କ୍ରିକେଟର୍ ହରଭଜନ ସିଂ ଏବେ ଫିଲ୍ମରେ ଅଭିନୟ କରୁଛନ୍ତି; ଦେଖନ୍ତୁ ତାଙ୍କ ଫିଲ୍ମର ଟିଜର୍ VIDEO
ଖେଳ ଓ କମେଣ୍ଟ୍ରିରେ ସଫଳତା ପାଇବା ପରେ ଫିଲ୍ମ ଦୁନିଆକୁ ଓହ୍ଲାଇଛନ୍ତି ହରଭଜନ ସିଂ । ତାଙ୍କ ଡେବ୍ୟୁ ଫିଲ୍ମ ‘ଫ୍ରେଣ୍ଡଶିପ୍’ରେ ତାଙ୍କ ସହ ଅଭିନୟ କରିଛନ୍ତି ଶ୍ରୀଲଙ୍କା ମୂଳର ଅଭିନେତ୍ରୀ ଲୋସଲିୟା ମାରିଆନେସନ୍ ।

ଫିଲ୍ମ ‘ଫ୍ରେଣ୍ଡଶିପ୍’ରେ ହରଭଜନ ସିଂ ଓ ଲୋସଲିୟା ମାରିଆନେସନ୍
- News18 Odia
- Last Updated: March 13, 2021, 9:18 PM IST
ନୂଆ ଦିଲ୍ଲୀ: ହରଭଜନ ସିଂ (Harbhajan Singh) ଭାରତୀୟ କ୍ରିକେଟ୍ ଇତିହାସରେ ଅନ୍ୟତମ ମହାନ ଖେଳାଳି ଭାବରେ ସର୍ବଦା ଗଣାଯିବେ । ଜଣେ ସଫଳ ଖେଳାଳି ହେବା ପରେ ଜଣେ ସଫଳ କମେଣ୍ଟେଟର୍ ଭାବେ ସେ ସୁନାମ ପାଇଛନ୍ତି । ହେଲେ ଭଜ୍ଜି ନାଁରେ ଲୋକପ୍ରିୟ ଏହି ସିଖ୍ ଖେଳାଳି ଏବେ ଅଭିନୟରେ ବି ହାତ ଦେଇଛନ୍ତି । ତାଙ୍କ ଫିଲ୍ମ ‘ଫ୍ରେଣ୍ଡଶିପ୍’ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ।
ଏହି ଫିଲ୍ମରେ ଶ୍ରୀଲଙ୍କା ମୂଳର ଅଭିନେତ୍ରୀ ଲୋସଲିୟା ମାରିଆନେସନ୍ (Losliya Mariyanesan) ହରଭଜନ ସିଂଙ୍କ ସହ ଅଭିନୟ କରିଛନ୍ତି । ଏହା ହରଭଜନଙ୍କ ଡେବ୍ୟୁ ଫିଲ୍ମ । ଶ୍ରୀଲଙ୍କାର କିଲିନୋଚିର ମୂଳ ବାସିନ୍ଦା ଲୋସଲିୟା ପୂର୍ବରୁ ଜଣେ ମଡେଲ୍ ଓ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ନ୍ୟୁଜ୍ ଆଙ୍କର୍ ଭାବରେ କାର୍ଯ୍ୟ କରିଛନ୍ତି ।
ଏହା ବି ପଢ଼ନ୍ତୁ | ବଦଳିଲେ ବଡ଼ ପୋଲିସ୍ ଅଫିସର୍; ଟ୍ବିନ୍ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳି ହେଲା
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଭଦ୍ରକର ରୋନିତ ରଞ୍ଜନ ନାୟକ NDA ପ୍ରବେଶିକା ପରୀକ୍ଷାରେ ଦେଶରେ ପ୍ରଥମ ସ୍ଥାନ ହାସଲ କଲେ
‘‘ମୋ ଚଳଚ୍ଚିତ୍ର ତୀକ୍ଷ୍ଣ, ସୁନ୍ଦର ଓ ତୀବ୍ର । ‘ଫ୍ରେଣ୍ଡଶିପ୍’ ଫିଲ୍ମର ଟିଜର୍ ଦେଖନ୍ତୁ ଓ ଉପଭୋଗ କରନ୍ତୁ, ବନ୍ଧୁମାନେ,’’ ଭଜ୍ଜି ନିଜ ଫିଲ୍ମର ଟିଜର୍ ରିଲିଜ୍ କରି ଲେଖିଛନ୍ତି । ଏହି ଟିଜର୍ ତାମିଲ, ତେଲୁଗୁ ଓ ହିନ୍ଦୀ ଭାଷାରେ ଦେଖିବା ପାଇଁ ସେ ତିନୋଟି ଲିଙ୍କ୍ ବି ଶେୟାର୍ କରିଛନ୍ତି ।
ଏଇଠି ଦେଖନ୍ତୁ ଭଜ୍ଜିଙ୍କ ଫିଲ୍ମର ଟିଜର୍:
ହରଭଜନ ସିଂ ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ଭାରତର ତୃତୀୟ ସର୍ବାଧିକ ୱିକେଟ୍ ନେଇଥିବା ବୋଲର୍ । ସେ ୧୦୩ଟି ଟେଷ୍ଟ ମ୍ୟାଚରେ ୪୧୭ଟି ୱିକେଟ୍ ନେଇଛନ୍ତି । ଦିନିକିଆ ମ୍ୟାଚରେ ସେ ଭାରତର ପଞ୍ଚମ ସର୍ବାଧିକ ୱିକେଟ୍ ନେଇଥିବା ବୋଲର୍ । ସେ ୨୩୬ଟି ଦିନିକିଆ ମ୍ୟାଚରେ ୨୬୯ଟି ୱିକେଟ୍ ନେଇଛନ୍ତି ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋ’ର - ସବ୍ୟସାଚୀ ମିଶ୍ରଙ୍କୁ ବାହା ହୋଇ କହିଲେ ଅର୍ଚ୍ଚିତା ସାହୁ
୨୦୦୧ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜରେ ନିଜ ଅବିସ୍ମରଣୀୟ ପ୍ରଦର୍ଶନ ସହିତ ସୁନାମ ଅର୍ଜନ କରିଥିବା ଭେଟେରାନ୍ ଅଫ୍-ସ୍ପିନର ହରଭଜନ ସିଂ ଭାରତୀୟ ଦଳ ସହିତ ଦୁଇଟି ବିଶ୍ୱ ଟାଇଟଲ୍ ଜିତିଛନ୍ତି – ୨୦୦୭ର ଆଇସିସି WT20 ଓ ୨୦୧୧ର ଆଇସିସି ବିଶ୍ୱ କପ୍ । ଏହି ଶତାବ୍ଦୀର ପ୍ରଥମ ଦଶନ୍ଧିରେ ଟିମ୍ ଇଣ୍ଡିଆ ଟେଷ୍ଟ ମ୍ୟାଚରେ ୧ ନମ୍ବର ରାଙ୍କିଂକୁ ଉଠିଥିବା ସମୟରେ ଭଜ୍ଜି ଦଳର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲେ ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ସୋସିଆଲ୍ ମିଡ଼ିଆରେ ନିଜ ନଗ୍ନ ଫଟୋ ଛାଡ଼ି ଓଡ଼ିଆ ଅଭିନେତ୍ରୀ ଇଣ୍ଟରନେଟରେ ନିଆଁ ଲଗାଇଲେ
ହରଭଜନ ସିଂ ନିକଟରେ ଆୟୋଜିତ ଆଇପିଏଲ୍ ନିଲାମରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଚୟନିତ ହୋଇଛନ୍ତି । ସେ ଆଇପିଏଲରେ ଜଣେ କମେଣ୍ଟେଟର୍ ଭାବରେ ବି କରିୟର ବନାଇଛନ୍ତି । ହେଲେ ସେ ସର୍ବଦା କିଛି ନୂଆ ଓ ଭିନ୍ନ ନ କରି ସନ୍ତୁଷ୍ଟ ହୋଇ ରହିପାରନ୍ତି ନାହିଁ ।
ଭଜ୍ଜିଙ୍କ ଫିଲ୍ମ ‘ଫ୍ରେଣ୍ଡଶିପ୍’ର ଟିଜର୍ ତାମିଲରେ ଦେଖିବାକୁ ଏଇଠି କ୍ଲିକ୍ କରନ୍ତୁ । ଏହା ତେଲୁଗୁରେ ଦେଖିବାକୁ ଏଇଠି କ୍ଲିକ୍ କରନ୍ତୁ ।