ପିଲାଟିକୁ ରାସ୍ତା ମଝିରେ ଧରି ବସିଲା ମାଙ୍କଡ଼; ଆଲିଙ୍ଗନ କରି ପ୍ରେମ କଲା; ଦେଖନ୍ତୁ ଭିଡ଼ିଓ

Viral Video: ଏହି ଭିଡିଓକୁ ପୂର୍ବତନ କ୍ରିକେଟର ହରଭଜନ ସିଂ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଲୋକମାନେ ଏହି ଭିଡିଓକୁ ଏତେ ମାତ୍ରାରେ ପସନ୍ଦ କରୁଛନ୍ତି ଯେ ଏପର୍ଯ୍ୟନ୍ତ ଏହି ଭିଡ଼ିଓକୁ ୧ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି ।

ପିଲାଟିକୁ ରାସ୍ତା ମଝିରେ ଧରି ବସିଲା ମାଙ୍କଡ଼; ଆଲିଙ୍ଗନ କରି ପ୍ରେମ କଲା; ଦେଖନ୍ତୁ ଭିଡ଼ିଓ
ପିଲାଟିକୁ ରାସ୍ତା ମଝିରେ ଧରି ପ୍ରେମ କଲା ମାଙ୍କଡ଼
  • News18 Odia
  • Last Updated: March 11, 2021, 12:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସୋସିଆଲ ମିଡିଆରେ (Social Media) ପ୍ରତିଦିନ କୌଣସି ନା କୌଣସି ଏକ ଭିଡିଓ ସେୟାର ହେବା ମାତ୍ରେ ଭାଇରାଲ (Viral Video) ହୋଇଯାଇଥାଏ । ଏଥିମଧ୍ୟରୁ ମଧ୍ୟରୁ କେତେକ ପଶୁମାନଙ୍କର ହୋଇଥାଏ ଓ ଆଉ କେତେକ ଅତ୍ୟନ୍ତ ମନୋରଞ୍ଜନକାରୀ । କିନ୍ତୁ କିଛି ଭିଡିଓ ମଧ୍ୟ ଲୋକଙ୍କୁ ବହୁତ ଆଶ୍ଚର୍ଯ୍ୟ ଚକିତ କରିଥାଏ । ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଗୋଟିଏ ମାଙ୍କଡ଼ (Monkey) ରାସ୍ତା ମଝିରେ ଏକ ଛୋଟ ପିଲାଟିକୁ ଧରି ଆଲିଙ୍ଗନ କରିବା ସହିତ ପିଲାଟିର ମୁଣ୍ଡକୁ ଆଉଁସି ଦେଉଥିବାର ଦେଖିବାକୁ ମିଳୁଛି ।

ଏହି ଭିଡିଓକୁ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହା ଦେଖି ଆପଣ ପ୍ରଥମେ ଅନୁଭବ କରିବେ ଯେ ମାଙ୍କଡ଼ ଧରିଥିବା ପିଲାଟିକୁ କ୍ଷତି ପହଞ୍ଚାଇବ । କାମୁଡ଼ିବ କିମ୍ବା ମାରିବ । କିନ୍ତୁ ପୂରା ଭିଡିଓ ଦେଖିବା ପରେ ଆପଣ ଜାଣିବେ ଯେ ଏହି ପ୍ରକାରର କିଛି ହୋଇନାହିଁ ।








View this post on Instagram






A post shared by Harbhajan Turbanator Singh (@harbhajan3)






ହରଭଜନ ସିଂ ସେୟାର କରିଥିବା ଏହି ଭିଡିଓରେ ମାଙ୍କଡର ପିଲାଟି ପ୍ରତି ଭଲପାଇବା ଦେଖବାକୁ ମିଳେ । ଏହା ସହିତ ବ୍ୟାକଗ୍ରାଉଣ୍ଡରେ ଏକ ଗୀତ ବାଜୁଛି, 'ତେରେ ଜେସା ୟାରା କହାଁ...' ଭିଡିଓରେ ଏହା ଦେଖିବାକୁ ମିଳେ ଯେ ମାଙ୍କଡ଼ଟି ଛୋଟ ପିଲାକୁ ରାସ୍ତା ମଝିରେ ଧରି ବସିଛି ଓ ତାକୁ ଆଲିଙ୍ଗନ କରୁଛି ।

ଏହି ସମୟ ମଧ୍ୟରେ ପିଲାଟିର ମା ମଧ୍ୟ ତାଙ୍କୁ ବଞ୍ଚାଇବାକୁ ଆସନ୍ତି । କିନ୍ତୁ ମାଙ୍କଡ ପିଲାଟିକୁ ଛାଡିବାକୁ ପ୍ରସ୍ତୁତ ନୁହେଁ । ଲୋକମାନେ ଏହି ଭିଡିଓକୁ ଏତେ ପସନ୍ଦ କରୁଛନ୍ତି ଯେ ଏପର୍ଯ୍ୟନ୍ତ ଏହି ଭିଡ଼ିଓକୁ ୧ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି ।
Published by: Jagdish Barik
First published: March 11, 2021, 12:58 PM IST