପନ ନ କରିବାକୁ ପଞ୍ଜାବର (Punjab) ଏହି ଦଳ  କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି।

ଶିରୋମଣି ଅକାଳୀ ଦଳ (SAD) ସଭାପତି ସୁଖବୀର ସିଂ ବାଦଲ


ମଙ୍ଗଳବାର ଦିନ ପଞ୍ଜାବର ଫିରୋଜପୁରରୁ ସାଂସଦ ନିର୍ବାଚିତ ହୋଇଥିବା ହରସିମରତ କୌର୍‌ ବାଦଲ ଲୋକସଭାରେ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ୍ ୨୦୨୦ ବିରୋଧରେ ଭୋଟ୍ ଦେଇ କହିଥିଲେ ଯେ ସେହି ଆଇନ କୃଷକଙ୍କ ସ୍ୱାର୍ଥର ବିରୁଦ୍ଧାଚରଣ କରୁଛି ।

ସରକାର ସୋମବାର ଦିନ କୃଷି ଉତ୍ପାଦନ ବାଣିଜ୍ୟ (ସମ୍ବର୍ଦ୍ଧନ ଓ ସରଳୀକରଣ) ବିଲ୍, କୃଷକ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଚୁକ୍ତିନାମା ବିଲ୍ ଓ କୃଷି ସେବା ଅର୍ଡିନାନ୍ସ ଓ ଜରୁରୀ ଦ୍ରବ୍ୟ (ସଂଶୋଧନ) ବିଲ୍ ଆଗତ କରିଥିଲେ । ଏହି ତିନୋଟି ବିଧେୟକ (ବିଲ୍‌) ପୂର୍ବରୁ ଜାରି ହୋଇଥିବା ଅଧ୍ୟାଦେଶଗୁଡ଼ିକୁ ଆଇନରେ ବଦଳାଇବା ଆଗତ କରାଯାଇଥିଲା ।

‘‘ଏହି ବିଲଗୁଡ଼ିକୁ ଆଗତ କରିବା ପୂର୍ବରୁ କେନ୍ଦ୍ର ସରକାର ନିଜ ସହଯୋଗୀ ଦଳ ଏବଂ ଅନ୍ତତଃ ପକ୍ଷେ ସେହି ଦଳମାନଙ୍କ ସହ ଯୋଗାଯୋଗ କରିବା ଉଚିତ୍ ଯେଉଁମାନେ ନିଶ୍ଚିତ ଭାବରେ କୃଷକମାନଙ୍କ ଦଳ । କ୍ୟାବିନେଟ ବୈଠକରେ ଯେତେବେଳେ ଏହି ପ୍ରସଙ୍ଗ ଉଠିଥିଲା, ସେତେବେଳେ ଆମର ମନ୍ତ୍ରୀ ହରସିମରତ କୌର ବାଦଲ ନିଜର ଆପତ୍ତି ଜଣାଇଥିଲେ,’’ କହିଛନ୍ତି ସୁଖବିର ସିଂ ବାଦଲ ।

ପ୍ରସ୍ତାବିତ ଆଇନଗୁଡ଼ିକୁ ନେଇ ସୁଖବିର ଉଦବେଗ ପ୍ରକାଶ କରି କହିଛନ୍ତି ଯେ ସେହି ଆଇନଗୁଡ଼ିକ ଦେଶର ସମଗ୍ର କୃଷି କ୍ଷେତ୍ର ଓ କ୍ରୟ ବ୍ୟବସ୍ଥା ଉପରେ ପ୍ରଭାବ ପକାଇବ।

ଏହା ବି ପଢ଼ନ୍ତୁ କି ସାହସରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲାଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବିର ସିଂ ବାଦଲ କହିଛନ୍ତି, ‘‘ଯଦି ଅବଶିଷ୍ଟ ଦୁଇଟି ବିଲ୍ ସଂସଦର ବିଚାର ପାଇଁ ରଖାଯାଏ, ତେବେ ଶିରୋମଣି ଅକାଳୀ ଦଳ ସେମାନକୁ ବିରୋଧ କରିବ । ଏହା ଆମ ରାଜନୀତିର ମୂଳ ସ୍ଥାନ ହୋଇଥିବାରୁ କୃଷକଙ୍କ ସ୍ୱାର୍ଥ ପାଇଁ ଯେକୌଣସି ବଳିଦାନ ଦେବାକୁ ଆମ ଦଳ ପ୍ରସ୍ତୁତ ଅଛି ।’’



ବାଦଲ ଆହୁରି କହିଛନ୍ତି ଯେ ଏହି ପ୍ରସଙ୍ଗରେ ଆଗକୁ ବଢ଼ିବା ପୂର୍ବରୁ କେନ୍ଦ୍ର ସରକାର ଚାଷୀମାନଙ୍କ ସହ ଆଲୋଚନା କରିବା ଉଚିତ ଓ ସେମାନଙ୍କ ସମସ୍ୟାର ସମାଧାନ କରିବା ଉଚିତ । ଦେଶର କେତେକ ଭାଗରେ ଏହି ବିଲଗୁଡ଼ିକୁ ଅନେକ କୃଷକ ସଙ୍ଗଠନ ବିରୋଧ କରୁଛନ୍ତି ।
Published by: Anand Shankar Thankur Das
First published: September 17, 2020, 10:26 PM IST
corona virus btn
corona virus btn
Loading