News 18 Odia Digital
Happy New Year 2023 Wishes: କ୍ୟାଲେଣ୍ଡରରେ ବର୍ଷ ପରେ ବର୍ଷ ବିତିଯାଏ । ଏହା ମଧ୍ୟରେ ଶୈଶବରୁ କୈଶୋର ଜୀବନ ବିତିଯାଏ । ଯୌବନ ଅବସ୍ଥାରେ ପହଞ୍ଚିବା ପରେ ପୁଣି ସେହି ପିଲାଦିନର ଅଭୁଲା ଅତୀତ ବିଷୟରେ ମନେ ପଡିଯାଏ । ଦୋକାନରୁ ରଙ୍ଗ ବେରଙ୍ଗର ଭଳିକିଭଳି ଗ୍ରିଟିନ୍ସ କାର୍ଡ କିଣିବାର ମଜା ହୁଏତ ଆଜିର ମୋବାଇଲ ଯୁଗରେ କମିଯାଇଛି । କିନ୍ତୁ ଗ୍ରିଟିନ୍ସଟିଏ କିଣିବା ପରେ ଗ୍ରିଟିନ୍ସ ପଛରେ ଢଗଢମାଳି ଲେଖି ନିଜର ପ୍ରିୟ ସାଙ୍ଗକୁ ପଠାଇବାରେ ଯେଉଁ ମଜା ଥାଏ ତାହାକୁ ଗ୍ରିଟିନ୍ସ ବ୍ୟବହାରକାରୀ ହିଁ ବେଶ୍ ଭଲ ଭାବରେ ବୁଝିଥିବେ ।
ଆମେ ଆଜି ଆପଣଙ୍କୁ ସେପରି କିଛି ଶୁଭେଚ୍ଛାବାର୍ତ୍ତାକୁ ମନେ ପକାଇବାକୁ ଯାଉଛୁ । ଯାହାକୁ ଆପଣ ପିଲାଦିନେ ଗ୍ରିଟିନ୍ସରେ ଲେଖୁଥିଲେ । ଏବେ ମଧ୍ୟ ଅତୀତର ସ୍ମୃତିକୁ ତାଜା କରିବା ପାଇଁ ଆପଣ ନିଜର ବନ୍ଧୁଙ୍କ ନିକଟକୁ ଏହି ବାର୍ତ୍ତା ପଠାଇପାରିବେ ।
ଜୟ ଜଗନ୍ନାଥ । ନୂଆବର୍ଷ ତୁମ ପାଇଁ ମଙ୍ଗଳମୟ, ସୁଖ, ଆନନ୍ଦମୟ ହେଉ । ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ସବୁ ଦୂର ହେଉ ଖୁସିରେ ଥାଅ ।
'ନା କେଉଁ ଦୁଃଖ ରହୁ, ନା ବିଡ଼ମ୍ୱନା, ନା ରହୁ ଇର୍ଷା, ସ୍ୱାର୍ଥ, ଅହଂ ଭାବନା... ସଦା ଝରିପଡୁ ତୁମ ପାଦରେ ସୁଖର ଝରଣା... ନୂଆ ବରଷରେ ମୋର ଏତିକି କାମନା, ଶୁଭ ନବବର୍ଷ,'
ସଭିଙ୍କ ହୃଦୟରେ ରହୁ ସମସ୍ତଙ୍କ ପାଇଁ ସ୍ନେହ ଅପାର । ଆଗାମୀ ପ୍ରତିଟି ଦିନ ଆଣୁ ଖୁସିର ସମ୍ଭାର । ଏହି କାମନା ସହ ଆସନ୍ତୁ ଭୁଲିଯିବା ସବୁ ଦୁଃଖ । ନୂଆବର୍ଷ ୨୦୨୩କୁ କରିବା ହୃଦୟରୁ ସ୍ୱାଗତ
'ଗୋଲାପ ଗଛରେ ଅନେକ କଣ୍ଟା ସାଙ୍ଗକୁ ମୋର ଟା ଟା'
'ଟେବୁଲ୍ ଉପରେ ଫୁଲ ଚନ୍ଦନ, ନୂତନ ବର୍ଷର ଅଭିନନ୍ଦନ'
'ନୂଆ ବରଷ ଆସିଲା ବୋଲି, ଗରିବ ସାଙ୍ଗକୁ ଯିବନି ଭୁଲି'
'ମନ ସଫା ମୋର ହୃଦୟ ଖାଲି, ନୂଆ ବର୍ଷର ମୁଁ ଶୁଭେଚ୍ଛା ଦେଲି'
'କଲମରୁ ମୋର ସରିଲା କାଳି, ଏତିକିରେ ଲେଖା ବନ୍ଦ କଲି'
ଡବା ଭିତରେ ଡବା, ଭିତରେ କେକ୍, ଆଜି କାଲିର ଲୋକ ଉପରେ ଭଲ ଭିତରୁ ପୁରା ଫେକ୍ ।
ମୁଁ କହିବା ଆଗରୁ କିଏ କହିନଦେଉ, ସେଥିପାଇଁ ଆଗୁଆ ଜଣାଇ ଦେଉଛି, ନୂତନ ବର୍ଷର ଅଭିନନ୍ଦନ ।
ନୂତନ ବର୍ଷ ୨୦୨୩ ଆପଣଙ୍କ ଜୀବନରେ ନୂଆ ସମ୍ଭାବନା ଆଣିଦେଉ ଓ ପରିବାରର ସମସ୍ତ ସମସ୍ତ ଦୁଃଖକୁ ଦୂର କରୁ । ସମସ୍ତେ ସୁସ୍ଥ, ସ୍ୱଚ୍ଛ, ନିରାପଦ ରୁହନ୍ତୁ । ଏତିକି ଭଗବାନଙ୍କଠାରେ ମୋର ପ୍ରାର୍ଥନା । ଇଂରାଜୀ ନବବର୍ଷର ଅଭିନନ୍ଦନ ।
ଇଶ୍ୱରଙ୍କ କୃପାରୁ ନୂତନ ବର୍ଷ ସମସ୍ତଙ୍କ ପାଇଁ ନୂଆ ଖୁସି ଏବଂ ଉତ୍ସାହ ଆଣିଦେଉ । ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।
ଲୋକମାନଙ୍କୁ ନୂଆ ବର୍ଷରେ କେତେ କଣ ନୂଆ ଦରକାର । ହେଲେ ମତେ ମୋର ସେହି ପୁରୁଣା ସାଙ୍ଗ ଦରକାର । Happy New Year
ମୁଁ କିଛି ଆଉ ଭାବୁନି, ଭାବୁଛି ତମରି କଥା । ମୁଁ ଆଉ କିଛି ଦେଖୁନି, ଦେଖୁଛି ତମରି ସ୍ୱପ୍ନ । ମୁଁ ଆଉ କିଛି ଚାହୁଁନାହିଁ, ଚାହୁଁଛି ତୁମରି ଖୁସି । ରାଗରୁଷା ଭୁଲି ତୁମକୁ କରୁଛି ନିଜର । ଟିକିଏ ହସିଦେଲେ ଦୁନିଆ ହେବ ସୁନ୍ଦର । ମୁଁ ଚାହେଁ ତୁମ ଜୀବନରେ ସୁଖର ବରଷା ଝରିପଡ଼ୁ । ପ୍ରେମ ଭରା ଦିନ ଓ ରାତି ସୁଖଭରା ହେଉ । ଲିଭିଯାଉ ଘୃଣା କ୍ରୋଧ ସଭିଙ୍କ ମନରୁ । ନୂତନ ବର୍ଷର ଅଭିନନ୍ଦନ ।
ଆପଣ ଏହାକୁ ଫେସବୁକ୍ କିମ୍ବା ହ୍ବାଟସ୍ ଆପ୍ ସାହାଯ୍ୟରେ ନିଜ ସାଙ୍ଗମାନଙ୍କୁ ପଠାଇ ପାରିବେ । ଆମେ ଜାନୁଆରୀ ୧ରେ ନୂତନ ବର୍ଷକୁ ଅତି ଉତ୍ସାହର ସହିତ ପାଳନ କରୁ । ଏହି ଦିନ ସମସ୍ତେ ବାର୍ତ୍ତା କିମ୍ବା ଫୋନ୍ ସାହାଯ୍ୟରେ ପରସ୍ପରକୁ ଅଭିନନ୍ଦନ ଜଣାନ୍ତି । ଯଦି ଆପଣ ନିଜର ଗର୍ଲଫ୍ରେଣ୍ଡ କିମ୍ବା ପ୍ରେମିକକୁ ନୂତନ ବର୍ଷ ପାଇଁ ଏକ ବିଶେଷ ଉପାୟରେ ଶୁଭେଚ୍ଛା ଜଣାଇବାକୁ ଚାହୁଁଛନ୍ତି, ତେବେ ଆପଣ ଏହି କବିତା ଗୁଡ଼ିକୁ ବ୍ୟବହାର କରିପାରିବେ। ଏଥିସହ ଯଦି ଆପଣ ମଧ୍ୟ କିଛି ନୂଆ ବାର୍ତ୍ତା ଜାଣିଛନ୍ତି ତେବେ କମେଣ୍ଟ ବକ୍ସରେ ଜଣାନ୍ତୁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।