ସଉକର କୌଣସି ମୂଲ୍ୟ ନଥାଏ ! ୪୪ ହଜାର ଟଙ୍କା ଦେଇ BSNL ସିମ୍‌ କିଣିଲେ ଜଣେ ବ୍ୟକ୍ତି

ସଉକର କୌଣସି ମୂଲ୍ୟ ନଥାଏ ! ୪୪ ହଜାର ଟଙ୍କା ଦେଇ BSNL ସିମ୍‌ କିଣିଲେ ଜଣେ ବ୍ୟକ୍ତି

ସଉକର କୌଣସି ମୂଲ୍ୟ ନଥାଏ ! ୪୪ ହଜାର ଟଙ୍କା ଦେଇ BSNL ସିମ୍‌ କିଣିଲେ ଜଣେ ବ୍ୟକ୍ତି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ହିମାଚଳ ପ୍ରଦେଶ : କୁହାଯାଏ ଯେ କି ସଉକର କୌଣସି ମୂଲ୍ୟ ନଥାଏ । ଜଣେ ବ୍ୟକ୍ତି ନିଜର ସଉକକୁ ପୂରଣ କରିବାକୁ ଯେକୌଣସି ସ୍ତରକୁ ଯାଇପାରେ । ଯାହାବି ହେଉ, ଆପଣ ମହଙ୍ଗା ଯାନ ପାଇଁ କିମ୍ବା ଭିଆଇପି ନମ୍ବର ପାଇଁ ଟେଣ୍ଡର ମାମଲା ନିଶ୍ଚୟ ପଢିଥିବେ ଓ ଦେଖିଥିବେ । ବର୍ତ୍ତମାନ ହିମାଚଳ ପ୍ରଦେଶର ହମିରପୁର ଜିଲ୍ଲାରେ ମଧ୍ୟ ଏଭଳି ଘଟଣା ଘଟିଛି । ଏଠାରେ ଜଣେ ବ୍ୟକ୍ତି 44,000 ଟଙ୍କା ଦେଇ ଏକ ଭିଆଇପି ନମ୍ବର କିଣିଛନ୍ତି । BSNLର ଏହି ସିମ୍‌କୁ ଯୋଗୀନ୍ଦର କୁମାର କିଣିଛନ୍ତି ।

ସୂଚନାନୁସାରେ, ହିମାଚଳ ପ୍ରଦେଶର ସିଏମ ସୁଖୱିନ୍ଦର ସିଂ ସୁଖୁଙ୍କ ଘର ହମିରପୁରର ନାଦାଉନ ଜିଲ୍ଲାରେ ଘଟିଛି ଏପରି ଘଟଣା । ନାଦାଉନ୍ ସବ-ଡିଭିଜନର କାଲୁର ପଞ୍ଚାୟତର ଡେପୁଟି ହେଡ୍ ହେଉଛନ୍ତି ଯୋଗୀନ୍ଦର କୁମାର। ନିଜ ପସନ୍ଦର ମୋବାଇଲ୍ ନମ୍ବର ପାଇବା ପାଇଁ ସେ 44,400 ଟଙ୍କା ଖର୍ଚ୍ଚ କରିଛନ୍ତି ।

ପଢନ୍ତୁ ଏହି ଖବର :  Govt Jobs: ବିନା କୌଣସି ପରୀକ୍ଷାରେ Air indiaରେ ନିଯୁକ୍ତି ସୁଯୋଗ

ଯୋଗୀନ୍ଦର କୁମାର କହିଛନ୍ତି ଯେ ସେ ଦୀର୍ଘ ଦିନ ଧରି ଏହି ନମ୍ବର ପାଇବାକୁ ଚେଷ୍ଟା କରୁଥିଲେ । ସେ BSNLର ଏହି ପ୍ଲାନ୍‌ ବିଷୟରେ ଜାଣିବା ମାତ୍ରେ ସେ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ଓ ଟେଣ୍ତର ସମୟରେ 44,400 ଟଙ୍କା ଦେଇ ତାଙ୍କ ପସନ୍ଦର ନମ୍ବର କିଣିଥିଲେ । ସେ BSNLର ଅନେକ ନମ୍ବର ମଧ୍ୟ କିଣିଛନ୍ତି, ଯାହାର ଶେଷ ଛଅ ସଂଖ୍ୟା ହେଉଛି 000009 । ଏଭଳି ମହଙ୍ଗା ନମ୍ବର କିଣିବାକୁ ନେଇ ସାରା ଜିଲ୍ଲାରେ ଆଲୋଚନା ସୃଷ୍ଟି ହୋଇଛି ।

ପଢନ୍ତଉ ଏହି ଖବର :  ଶ୍ରୀରାମଙ୍କ ନାମରେ ଦେଢ କୋଟିର FD! ନୋଟିସ ପଠାଇଲା ଆୟକର ବିଭାଗ

ନିକଟରେ ହିମାଚଳ ପ୍ରଦେଶରେ ଏକ ଗାଡିର ଭିଆଇପି ନମ୍ବର ଅନ୍‌ଲାଇନ୍‌ରେ ନିଲାମ ମଧ୍ୟ ଅନେକ ଆଲୋଚନ ସୃଷ୍ଟି କରିଥିଲା । ତେବେ ସେତେବେଳେ ଏହି ନମ୍ବର ପାଇିବା ପାଇଁ ୧ କୋଟି ୧୨ ଲକ୍ଷ ଟଙ୍କା ଟେଣ୍ତର ରଖା ଯାଇଥିଲା । ତେବେ ପରେ ଟେଣ୍ତରଧାରୀମାନେ ନମ୍ବର ନେବାକୁ ମନା କରିଦେଇଥିଲେ । କୋଟଖାଇ, ଶିମଲାରେ ଏହି ନମ୍ବର ପାଇଁ ଏକ ଅନଲାଇନ୍ ଟେଣ୍ତର ହୋଇଥିଲା ଏବଂ ଦେଶ ରାଜ ନାମକ ଜଣେ ବ୍ୟକ୍ତି ସର୍ବାଧିକ ଟେଣ୍ତର ଡାକିଥିଲେ । କିନ୍ତୁ ପରେ ଶ୍ରେଷ୍ଠ ତିନିଜଣ ଟେଣ୍ତରଧାରୀ ଏହି ନମ୍ବର କିଣିବାକୁ ମନା କରିଦେଇଥିଲେ।
Published by:Sujit Swain
First published: