- News18 Odia
- Last Updated :
- Other, India
News19 Odia Digital
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ହାପୁର ଜିଲ୍ଲା (Uttarpradesh Hapur BoreWell Case) ଠାରୁ ଏକ ବଡ ଦୁର୍ଘଟଣା ସାମ୍ନାକୁ ଆସିଛି। ହାପୁରର କୋଟଲା ସାଦତରେ ଜଣେ ୬ବର୍ଷର ଶିଶୁ ଏକ ବୋରୱେଲରେ ପଡ଼ିଯାଇଛି। ଏହି ବୋରୱେଲ ୪୦ଫୁଟ ଗଭୀର। ମଙ୍ଗଳବାର ସକାଳେ ଘର ବାହାରେ ଖେଳୁଥିବା ବେଳେ ଏଭଳି ଘଟଣା ଘଟିଛି।
ସୂଚନା ପାଇବା ପରେ ଗାଜିଆବାଦର ଏନଡିଆରଏଫ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପିଲାକୁ ପାଇପ୍ ମାଧ୍ୟମରେ ଅମ୍ଳଜାନ ଓ କ୍ଷୀର ଦିଆଯାଉଛି ବୋଲି କୁହାଯାଇଛି। ଏହି ଟିମ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ ପିଲାଟି କଥା କହିବା ଓ ଶୁଣିବାରେ ଅସମର୍ଥ। ଯେଉଁଥିପାଇଁ ଦଳ ପିଲାଙ୍କୁ ବାହାରକୁ ଆଣିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
https://odia.news18.com/news/trending/chhattisgarh-rescue-team-engaged-in-saving-11-year-old-rahul-who-fell-in-80-feet-borewell-operation-continues-even-after-42-hours-3ssd-12062022-ssd-108885.htmlକୋଟଲା ସାଦତରେ ରହୁଥିବା ମୋହସିନଙ୍କ ୬ ବର୍ଷର ପୁଅ ମାବିୟା ଘର ବାହାରେ ଖେଳୁଥିଲେ। ଏହି ସମୟରେ ସେ ଟ୍ୟୁବ୍ କୂଅ ନିକଟକୁ ଯାଇଥିଲେ। ଏହା ପରେ ସେ ଖୋଲା ବୋଲୱେଲରେ ପଡ଼ିଯାଇଥିଲେ। ପିଲାଟି ବୋରୱେଲରେ ପଡ଼ିଯିବାର କିଛି ସମୟ ପରେ ପରିବାର ସଦସ୍ୟ ଏହି ଦୁର୍ଘଟଣା ବିଷୟରେ ଜାଣି ପାଇ ଥିଲେ। ଏହା ପରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏସପି ଦୀପକ ଭୁକରଙ୍କ ସମେତ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।