ଭାରତରେ ମିଳୁଥିବା ସାନିଟାରୀ ପ୍ୟାଡ଼ରେ ବ୍ୟବହାର ହେଉଛି ରାସାୟନିକ ପଦାର୍ଥ: ରିପୋର୍ଟ

ଭାରତରେ ବିକ୍ରି ହେଉଥିବା ପ୍ରମୁଖ ସାନିଟାରୀ ନାପକିନରେ ରାସାୟନିକ ପଦାର୍ଥ ମିଳିଛି ଯାହା ହୃଦ୍‌ରୋଗ, ମଧୁମେହ ଓ କର୍କଟ ସହିତ ଜଡିତ ବୋଲି ଏକ ଅଧ୍ୟୟନରେ ଦର୍ଶାଯାଇଛି ।

ସାନିଟାରୀ ପ୍ୟାଡ଼ରେ ବ୍ୟବହାର ହେଉଛି ରାସାୟନିକ ପଦାର୍ଥ

ସାନିଟାରୀ ପ୍ୟାଡ଼ରେ ବ୍ୟବହାର ହେଉଛି ରାସାୟନିକ ପଦାର୍ଥ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀର ଏକ ଏନଜିଓ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଭାରତରେ ବିକ୍ରି ହେଉଥିବା ପ୍ରମୁଖ ସାନିଟାରୀ ନାପକିନରେ ଉଚ୍ଚ ସ୍ତରର ରାସାୟନିକ ପଦାର୍ଥ ମିଳିଛି ଯାହା ହୃଦ୍‌ରୋଗ, ମଧୁମେହ ଓ କର୍କଟ ସହିତ ଜଡିତ ବୋଲି ଦର୍ଶାଯାଇଛି । ଏନଜିଓ 'ଟକ୍ସିକ୍ ଲିଙ୍କ୍' ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ସାନିଟାରୀ ନାପକିନର ମୋଟ ଦଶଟି ନମୁନାରେ ଫଥାଲେଟ୍ ଏବଂ ଅନ୍ୟାନ୍ୟ କାର୍ବାନିକ ଯୌଗିକ ମିଳିଛି। ଏଥିରେ ବଜାରରେ ଉପଲବ୍ଧ ୬ଟି ଅଣ କାର୍ବନିକ ଓ ଚାରୋଟି କାର୍ବନିକ ବିକ ସାନିଟାରୀ ପ୍ୟାଡର ନମୁନା ଅନ୍ତର୍ଭୁକ୍ତ।

ଫଥାଲେଟ ଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଯେପରିକି ହୃଦ୍ ରୋଗ, ମଧୁମେହ, କେତେକ କର୍କଟ ଓ ଜନ୍ମଗତ ସମସ୍ୟା, ମସ୍ତିଷ୍କ ବିକୃତି, ଆଜମା, ଅକ୍ଷମତା, କିଛି ପ୍ରକାର କର୍କଟ ଇତ୍ୟାଦି ସମସ୍ୟା ହେବାର ଆଶଙ୍କା ସୃଷ୍ଟି କରେ।

ଅଧ୍ୟୟନ ଅନୁଯାୟୀ, ସମସ୍ତ ପ୍ରକାରର ସାନିଟାରୀ ନାପକିନରେ ଅଧିକ ପରିମାଣର ଫଥାଲେଟ୍ ମିଳିଥିଲା । ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ ସମସ୍ତ କାର୍ବନିକ ପ୍ୟାଡ୍ ନମୁନାରେ ଉଚ୍ଚ ସ୍ତରର VOC ପାଇବା ଆଶ୍ଚର୍ଯ୍ୟଜନକ ଥିଲା, କାରଣ କାର୍ବନିକ ପ୍ୟାଡ୍ ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷିତ ବୋଲି ବିଶ୍ୱାସ କରାଯାଉଥିଲା।

ଅଧ୍ୟୟନ ଅନୁଯାୟୀ, ଋତୁସ୍ରାବ ସମୟରେ ମହିଳାମାନେ ଏପରି ସୁରକ୍ଷିତ ଦ୍ରବ୍ୟ ବ୍ୟବହାର କରିବା ଉଚିତ ଯାହାକି କୌଣସି ଶାରୀରିକ ପ୍ରତିବନ୍ଧକ ବିନା ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକଳାପ କରିବାରେ ସହାୟକ ହୋଇଥାଏ। ବର୍ତ୍ତମାନ, ସମଗ୍ର ବିଶ୍ୱରେ ଡିସପୋଜେବଲ୍ ସାନିଟାରୀ ପ୍ୟାଡ୍ ସବୁଠାରୁ ଲୋକପ୍ରିୟ।
Published by:Soumya Das
First published: