ହାର୍ଦ୍ଦିକ ପଟେଲ (ପ୍ରତୀକାତ୍ମକ ଛବି)
News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଛୋଟିଆ ସିପାହୀଟିଏ ହେବି ବୋଲି ଆଜି ବିଜେପିରେ ଯୋଗ ଦେବା ପୂର୍ବରୁ ଟୁଇଟ୍ କରି ହାର୍ଦ୍ଦିକ ପଟେଲ୍ କହିଛନ୍ତି।
ଟୁଇଟ୍ରେ ସେ ଲେଖିଛନ୍ତି ଯେ, ଦେଶ, ରାଜ୍ୟ, ସର୍ବସାଧାରଣ ଓ ସମାଜର ମଙ୍ଗଳ ପାଇଁ ସେ ଜୀବନର ନୂତନ ପର୍ଯ୍ୟାୟ ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବକୁ ପ୍ରଶଂସା କରି ହାର୍ଦ୍ଦିକ ପଟେଲ୍ ଲେଖିଛନ୍ତି, ନରେନ୍ଦ୍ର ଭାଇ ମୋଦିଙ୍କ ସଫଳ ନେତୃତ୍ବରେ ଦେଶର ମହତ୍ ସେବାରେ ମୁଁ ଜଣେ ସାମାନ୍ୟ ସିପାହୀ ଭାବେ କାର୍ଯ୍ୟ କରିବି।
ଗୁଜରାଟର ବିଜେପି ସଭାପତି ସି.ଆର୍. ପଟେଲ୍ ପଟିଦାର ନେତା ହାର୍ଦ୍ଦିକ ପଟେଲ୍ଙ୍କୁ ଦଳରେ ସାମିଲ୍ କରାଇବେ।
କିଛି ମାସ ଧରି ହାର୍ଦ୍ଦିକ ପଟେଲ୍ କଂଗ୍ରେସ ଉପରେ ଅସନ୍ତୋଷ ବ୍ୟକ୍ତ କରିଆସୁଥିଲେ। ଗୁଜରାଟର ବାସ୍ତବ ସମସ୍ୟା ଉପରେ କଂଗ୍ରେସ ନେତୃତ୍ବର ଆଗ୍ରହ ନାହିଁ ଅଭିଯୋଗ କରି ଶେଷରେ ମେ ୧୮ ତାରିଖ ଦିନ ହାର୍ଦ୍ଦିକ ପଟେଲ୍ ଦଳରୁ ଇସ୍ତଫା ଦେଇଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।