Breaking: ହୃଦଘାତରେ କ୍ରୁନାଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିତାଙ୍କ ମୃତ୍ୟୁ ହେଲା
ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya Father Passed Away) ଓ କ୍ରୁନାଲଙ୍କ ପିତା ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି ।

ହୃଦଘାତରେ କ୍ରୁନାଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିତାଙ୍କ ମୃତ୍ୟୁ ହେଲା
- News18 Odia
- Last Updated: January 16, 2021, 10:32 AM IST
ନୂଆ ଦିଲ୍ଲୀ: ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya Father Passed Away) ଓ କ୍ରୁନାଲ ପାଣ୍ଡ୍ୟାଙ୍କ ପିତା ଶନିବାର ମୃତ୍ୟୁ ବରଣ କରିଛନ୍ତି । ହିମାଂଶୁ ପାଣ୍ଡ୍ୟା (Himanshu Pandya) ବଡୋଦରା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ହୃଦଘାତ ହୋଇଥିଲା । ପିତାଙ୍କ ମୃତ୍ୟୁ ପରେ କ୍ରୁନାଲ ପାଣ୍ଡ୍ୟା ବଡୋଦରା ଦଳର ବାୟୋ ବବୁଲରୁ ବାହାରି ଆସିଛନ୍ତି । ସୟଦ ମୁଶତାକ୍ ଅଲି ଟ୍ରଫିରେ କ୍ରୁନାଲ ବଡୋଦରା ଦଳକୁ ଆଗେଇ ନେଉଥିଲେ । ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଏହି ଟୁର୍ନାମେଣ୍ଟରେ ଖେଳୁ ନଥିଲେ।
ହାର୍ଦ୍ଦିକ ପାଣ୍ଡ୍ୟା ଏକ ଶତକ ମାରିବା ପରେ ନିଜ ପିତାଙ୍କୁ ଗିଫ୍ଟ ଦେଇଥିଲେ
ଯେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨୦୧୭ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଏକ ଶତକ ମାରିଥିଲେ ସେତେବେଳେ ସେ ନିଜ ପିତାଙ୍କୁ ଏକ କାର ଉପହାର ଦେଇଥିଲେ । ନିଜ ପିତା ଜୀବନର ସମସ୍ତ ସୁଖ ପାଇବା ଉଚିତ ବୋଲି ହାର୍ଦ୍ଦିକ ପାଣ୍ଡ୍ୟା ଏକ ଟ୍ୱିଟରେ କହିଛନ୍ତି । ନିଜ ସଫଳତା ପାଇଁ ପିତାଙ୍କୁ ପାଣ୍ଡ୍ୟା ପୂରା ଶ୍ରେୟ ଦେଇଥିଲେ । ପାଣ୍ଡ୍ୟା ଲେଖିଛନ୍ତି ଯେ ତାଙ୍କ ପିତା ତାଙ୍କ ପୁଅମାନଙ୍କ କ୍ୟାରିୟର ପାଇଁ ସବୁକିଛି ତ୍ୟାଗ କରିଛନ୍ତି । ଏଥିପାଇଁ ବହୁତ ସାହସ ଦରକାର ।