ଇସ୍ତଫା ଦେଲେ ଗୁଜୁରାଟ ରାଜ୍ୟ ସଭାପତି ହାର୍ଦ୍ଦିକ ପଟେଲ News18 Odia Digital
ଗୁଜୁରାଟ: ଦୀର୍ଘ ଦିନ ଧରି କଂଗ୍ରେସର ହାଇ କମାଣ୍ଡଙ୍କ ଉପରେ କ୍ରୋଧିତ ଥିବା ଗୁଜରାଟ ରାଜ୍ୟ ସଭାପତି ହାର୍ଦ୍ଦିକ ପଟେଲ ଇସ୍ତଫା ଦେଇଛନ୍ତି। ଟ୍ୱିଟ୍ କରି ହାର୍ଦ୍ଦିକ ପଟେଲ ଏହି ସୂଚନା ଦେଇଛନ୍ତି।
ସେ ଟ୍ବିଟରେ ଲେଖିଛନ୍ତି, ‘‘ମୁଁ କଂଗ୍ରେସ ଦଳ ଓ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଉଛି। ମୁଁ ନିଶ୍ଚିତ ଯେ ମୋର ନିଷ୍ପତ୍ତିକୁ ମୋର ସମସ୍ତ ସହକର୍ମୀ ଓ ଗୁଜୁରାଟର ଲୋକମାନେ ସ୍ୱାଗତ କରିବେ। ମୋର ବିଶ୍ୱାସ ଯେ ମୋର ଏହି ପଦକ୍ଷେପ ପରେ ମୁଁ ଭବିଷ୍ୟତରେ ଗୁଜୁରାଟ ପାଇଁ ସକାରାତ୍ମକ କାର୍ଯ୍ୟ କରିବାକୁ ସମର୍ଥ ହେବି।’’
ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜୁରାଟରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏଭଳି ପରିସ୍ଥିତିରେ ହାର୍ଦ୍ଦିକଙ୍କ ଇସ୍ତଫା କଂଗ୍ରେସ ପାଇଁ ବଡ଼ ଝଟକାଠୁ କମ ନୁହେଁ। ଗୁଜୁରାଟ କଂଗ୍ରେସରେ ବିବାଦ ବନ୍ଦ ହେବାର ନାଁ ନେଉନାହିଁ।
ହାର୍ଦ୍ଦିକ ପଟେଲଙ୍କ ନିକଟରେ ପ୍ରକାଶିତ ବିବୃତ୍ତି ହେତୁ ସେ ଦଳ ଉପରେ ରାଗିଛନ୍ତି ଓ ଖୁବ୍ ଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଥିଲା। ଏହା ପରେ ଖବର ଆସିଥିଲା ଯେ ବର୍ତ୍ତମାନ ପାର୍ଟି ଭିତରେ ସବୁକିଛି ସମାଧାନ ହୋଇଛି ଓ ହାର୍ଦ୍ଦିକଙ୍କ ଅସନ୍ତୋଷ ହଟାଯାଇଛି। କିନ୍ତୁ ଚିନ୍ତନ ଶିବରରେ ଅଂଶଗ୍ରହଣ ନକରି ହାର୍ଦ୍ଦିକ ଦଳ ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ପରେ ସେ ବୁଧବାର ଦିନ ଏହି ପଦବୀ ତଥା ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି।
Published by: Lipina Das
First published: May 18, 2022, 10:51 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।