News 18 Odia Digital
Hanuman jayanti 2023: ଆଗକୁ ଆସୁଛି ହନୁମାନ ଜୟନ୍ତୀ ତଥା ପଣା ସଂକ୍ରାନ୍ତି । ଏହିଦିନକୁ ଆମେ ସମସ୍ତେ ଓଡ଼ିଆ ନବବର୍ଷ ଭାବରେ ପାଳନ କରିଥାଉ । ଘରେ ଘରେ ପଣା ତିଆରି କରିବା ସହ ଦେବାଦେବୀଙ୍କ ସମେତ ତୁଳସୀ ଓ ବେଲ ଗଛ ମୂଳରେ ମଧ୍ୟ ପଣା ଅର୍ପଣ କରିଥାଉ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଓଡ଼ିଶା ସମେତ ଅନ୍ୟ ରାଜ୍ୟ ଗୁଡିକରେ ମଧ୍ୟ ପଣା ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀକୁ ଖୁବ୍ ବଡ଼ ଆକାରରେ ପାଳନ କରାଯାଇଥାଏ । ରାଜସ୍ଥାନ(rajasthan)ରେ ମଧ୍ୟ ପୁରାତନ ରୀତିନୀତି ଅନୁସାରେ ପର୍ବ ପାଳନ କରାଯାଏ । ସେଠାରେ ଏପରି ଅନେକ ପ୍ରାଚୀନ ମନ୍ଦିର ଅଛି, ଯେଉଁଠି ଖୁବ ବଡ଼ ଆକାରରେ ପର୍ବପର୍ବାଣୀ ପାଳନ କରାଯାଇଥାଏ । ଆଜି ଆମେ ଆପଣଙ୍କୁ ଏପରି ଏକ ହନୁମାନ ମନ୍ଦିର ବିଷୟରେ କହିବାକୁ ଯାଉଛୁ । ଯାହା ଏହାର ପରମ୍ପରା ପାଇଁ ସମଗ୍ର ରାଜସ୍ଥାନରେ ପ୍ରସିଦ୍ଧ ।
ଆପଣଙ୍କୁ ପ୍ରଥମେ କହିବାକୁ ଚାହିଁବୁ, ମନ୍ଦିରର ନାଁ ଶୁଣିବା ପରେ ସର୍ବପ୍ରଥମେ ମନ୍ଦିରରେ ମିଳୁଥିବା ପ୍ରସାଦର କଥା ଅନେକଙ୍କ ମନକୁ ଆସିଥାଏ । ସାଧାରଣତଃ ହନୁମାନଙ୍କ ମନ୍ଦିରରେ ନଡିଆ (coconut), କଦଳୀ ଓ ଅନ୍ୟାନ୍ୟ ଫଳ ଭୋଗ ଲଗାଯାଇଥାଏ । କିନ୍ତୁ ଭିଲୱାରା ସହରରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ପ୍ରତିବର୍ଷ ଏକ ସ୍ୱତନ୍ତ୍ର ମହାପ୍ରସାଦ ଭଗବାନ ହନୁମାନଙ୍କୁ ଅର୍ପଣ କରାଯାଏ ।
ଭିଲୱାରା ସହରର କେନ୍ଦ୍ରରେ ଅବସ୍ଥିତ ସଙ୍କଟ ମୋଚାନ ହନୁମାନ ମନ୍ଦିରରେ ହନୁମାନ ଜୀଙ୍କୁ ୨୫ କ୍ୱିଣ୍ଟାଲ କେସର କାଜୁ କାଟଲିର ମହାପ୍ରସାଦ ଅର୍ପଣ କରାଯାଏ । ଏହାକୁ ତିଆରି କରିବା ପାଇଁ ୩୫ରୁ ଅଧିକ ରୋଷେୟା ନିୟୋଜିତ ହୋଇଥାନ୍ତି । ଭିଲୱାରା ସହରର ଏହି ମନ୍ଦିର କେବଳ ଭିଲୱାରା ଜିଲ୍ଲାରେ ନୁହେଁ ବରଂ ସମଗ୍ର ରାଜ୍ୟରେ ପରିଚିତ । ପାଖାପାଖି ୨୦ ବର୍ଷର ପୁରୁଣା ପରମ୍ପରା ପାଇଁ ସମଗ୍ର ମେୱାରରେ ଏକ ସ୍ୱତନ୍ତ୍ର ମାନ୍ୟତା ପାଇଛି ଏହି ମନ୍ଦିର । ଏଥିସହ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କର ବିଶ୍ୱାସ ରହିଛି ଯେ, ଏହି ମନ୍ଦିରରେ ପୂଜା ପାଉଥିବା ପ୍ରଭୁ ହନୁମାନଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।
ସଙ୍କଟ ମୋଚାନ ହନୁମାନ ମନ୍ଦିରର ମହନ୍ତ ବାବୁ ଗିରି ମହାରାଜଙ୍କ କହିବାନୁଯାୟୀ, ଗତ ୧୬ ବର୍ଷ ଧରି ଭିଲୱାରା ସହରର ମୁଖ୍ୟ ଡାକଘର ନିକଟରେ ଅବସ୍ଥିତ ଶ୍ରୀ ସଙ୍କଟ ମୋଚାନ ହନୁମାନ ମନ୍ଦିରରେ ୨୫ଶହ କିଲୋଗ୍ରାମ କାଜୁ କାଟଲିର ମହାପ୍ରସାଦ ଭଗବାନ ହନୁମାନ ଜୀଙ୍କୁ ଅର୍ପଣ କରାଯାଇଥିଲା । ଏହି ମହାପ୍ରସାଦ
ସୂଚନାଯୋଗ୍ୟ, ବର୍ଷ ବର୍ଷ ଧରି ମନ୍ଦିରରେ ହନୁମାନ ଜୀଙ୍କୁ ୨୫ଶହ କିଲୋ ଜାଫର ଏବଂ କାଜୁ ବାଦାମ ଦିଆଯାଉଛି । କିନ୍ତୁ ଏଥର ହନୁମାନଜୀଙ୍କ ଜୟନ୍ତୀରେ ୧୧ କେଜିର କେକ୍ ମଧ୍ୟ କଟାଯିବ। ପରେ କାଜୁ ବାଦାମ ଭକ୍ତମାନଙ୍କୁ ପ୍ରସାଦ ଭାବରେ ବଣ୍ଟନ କରାଯିବ । ହନୁମାନ ଜୟନ୍ତୀ ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସହ ସାଜସଜ୍ଜା କରାଯାଇଥାଏ । ଭକ୍ତମାନେ ଉତ୍ସାହର ସହ ଏସବୁ କାର୍ଯ୍ୟ କରିଥାନ୍ତି ।
ଏହି ଖବର ପଢ଼ନ୍ତୁ -
Googleର ସିକ୍ରେଟ୍ ପ୍ଲାନ! କମ୍ ଦାମରେ ଆଣୁଛି ଫୋନ.. iphoneକୁ ଦେବ ଟକ୍କର !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।