News18 Odia Digital
Hallmarking On Gold: ଏପ୍ରିଲ୍ ପହିଲା ଅର୍ଥାତ ଆଜିଠୁ ବିନା ହଲ୍ମାର୍କ(Hall Mark)ରେ ସୁନା(Gold) ବିକ୍ରି ହେବ ନାହିଁ । ଯେଉଁ ଗହଣାରେ ଛଅ ସଂଖ୍ୟା ବିଶିଷ୍ଟ ଏଚ୍ୟୁଆଇଡି ନମ୍ବର(HUID no) ଥିବ କେବଳ ସେଗୁଡ଼ିକୁ ବିକ୍ରି ଲାଗି ଅନୁମତି ଦିଆଯିବ। ହଲମାର୍କ ଥିବା ସୁନା ଶୁଦ୍ଧ ସୁନା ବୋଲି ଗଣନା କରାଯାଏ । ୨୦୨୧ ଜୁନ୍ ୧୬ ପର୍ଯ୍ୟନ୍ତ ସୁନା ହଲ୍ମାର୍କିଂ ସ୍ବେଚ୍ଛାଧୀନ ଥିଲା। ନିକଟରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ଏହାକୁ କଡାକଡି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ବର୍ତ୍ତମାନ ସୁନାରେ ହଲମାର୍କିଂ କରିବା ବାଧ୍ୟତାମୂଳକ। ସମୁଦାୟ ୨୮୮ ଜିଲ୍ଲାରେ ଏହା ଲାଗୁ ହୋଇଛି। ୫୫ ଟି ଜିଲ୍ଲାରେ ଏହାକୁ ବାଧ୍ୟତାମୂଳକ କରିବା କାର୍ଯ୍ୟ ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ୨୫୬ଟି ଜିଲ୍ଲାରେ ସୁନା ହଲ୍ମାର୍କିଂକୁ ବାଧ୍ୟତାମୂଳକ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ୩୨ଟି ଜିଲ୍ଲାକୁ ସେଥିରେ ସାମିଲ କରାଯାଇଛି । କ୍ଷୁଦ୍ର ସଂସ୍ଥାରେ ଗୁଣାତ୍ମକ ମାନ ସଂସ୍କୃତିର ପ୍ରସାର କରିବା ଲାଗି ବିଭିନ୍ନ ଉତ୍ପାଦ ସାଟିର୍ଫିକେସନ ସ୍କିମ୍ରେ ସେମାନଙ୍କୁ ସାର୍ଟିଫିକେସନ୍ ଓ ସର୍ବନିମ୍ନ ମାର୍କିଂ ଫି ଉପରେ ୮୦ ପ୍ରତିଶତ ରିହାତି ଦେବାକୁ ନିଷ୍ପତ୍ତି ନିଆଯାଇଛି।
ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ସଚିବ ନିଧି ଖାଡେ କହିଛନ୍ତି ଯେ ଗ୍ରାହକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ହଲ୍ମାର୍କ ହୋଇନଥିବା ସୁନା ଗହଣାଗୁଡ଼ିକର ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ । ସେ କହିଥିଲେ ଯେ ସାରା ଦେଶରେ ଏବେ ହଲ୍ମାର୍କିଂ ହୋଇଥିବା ସୁନା ଗହଣା ବିକ୍ରି ହୋଇଛି। ଗ୍ରାହକମାନେ ସେଭଳି ସୁନାର ଦାବି କରୁଥିବାରୁ ଯେଉଁ ଜିଲ୍ଲାରେ ହଲମାର୍କିଂ ବାଧ୍ୟତାମୂଳକ ହୋଇନାହିଁ, ସେଠାରେ ମଧ୍ୟ ତାହା ବିକ୍ରି କରାଯାଉଛି।
ବିନା ହଲମାର୍କରେ ବିକ୍ରି ହେବନି ସୁନା ଗହଣା; HUID ମାର୍କ ସହ ୬ ଡିଜିଟ ନମ୍ୱର୍ ବାଧ୍ୟତାମୂଳକସୁନା ବିକ୍ରି କରିବାକୁ ହେଲେ ସୁନା ଗହଣା ଉପରେ ହଲମାର୍କ ଚିହ୍ନ ସାଙ୍ଗକୁ ରହିବ HUID ମାର୍କ। ପ୍ରତିଟି ସୁନା ଅଳଙ୍କାରରେ ରହିବ ସ୍ୱତନ୍ତ୍ର କୋଡ଼ । ସେଇ କୋଡକୁ BIS ଆପରେ ଦେଲେ ସୁନାର ସଠିକ୍ ମାନ ଓ ତଥ୍ୟ ପାଇବେ ଗ୍ରାହକ। କିନ୍ତୁ ଯଦି ଆପଣଙ୍କ ପାଖରେ ପୁରୁଣା ଗହଣା ଅଛି ଓ ଏପ୍ରିଲ ପହିଲାରୁ ନିୟମ ବଦଳିବା ପରେ ମଧ୍ଯ ଆପଣ ଅସୁବିଧାରେ ପଡ଼ିବେ ନାହିଁ । ଗ୍ରାହକମାନେ ଶୁଦ୍ଧ ସୁନା ଏଣିକି ହଲମାର୍କ କୋଡ଼ ଦେଖି କିଣନ୍ତୁ । ତାହେଲେ ସୁନା ଠକାମିରେ ପଡିବେ ନାହିଁ ।
ପୂର୍ବରୁ ଗ୍ରାହକ ମାନେ କିଭଳି ଠକାମୀର ଶିକାର ନେବେ ସେଥିପାଇଁ ଏହି ହଲମାର୍କ ବ୍ୟବସ୍ଥା କରାଯାଇଥିଲା। ହେଲେ ଏହାରି ଭିତରେ ୨୦ବର୍ଷ ବିତିଥିଲେ ବି ଏହାର ସତ୍ୟାସତ୍ୟ ସଠିକ୍ ଜଣା ପଡ଼ିଲା ନାହିଁ। ଏବେ HUID ନମ୍ୱର୍ କେତେ ସହାୟକ ହେବ ଦେଖିବା ବାକି ରହିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।