India vs Australia: ହନୁମା ବିହାରୀ ଓ ରବିନ୍ଦ୍ର ଜାଡେଜା ବାଦ୍ ପଡିଲେ; ବର୍ତ୍ତମାନ ବ୍ରିସବେନରେ ଏହା ହୋଇପାରେ ଭାରତର ପ୍ଲେଇଂ XI

India vs Australia: ସିଡନୀ ଟେଷ୍ଟରେ ଆହତ ହୋଇଥିବା ହନୁମା ବିହାରୀ (Hanuma Vihari) ଓ ରବିନ୍ଦ୍ର ଜାଡେଜା (Ravindra Jadeja) ବ୍ରିସବେନ ଟେଷ୍ଟରୁ ବାଦ ପଡିଛନ୍ତି । ଜାଡେଜାଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି ।

India vs Australia: ହନୁମା ବିହାରୀ ଓ ରବିନ୍ଦ୍ର ଜାଡେଜା ବାଦ୍ ପଡିଲେ; ବର୍ତ୍ତମାନ ବ୍ରିସବେନରେ ଏହା ହୋଇପାରେ ଭାରତର ପ୍ଲେଇଂ XI
ସିଡନୀ ଟେଷ୍ଟରେ ଆହତ ହୋଇଥିବା ହନୁମା ବିହାରୀ ଓ ରବିନ୍ଦ୍ର ଜାଡେଜା ବ୍ରିସବେନ ଟେଷ୍ଟରୁ ବାଦ ପଡିଛନ୍ତି
  • News18 Odia
  • Last Updated: January 12, 2021, 9:35 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡ଼ର-ଗାଭାସ୍କର ଟ୍ରଫିରେ ଭାରତୀୟ ଖେଳାଳି ମାନଙ୍କ ଆହତ ହୋଇ ଟିମରୁ ବାଦ ପଡ଼ିବାର ପକ୍ରିୟା ଜାରି ରହିଛି । ଏହା ସତ୍ତ୍ୱେ ଟିମ୍ ଇଣ୍ଡିଆ ମେଲବର୍ଣ୍ଣରେ ଏକ ଐତିହାସିକ ବିଜୟ ହାସଲ କରବା ସହ ସିଡନୀ ଟେଷ୍ଟକୁ ଏକ ଆକର୍ଷଣୀୟ ଭାବେ ଡ୍ର କରିବାରେ ସମର୍ଥ ହୋଇଛି । ଭାରତ ପାଇଁ ଏକ ଖରାପ ଖବର ହେଉଛି ସିଡନୀ ଟେଷ୍ଟରେ ବ୍ୟାଟିଂ ସମୟରେ ଆହତ ହୋଇଥିବା ରବିନ୍ଦ୍ର ଜାଡେଜା ଓ ହନୁମା ବିହାରୀ ବ୍ରିସବେନରେ ଖେଳାଯିବାକୁ ଥିବା ସିରିଜର ଶେଷ ତଥା ଅନ୍ତିମ ଟେଷ୍ଟରୁ ବାଦ ପଡିଛନ୍ତି । ଜାଡେଜାଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି ।

ଭାରତ ପାଖରେ ସୀମିତ ବିକଳ୍ପ ଅଛି
ବର୍ତ୍ତମାନ ପର୍ଯ୍ୟନ୍ତ ମହମ୍ମଦ ଶାମି, ଉମେଶ ଯାଦବ, ରବିନ୍ଦ୍ର ଜାଡେଜା ଓ ହନୁମା ବିହାରୀ ଆହତ କାରଣରୁ ଟେଷ୍ଟ ସିରିଜରୁ ବାହାରି ସାରିଛନ୍ତି । ଏହା ବ୍ୟତୀତ ସିଡନୀ ଟେଷ୍ଟ ପୂର୍ବରୁ କେ.ଏଲ୍ ରାହୁଲଙ୍କ ହାତରେ ମଧ୍ୟ ଆଘାତ ଲାଗିଥିଲା । ଅଭ୍ୟାସ ସମୟରେ ତାଙ୍କ ହାତରେ ବଲ ବାଜିବା ଦ୍ୱାରା ସେ ଆଘାତ ହୋଇଥିଲା । ସିଡନୀ ଟେଷ୍ଟରେ ଋଷଭ ପନ୍ତ ଓ ରବିଚନ୍ଦ୍ରନ ଅଶ୍ୱିନ ଆହତ ଓ ଯନ୍ତ୍ରଣା ସତ୍ତ୍ୱେ ମଧ୍ୟ ଖେଳିଥିଲେ । ବର୍ତ୍ତମାନ ଭାରତ ପାଖରେ ସୀମିତ ଖେଳାଳିଙ୍କ ବିକଳ୍ପ ଅଛି ଯେଉଁମାନଙ୍କୁ ପୂର୍ବରୁ ପ୍ଲେଇଂ ଏକାଦଶରେ ସାମିଲ କରାଯାଇନଥିଲା ।

ଅଗ୍ରୱାଲ-ସାହାଙ୍କୁ ମିଳିବ ସୁଯୋଗ
ହନୁମା ବିହାରୀଙ୍କ ବିକଳ୍ପ ଭାବରେ ରିଦ୍ଧିମାନ ସାହାଙ୍କୁ ୱିକେଟ୍ ରକ୍ଷକ ତଥା ଋଷଭ ପନ୍ତଙ୍କୁ ବ୍ୟାଟ୍ସମ୍ୟାନ୍ କିମ୍ବା ମାୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ କ୍ରମରେ ସ୍ଥାନ ଦିଆଯାଇପାରେ । ସିଡନୀ ଟେଷ୍ଟର ଚତୁର୍ଥ ଇନିଂସରେ ପନ୍ତ ୯୭ ରନ୍ ସଂଗ୍ରହ କରିଥିଲେ । ସେ ଯନ୍ତ୍ରଣାମୁକ୍ତି ଔଷଧ ଖାଇ ବ୍ୟାଟିଂ କରିଥିଲେ । ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ପନ୍ତ ୱିକେଟ୍ କିପିଂ ପାଇଁ ଯାଇ ନଥିଲେ ଓ ତାଙ୍କ ବଦଳରେ ସାହା ୱିକେଟ୍ କିପିଂ କରିଥିଲେ । ଏଭଳି ପରିସ୍ଥିତିରେ ବ୍ରିସବେନ ଟେଷ୍ଟରେ ସାହା ୱିକେଟ୍ କିପିଂ ଦାୟିତ୍ବ ନିଭାଇ ପାରନ୍ତି ଓ ପନ୍ତ କେବଳ ବ୍ୟାଟିଂ ଉପରେ ଧ୍ୟାନ ଦେବେ ।

ଜାଡେଜାଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁର ଦଳରେ ଯୋଗ ଦେଇଛନ୍ତି
ଆହତ ଜାଡେଜାଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ବିସିସିଆଇ ସୂଚନା ଦେଇଛି । ଏହି କ୍ରମରେ ଅଜିଙ୍କ୍ୟ ରାହାଣେ ପାଞ୍ଚ ଜଣ ବୋଲରଙ୍କ ସହ ଅବତରଣ ରଣନୀତି ଆପଣେଇଛନ୍ତି । ଏପରି ପରିସ୍ଥିତିରେ ଠାକୁରଙ୍କୁ ପ୍ଲେଇଂ ଏକାଦଶରେ ସାମିଲ କରାଯାଇପାରେ । ଏହି ମୁମ୍ବାଇ କ୍ରିକେଟର ମଧ୍ୟ ଦ୍ରୁତ ବୋଲିଂ ସହିତ ନିମ୍ନ କ୍ରମରେ ଭଲ ବ୍ୟାଟିଂ ମଧ୍ୟ କରନ୍ତି । ଏଭଳି ପରିସ୍ଥିତିରେ ଟି.ନାଟାରାଜନଙ୍କ ଅପେକ୍ଷା ଶାର୍ଦ୍ଦୁଲ ଠାକୁରଙ୍କୁ ଅଧିକ ପସନ୍ଦ କରାଯାଇପାରେ ।

ଭାରତର ସମ୍ଭାବ୍ୟ ପ୍ଲେଇଂ XI
ଶୁଭମାନ ଗିଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରିଦ୍ଧିମାନ ସାହା / ମାୟାନକ ଅଗ୍ରୱାଲ, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମ୍ରା, ନବଦୀପ ସାଇନି ଓ ମହମ୍ମଦ ସିରାଜ ।
Published by: Jagdish Barik
First published: January 12, 2021, 9:35 AM IST
corona virus btn
corona virus btn
Loading