Happy Women’s Day 2020: ବଳିଷ୍ଠ ନାରୀ ଚ଼ରିତ୍ର ଥିବା ଏହି ୧୦ଟି ବଲିଉଡ୍ ଫିଲ୍ମ ବିଷୟରେ ଜାଣନ୍ତୁ

ମୁଖ୍ୟ ସ୍ରୋତର ବଲିଉଡ୍ ଫିଲ୍ମଗୁଡ଼ିକରେ ‘ହିରୋଇନ’ମାନଙ୍କୁ ‘ହିରୋ’ ପ୍ରାୟ ସବୁବେଳେ ବିପଦରୁ ବା ଆଘାତରୁ ବଞ୍ଚାଇଥାଏ । ଏଇଠି ଆମେ ଗଲା ଦଶ ବର୍ଷ ଭିତରୁ ଦଶଟି ଫିଲ୍ମ ବିଷୟରେ କହୁଛୁ ଯେଉଁ ଫିଲ୍ମଗୁଡ଼ିକ ବିନା ହିରୋରେ ଖୁବ୍ ଲୋକପ୍ରିୟ ହୋଇଛନ୍ତି ।

Happy Women’s Day 2020: ବଳିଷ୍ଠ ନାରୀ ଚ଼ରିତ୍ର ଥିବା ଏହି ୧୦ଟି ବଲିଉଡ୍ ଫିଲ୍ମ ବିଷୟରେ ଜାଣନ୍ତୁ
ନାରୀ ଉପରେ କେନ୍ଦ୍ରିତ ୧୦ଟି ବଲିଉଡ୍‌ ଫିଲ୍ମରୁ କେତେକର ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବଲିଡଡ ଚଳଚ୍ଚିତ୍ରଗୁଡ଼ିକରେ ମହିଳାଙ୍କୁ ଅଧିକାଂଶ ସମୟରେ ଖରାପ ଢଙ୍ଗରେ ଚିତ୍ରଣ କରାଯାଇଥିାଏ । ମୁଖ୍ୟ ସ୍ରୋତର ଫିଲ୍ମଗୁଡ଼ିକରେ ‘ହିରୋଇନ’ମାନଙ୍କୁ ‘ହିରୋର’ ପ୍ରାୟ ସବୁବେଳେ ବିପଦରୁ ବା ଆଘାତରୁ ବଞ୍ଚାଇଥାଏ । ହିରୋ ଉପରେ ପ୍ରତିଶୋଧ ନେବାକୁ ଯାଇ ଖଳନାୟକ ଅଧିକାଂଶ ସମୟରେ ହିରୋଇନକୁ ବାରମ୍ବାର ଅପହରଣ କରିବା, ନିର୍ଯ୍ୟାତନା ଦେବା ଓ ଏପରିକି ବଳାତ୍କାର କରୁଥିବା ବହୁ ଫିଲ୍ମରେ ଆମେ ଦେଖିବାକୁ ପାଇଥାଉ ।

କିନ୍ତୁ ଗତ ଦଶନ୍ଧୀରେ ହିନ୍ଦୀ ଚଳଚ୍ଚିତ୍ରରେ ମହିଳାମାନଙ୍କ ଉପରେ କେନ୍ଦ୍ରିତ ଫିଲ୍ମ, ବିଶେଷତଃ ସେମାନଙ୍କ ବିଭିନ୍ନ ଅସୁବିଧା ଓ କଷ୍ଟ ଉପରେ ଆଧାରିତ ଫିଲ୍ମଗୁଡ଼ିକର ସଂଖ୍ୟା ବଢ଼ିଛି । ଯଦିଓ ଏହି ସବୁ ଫିଲ୍ମରୁ ଅଧିକାଂଶରେ ମହିଳାମାନଙ୍କୁ ପୁରୁଷମାନଙ୍କ ସମକକ୍ଷ ରୂପେ ଠିକ୍‌ ଭାବେ ଚ଼ିତ୍ରଣ କରିବାରେ କିଛି ତ୍ରୁଟି ରହିଛି, ଏଇଠି ଆମେ ଗଲା ଦଶ ବର୍ଷ ଭିତରୁ ଦଶଟି ଫିଲ୍ମ ବିଷୟରେ କହୁଛୁ ଯେଉଁ ଫିଲ୍ମଗୁଡ଼ିକ ବିନା ହିରୋରେ ଖୁବ୍‌ ଲୋକପ୍ରିୟ ହୋଇଛନ୍ତି ।

କହାନୀ (୨୦୧୨)



ଏହି ରୋମାଞ୍ଚକର କାହାଣୀର ଚଳଚ୍ଚିତ୍ରରେ ନାୟିକା ରୂପେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଦ୍ୟା ବାଲାନ । ବଙ୍ଗାଳୀ ମହିଳା ବିଦ୍ୟା ବାଗଚି ଭୂମିକାରେ ଅଭିନୟ କରୁଥିବା ବିଦ୍ୟା ଗର୍ଭବତୀ ଥିବା ଅବସ୍ଥାରେ ତାଙ୍କ ନିଖୋଜ ସ୍ବାମୀ ଅର୍ଣ୍ଣବଙ୍କୁ ଖୋଜିବା ପାଇଁ କଲିକତା ଯାଇଥିଲେ । ଅର୍ଣ୍ଣବ ଆଉ ନାହାନ୍ତି ବୋଲି ବହୁତ ଲୋକ ତାଙ୍କୁ କହିଥିଲେ, ହେଲେ ସେ ଖୋଜିଚାଲିଥିଲେ ।

କୁଇନ୍‌ (୨୦୧୪)



ଆପଣଙ୍କ ବିବାହର ଗୋଟିଏ ଦିନ ପୂର୍ବରୁ ଯଦି ଆପଣଙ୍କ ଭାବି ସ୍ବାମୀ ବିବାହ ପାଇଁ ମନା କରଦିଅନ୍ତି ତେବେ ଆପଣ କଣ କରିବେ? ତାହେଲେ ଆପଣ ଏକା ହନିମୁନ ଯିବେ ଓ ନୂଆ ଏକ ଜୀବନ ଅନ୍ବେଷଣ କରିବେ । କମେଡି-କାହାଣୀର ଫିଲ୍ମ ‘କୁଇନ୍‌’ରେ ମୁଖ୍ୟ ଭୂମିକା ନିଭାଇଥିବା କଙ୍ଗନା ରଣାୱତଙ୍କ ଚ଼ରିତ୍ର ତାହା ହିଁ କରିଥିଲେ ।

ପାର୍ଚଡ଼ (୨୦୧୬)



୨୦୧୫ରେ ନିର୍ମିତ ଏହି ଚଳଚ୍ଚିତ୍ର ଟରୋଣ୍ଟୋ ଆନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବରେ ପଦର୍ଶିତ ହୋଇଥିଲା, କିନ୍ତୁ ଏହାର ବର୍ଷେ ପରେ ଭାରତରେ ମୁକ୍ତିଲାଭ କରିଥିଲା । ଏହି ଚଳଚିତ୍ରରେ ରାଜସ୍ଥାନର ମହିଳାମାନଙ୍କ ବାସ୍ତବ ଚିତ୍ର ପରଦାକୁ ଆସିଥିଲା । ବଳିଷ୍ଠ ଅଭିନୟ ଯୋଗୁଁ ଫିଲ୍ମଟି ଜନପ୍ରିୟ ହୋଇଥିଲା ।

ଇଂଲିସ୍‌ ୱିଂଲିସ୍‌ (୨୦୧୨)



ଏହି ଫିଲ୍ମରେ ଇଂରାଜୀ ଶିଖି ନ ଥିବା ଜଣେ ଗୃହିଣୀ ଭୂମିକାରେ ଅଭିନୟ କରିଛନ୍ତି ଶ୍ରୀଦେବୀ । ଏକ ଉଚ୍ଚ ମଧ୍ୟବିତ୍ତ ପରିବାରରୁ ଆସିଥିବା ଏହି ମହିଳା ଇଂରାଜୀ ଶିଖି ନିଜର ଆତ୍ମବିଶ୍ବାସ ବୃଦ୍ଧି କରିଥିଲେ ।

ନୋ ୱାନ କିଲଡ୍ ଜେସିକା (୨୦୧୧)



ଜେସିକା ଲାଲ୍‌ ନାମ୍ନୀ ମଡେଲଙ୍କୁ ଦିଲ୍ଲୀର ଏକ ବାରରେ ହତ୍ୟାକରାଯାଇଥିଲା । ଏହି ଫିଲ୍ମରେ ଦୁଇ ଜଣ ମହିଳା ଜେସିକାଙ୍କୁ ନ୍ୟାୟ ଦେବା ପାଇଁ ଲଢ଼ୁଥିବାର ଦେଖାଯାଇଛି । ଜେସିକାଙ୍କ ଭଉଣୀ ଭାବେ ବିଦ୍ୟା ବାଲାନ ଅଭିନୟ କରିଥିବା ବେଳେ ରାଣୀ ମୁଖାର୍ଜୀ ଜଣେ ଟିଭି ସମ୍ବାଦିକା ଭୂମିକାରେ ଅଭିନୟ କରିଥିଲେ ।

ଲିପଷ୍ଟିକ୍ ଅଣ୍ଡର ମାଇଁ ବୁର୍ଖା (୨୦୧୬)



ଅଳଙ୍କ୍ରିତା ଶ୍ରୀବାସ୍ତବଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଭିନ୍ନ ବୟସର ଓ ବିଭିନ୍ନ ସ୍ଥାନରୁ ଆସିଥିବା ଚ଼ାରି ଜଣ ମହିଳା ସେମାନଙ୍କର ଇଚ୍ଛାକୁ ପୂରଣ କରିବା ପାଇଁ ଗୁପ୍ତରେ କାର୍ଯ୍ୟ କରୁଛନ୍ତି । ସେମାନେ ପୁରଷ ସମାଜର ନାରୀମାନଙ୍କ ଉପରେ ଥିବା ନିୟନ୍ତ୍ରଣର ବିରୋଧ କରିଥିଲେ ।

ପିଙ୍କ୍ (୨୦୧୬)



ଅନିରୁଦ୍ଧ ରାୟଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ତାପସୀ ପନ୍ନୁଙ୍କ ନେତୃତ୍ବରେ ତିନି ଜଣ ମହିଳା କୋର୍ଟରୁ ନ୍ୟାୟ ପାଇବା ପାଇଁ ଲଢ଼ୁଥିବା ଦେଖାଯାଇଛି ।

ମର୍ଦ୍ଦାନୀ (୨୦୧୪)



ଏହି ଚ଼ଳଚ୍ଚିତ୍ରରେ ରାଣୀ ମୁଖାର୍ଜୀ ଜଣେ ପୋଲିସ ଅଫିସର ଭୂମିକାରେ ଅଭିନୟ କରିଛନ୍ତି ଓ ଯୁବତୀ ଚ଼ାଲାଣ ମାମଲାରେ ଶକ୍ତ ଆକ୍ସନ୍‌ ନେଉଛନ୍ତି। ଏହି ଫିଲ୍ମକୁ ନେଇ ଆସିଥିବା ବହୁତ ଭଲ ସମୀକ୍ଷା ଯୋଗୁଁ ଏହାର ଦ୍ୱିତୀୟ ଭାଗ ବି ନିର୍ମିତ ହୋଇଥିଲା ।

ଦ ଡର୍ଟି ପିକ୍ଚର୍‌ (୨୦୧୧)



୧୯୮୦ ଦଶକରେ ଦକ୍ଷିଣ ଭାରତରେ ସିଲ୍କ ସ୍ମିତା ନାଆଁରେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ଜୀବନ ଉପରେ ଏହି ଚ଼ଳଚ୍ଚିତ୍ରଟି ଆଧାରିତ । ତାଙ୍କ ଭୂମିକାରେ ବିଦ୍ୟା ବାଲାନ ଅଭିନୟ କରିଛନ୍ତି । ଏକ ଗରିବ ପରିବାରରୁ ଆସି ଜଣେ ନାରୀ ଏକ ପ୍ରତିଷ୍ଠିତ ଅଭିନେତ୍ରୀ ହେବା ଓ ବିଭିନ୍ନ ସମସ୍ୟାର ସାମନା କରିଥିବା ଏହି ଫିଲ୍ମର ବିଷୟବସ୍ତୁ ।

ନିଲ ବାତେ ସନ୍ନାଟା (୨୦୧୬)



ଏହି ଫିଲ୍ମରେ ସ୍ବରା ଭାସ୍କର ଜଣେ ସ୍ୱାମୀ ନଥିବା ମହିଳା ଭୂମିକାରେ ଅଭିନୟ କରିଛନ୍ତି । ସେ ନିଜ ଝିଅକୁ ଶିକ୍ଷିତ କରିବାକୁ ନିଜେ ସ୍କଲ ଯିବା ଆରମ୍ଭ କରିଥିଲେ । ଅଶ୍ବିନୀ ଆୟାରଙ୍କ ନିର୍ଦ୍ଦେଶିନାରେ ଏହା ପ୍ରଥମ ଚଳଚିତ୍ର ଥିଲା ଓ ଏଥିରେ ସ୍ୱରାଙ୍କ ଅଭିନୟର ଖୁବ୍‌ ପ୍ରଶଂସା କରାଯାଇଥିଲା ।
First published: March 8, 2020, 8:09 PM IST
corona virus btn
corona virus btn
Loading