ହାର୍ଦ୍ଦିକ ପଟେଲ (ପ୍ରତୀକାତ୍ମକ ଛବି)
News18 Odia Digital
କଂଗ୍ରେସ ଛାଡ଼ିବା ପରେ ଜୁନ ୨ ତାରିଖ ଅର୍ଥାତ ଗୁରୁବାର ଦିନ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ଗୁଜରାଟ କଂଗ୍ରେସର ପୂର୍ବତନ କାର୍ଯ୍ୟନିର୍ବାହୀ ସଭାପତି ହାର୍ଦ୍ଦିକ ପଟେଲ୍। ମେ ୧୮ରେ ଟ୍ବିଟ୍ କରି କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ ହାର୍ଦ୍ଦିକ।
ସୂଚନା ଅନୁସାରେ, ଏପ୍ରିଲ୍ ମାସରେ ଅହମଦାବାଦ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପଟେଲ୍ ଭେଟିଥିଲେ। ତେଣୁ, ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ପୂର୍ବରୁ ଖବର ମିଳୁଥିଲା।
ସେ ଟ୍ବିଟ୍ କରି ଲେଖିଥିଲେ, ‘ ଆଜି ମୁଁ ଦୃଢ଼ ଆତ୍ମବିଶ୍ବାସର ସହିତ ପଦରୁ ଓ କଂଗ୍ରେସ ପାର୍ଟିର ମୌଳିକ ସଦସ୍ୟ ପଦରୁ ଇସ୍ଥଫା ଦେଲି। ମୋ ସିଦ୍ଧାନ୍ତକୁ ମୋର ସମସ୍ତ ସହଯୋଗୀ ଓ ଗୁଜରାଟବାସୀ ଗ୍ରହଣ କରିବେ ବୋଲି ମୁଁ ସୁନିଶ୍ଚିତ। ମୋର ମନେହୁଏ, ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ଭବିଷ୍ୟତରେ ମୁଁ ଗୁଜରାଟ ପାଇଁ ପ୍ରକୃତରେ କାର୍ଯ୍ୟ କରିପାରିବ।’
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।