ମୁହଁରେ ପେଣ୍ଟ୍ ବ୍ରଶ୍ ଧରି ଦିବ୍ୟାଙ୍ଗ ପିଲାଟି ତିଆରି କଲା ସୋନୁ ସୁଦଙ୍କ ସ୍କେଚ୍; ଭିଡ଼ିଓ ଭାଇରଲ ହେଲା
ସୋନୁ ସୁଦ ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯାହା ଦେଖିବା ପରେ ସେ ଭାବପ୍ରବଣ ହୋଇ ଯାଇଥିଲେ । ଏହି ଭିଡିଓଟି ଏକ ଭିନ୍ନକ୍ଷମ ପିଲାର ଅଟେ । ଯେଉଁଥିରେ ସେ ନିଜ ପାଟିରେ ଏକ ପେଣ୍ଟ୍ ବ୍ରଶ୍ ଧରି ସୋନୁ ସୁଦଙ୍କ ସ୍କେଚ୍ ପ୍ରସ୍ତୁତ କରୁଛି ।

ମୁହଁରେ ପେଣ୍ଟ୍ ବ୍ରଶ୍ ଧରି ଦିବ୍ୟାଙ୍ଗ ପିଲାଟି ତିଆରି କଲା ସୋନୁ ସୁଦଙ୍କ ସ୍କେଚ୍
- News18 Odia
- Last Updated: December 31, 2020, 12:00 PM IST
ମୁମ୍ବାଇ: ବଲିଉଡରୁ (Bollywood) ଏହି କରୋନା ସମୟର ଲୋକଙ୍କ ପାଇଁ 'ଦେବ ଦୂତ' ଭାବରେ ଉଭା ହୋଇଥିବା ରିୟଲ ହିରୋ ଅଭିନେତା ସୋନୁ ସୁଦ (Sonu Sood) ସୋସିଆଲ ମିଡିଆରେ (Social Media) ବହୁତ ସକ୍ରିୟ ରହିଥାନ୍ତି । ଯେହେତୁ ସେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗରେ ରୁହନ୍ତି । ସେହିଭଳି ଲୋକମାନେ ମଧ୍ୟ ନିଜ ନିଜ ଷ୍ଟାଇଲରେ ତାଙ୍କ ପ୍ରତି କୃତଜ୍ଞତା ଓ ଭାବନା ପ୍ରକାଶ କରନ୍ତି । ସୋନୁ ସୁଦ ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯାହା ଦେଖିବା ପରେ ସେ ଭାବପ୍ରବଣ ହୋଇ ଯାଇଥିଲେ । ଏହି ଭିଡିଓଟି ଏକ ଭିନ୍ନକ୍ଷମ ପିଲାର (Handicap Child) ଅଟେ । ଯେଉଁଥିରେ ସେ ନିଜ ପାଟିରେ ଏକ ପେଣ୍ଟ୍ ବ୍ରଶ୍ ଧରି ସୋନୁ ସୁଦଙ୍କ ସ୍କେଚ୍ ପ୍ରସ୍ତୁତ କରୁଛନ୍ତି ।
View this post on Instagram
ସୋନୁ ସୁଦଙ୍କୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି । ଏହା ସହିତ ସୋନୁଙ୍କର ଏହି ପୋଷ୍ଟ ମଧ୍ୟ ବହୁତ ଦ୍ରୁତ ଗତିରେ ଭାଇରଲ ହେଉଛି । କମେଣ୍ଟ ବକ୍ସରେ ଥିବା ପ୍ରଶଂସକମାନେ ଏହି ପିଲାଙ୍କୁ ବହୁତ ପ୍ରଶଂସା କରୁଥିବାବେଳେ ସୋନୁ ସୁଦଙ୍କୁ ମଧ୍ୟ ପ୍ରଶଂସା କରୁଛନ୍ତି ।
ଏହି ବିଚରା ପିଲାଟି ଏକ ଦୁର୍ଘଟଣାରେ ନିଜ ହାତ ଓ ଗୋଡ ହରାଇ ଥିଲା । ନଅ ବର୍ଷର ଏକ ଛୋଟ ଶିଶୁର ନାମ ମଧୁ କୁମାର ବୋଲି କୁହାଯାଉଛି । ମଧୁ ତେଲେଙ୍ଗାନାର ମେଡାକ ଜିଲ୍ଲାର ବାସିନ୍ଦା । ତାଙ୍କର କାହାଣୀ ଆଜିକାଲି ଲୋକଙ୍କ ହୃଦୟକୁ ସ୍ପର୍ଶ କରୁଛି । ହାତ ଓ ପାଦ ହରାଇବା ସତ୍ତ୍ୱେ ମଧୁ ପାଟିରେ ପେଣ୍ଟ୍ ବ୍ରସ୍ ବ୍ୟବହାର କରି ଚମତ୍କାର ଚିତ୍ର କରନ୍ତି ।