ଏବେ BJPରେ ସାମିଲ ହେବାକୁ ମନା କଲେ ହାର୍ଦ୍ଦିକ ପଟେଲ; କହିଲେ ଏଯାବତ ନିଷ୍ପତ୍ତି ନେଇନି

Hardik Patel: ରାଜ୍ୟରେ ପାଟିଦାର ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦାବିରେ ଆନ୍ଦୋଳନକୁ ଆଗେଇ ନେବା ପରେ ହାର୍ଦ୍ଦିକ ପଟେଲ ୨୦୧୫ରେ ଲାଇମଲାଇଟକୁ ଆସିଥିଲେ। ୨୦୨୦ ଜୁଲାଇ ଠାରୁ ହାର୍ଦ୍ଦିକ ଗୁଜୁରାଟ କଂଗ୍ରେସର କାର୍ଯ୍ୟରତ ସଭାପତି ଥିଲେ।

ଏବେ BJPରେ ସାମିଲ ହେବାକୁ ମନା କଲେ ହାର୍ଦ୍ଦିକ ପଟେଲ

ଏବେ BJPରେ ସାମିଲ ହେବାକୁ ମନା କଲେ ହାର୍ଦ୍ଦିକ ପଟେଲ

  • Share this:
News18 Odia Digital

ଅହମ୍ମଦାବା: ଗୁଜୁରାଟର ଯୁବ ନେତା ହାର୍ଦ୍ଦିକ ପଟେଲ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇ ନାହାଁନ୍ତି। ପଟେଲ ବୁଧବାର ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ତାଙ୍କ ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି।

କଂଗ୍ରେସ ଉପରେ ଏକ ବଡ଼ ଅଭିଯୋଗ କରି ସେ କହିଛନ୍ତି ଯେ ଗୁଜୁରାଟରେ ଏହି ଦଳ କେବଳ ଜାତି ରାଜନୀତି କରୁଛି। ଏଥି ସହ ତାଙ୍କୁ ଦଳର କୌଣସି ଦାୟିତ୍ବ ଦିଆଯାଇ ନାହିଁ ବୋଲି ସେ କହିଛନ୍ତି।

ଇସ୍ତଫା ଦେବା ପରେ ହାର୍ଦ୍ଦିକ ପଟେଲ ପ୍ରଥମ ଥର ପାଇଁ ଗଣମାଧ୍ୟମ ସମ୍ମୁଖରେ ହାଜର ହୋଇଥିଲେ। ଆଉ କହିଥିଲେ, ‘‘ମୁଁ କଂଗ୍ରେସରେ ମୋ ଜୀବନର ତିନି ବର୍ଷ ନଷ୍ଟ କରିଛି। ବର୍ତ୍ତମାନ, ବିଜେପି କିମ୍ବା AAPରେ ଯୋଗଦେବାକୁ ନିଷ୍ପତ୍ତି ନେଇ ନାହିଁ। ମୁଁ ମୋର ପ୍ରତ୍ୟେକ ନିଷ୍ପତ୍ତିକୁ ସଚ୍ଚୋଟତାର ସହିତ ଗ୍ରହଣ କରିବି।’’

ହାଇକମାଣ୍ଡକୁ ନେଇ ପ୍ରଶ୍ନ

କଂଗ୍ରେସ ହାଇକମାଣ୍ଡ ଉପରେ ହାର୍ଦ୍ଦିକ ପଟେଲ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ସେ ନିଶ୍ଚିତ ଭାବରେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ଦାୟିତ୍ବ ଦିଆଯାଇନଥିଲା। ପଟେଲ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ନେତାମାନେ ତାଙ୍କୁ ବାରମ୍ବାର ଦୂରେଇ ରଖିବାକୁ ଚେଷ୍ଟା କରୁଥିଲେ। ସେ କହିଛନ୍ତି, ‘‘କଂଗ୍ରେସ କେବଳ ଲୋକଙ୍କୁ ବ୍ୟବହାର କରେ ଓ ପରେ ସେମାନଙ୍କୁ ଫୋପାଡିବା ନୀତି ଆପଣାଇଥାଏ। କଂଗ୍ରେସରୁ ନରହରି ଆମିନ, ଚିମନବାଇ ପଟେଲଙ୍କୁ ହଟାଇ ଦିଆଯାଇଛି। କଂଗ୍ରେସରେ ସତ କହିବା ଦ୍ବାରା ବଦନାମ କରାଯାଏ।

ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ

ସାମ୍ବାଦିକ ସମ୍ମିଳନୀରେ ହାର୍ଦ୍ଦିକ ପଟେଲ ମଧ୍ୟ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି। କୁହାଯାଉଛି ଯେ ସେ ରାହୁଲ ଗାନ୍ଧିଙ୍କ ଉପରେ କ୍ରୋଧିତ ଥିଲେ। ତାଙ୍କ କଥା ପାର୍ଟିରେ ଶୁଣାଯାଉନଥିଲା। ସେ କହିଛନ୍ତି, ‘‘ଯେତେବେଳେ ସେ ଗୁଜରାଟକୁ ଆସିଥିଲେ, ସେତେବେଳେ ସେ ଗୁଜରାଟର ସମସ୍ୟା ବିଷୟରେ କିଛି କହିନାହାଁନ୍ତି। ଦଳର ନେତାମାନେ ରାହୁଲ ଗାନ୍ଧିଙ୍କ ପାଇଁ ଚିକେନ୍ ସ୍ୟାଣ୍ଡୱିଚ୍ ଓ ଡାଏଟ୍ କୋକ୍ ବ୍ୟବସ୍ଥା କରନ୍ତି।

୩ ବର୍ଷ ପୂର୍ବେ ଯୋଗଦାନ

ପାଟିଦାର ସଂରକ୍ଷଣ ଆନ୍ଦୋଳନରୁ ବାହାରିଥିବା ନେତା ତିନି ବର୍ଷ ପୂର୍ବେ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସର ବରିଷ୍ଠ ନେତାମାନେ ମୋବାଇଲ୍ ଫୋନ୍ ସ୍କ୍ରିନ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି ଓ ଗୁଜୁରାଟ କଂଗ୍ରେସ ନେତାମାନେ ସେମାନଙ୍କ ପାଇଁ 'ଚିକେନ୍ ସ୍ୟାଣ୍ଡୱିଚ୍' ବ୍ୟବସ୍ଥା କରିବାକୁ ଅଧିକ ଆଗ୍ରହୀ ବୋଲି ଦାବି କରି ହାର୍ଦ୍ଦିକ ପଟେଲ ବୁଧବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି।
Published by:Lipina Das
First published: