ହରଭଜନ ସିଂ କ୍ରିକେଟ୍ ଉପରେ କରିବାକୁ ଯାଉଛନ୍ତି ସବୁଠୁ ବଡ଼ ଖୁଲାସା; କହିଲେ- ବଦଳିଯିବ ପ୍ରଶଂସକଙ୍କ ଦୃଷ୍ଟିକୋଣ

ହରଭଜନ ସିଂ ଦୀର୍ଘ ଦିନ ଧରି ଭାରତୀୟ ଦଳରୁ ବାହାରେ ଅଛନ୍ତି । ସେ ଶେଷ ମ୍ୟାଚ 2016 ମସିହାରେ ୟୁଏଇ ବିପକ୍ଷରେ ଖେଳିଥିଲେ ।

ହରଭଜନ ସିଂ କ୍ରିକେଟ୍ ଉପରେ କରିବାକୁ ଯାଉଛନ୍ତି ସବୁଠୁ ବଡ଼ ଖୁଲାସା; କହିଲେ- ବଦଳିଯିବ ପ୍ରଶଂସକଙ୍କ ଦୃଷ୍ଟିକୋଣ
ହରଭଜନ ସିଂ (ଫାଇଲ ଫଟୋ)
  • News18 Odia
  • Last Updated: September 13, 2020, 4:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ ସ୍ପିନ ବୋଲର ହରଭଜନ ସିଂ ଶନିବାର ନିଜ ଟ୍ୱିଟରରେ ଏହା ଲେଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ଯେ ସେ କ୍ରିକେଟ୍ ବିଷୟରେ ଏକ ବଡ଼ ଖୁଲାସା କରିବାକୁ ଯାଉଛନ୍ତି । ହରଭଜନ ସିଂ (Harbhanjan Singh) ଆଇପିଏଲରେ ଅଂଶଗ୍ରହଣ କରୁନାହାଁନ୍ତି ଓ ୟୁଏଇକୁ ବି ଯାଇ ନାହାଁନ୍ତି । ଦୀର୍ଘ ଦିନ ଧରି ହରଭଜନ ସିଂ ଭାରତୀୟ ଦଳରୁ ଦୂରେଇ ରହିଛନ୍ତି ।

ଏହି ଭାରତୀୟ ସ୍ପିନ୍ ବୋଲର ଟ୍ୱିଟ୍ କରି କିଛି ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ କରିଛନ୍ତି । ଏହି ଟୁଇଟ୍ ବର୍ତ୍ତମାନର ଆଇପିଏଲ୍ ସିଜିନ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ । ସେ ଲେଖିଛନ୍ତି, 'କ୍ରିକେଟ୍ ଆଜିକାଲି ବହୁତ ଚର୍ଚ୍ଚାରେ ଅଛି ଓ ମୁଁ ବର୍ତ୍ତମାନ କିଛି ଜାଣିଛି ଯାହା କ୍ରିକେଟ୍ ଦେଖିବାର ଦୃଷ୍ଟିକୋଣକୁ ସବୁଦିନ ପାଇଁ ବଦଳାଇ ଦେବ ।





ହରଭଜନ ସିଂ ଚେନ୍ନାଇ ସୁପର କିଙ୍ଗ୍ସର (Chennai Super Kings) ଏକ ଅଂଶ ଥିଲେ । ଯାହାଙ୍କ ସ୍ପିନ୍ ବୋଲିଂ ଆକ୍ରମଣ ଚମତ୍କାର ଅଟେ । ତେବେ ବ୍ୟକ୍ତିଗତ କାରଣରୁ ହରଭଜନ ସିଂ ଆଇପିଏଲରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ । ହରଭଜନ ସିଂଙ୍କ ଅନୁପସ୍ଥିତିରେ ମଧ୍ୟ CSK ର ଏକ ଶକ୍ତିଶାଳୀ ବୋଲିଂ ଆକ୍ରମଣ ରହିଛି । ଇମ୍ରାନ ତାହିର, ମିଚେଲ ସାଣ୍ଟନର୍, ପୀୟୁଷ ଚାୱଲା ଓ ରବିନ୍ଦ୍ର ଜାଡେଜାଙ୍କ ଭଳି ବୋଲର ଅଛନ୍ତି । ଯେଉଁଥିପାଇଁ ହରଭଜନଙ୍କ ଅନୁପସ୍ଥିତିଙ୍କ ଦଳକୁ ପ୍ରଭାବ ପକାଇବ ନାହିଁ ।
Published by: Jagdish Barik
First published: September 13, 2020, 4:43 PM IST
corona virus btn
corona virus btn
Loading