News18 Odia Digital
Rajasthan elections: ରାଜସ୍ଥାନରରେ ଲୋକପ୍ରିୟତା ହରାଉଛି କଂଗ୍ରେସ (Congress) ! ଆଗାମୀ ବିଧାନସଭା ନିର୍ବାଚନରେ (Assembly Election) ବଡ଼ ପରାଜୟର ମୁହଁ ଦେଖିପାରେ ଦଳ। ସବୁଠାରୁ ବଡ଼ କଥା ହେଲା ଏହି ଆକଳନ କୌଣସି ବାହ୍ୟ ସଂସ୍ଥାର ନୁହଁ ଖୋଦ୍ କଂଗ୍ରେସର ସର୍ଭେ କହୁଛି । ମିଳିଥିବା ସୂଚନା ଅନୁସାରେ ୨୦୧୮ ନିର୍ବାଚନରେ କଂଗ୍ରେସର ୯୯ ଜଣ ବିଧାୟକ ବିଜୟୀ ହୋଇଥିବା ବେଳେ ଏମାନଙ୍କୁ ଟିକେଟ ଦେଲେ ଅଧାରୁ ଅଧିକ ମନ୍ତ୍ରୀ ଓ ବିଧାୟକ ପରାସ୍ତ ହେବେ ।
ରାଜସ୍ଥାନ କଂଗ୍ରେସରେ କନ୍ଦଳ ଚାଲିଥିବା ବେଳେ ଦଳୀୟ ଭାବମୂର୍ତ୍ତି ସଜାଡ଼ିବାକୁ କେନ୍ଦ୍ରୀୟ ନେତୃତ୍ବ ପ୍ରୟାସ ଆରମ୍ଭ କରିଛନ୍ତି । ଏହି କ୍ରମରେ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧୱା ବିଧାୟକ ଓ ମନ୍ତ୍ରୀମାନଙ୍କ ସହ ଜଣଜଣ କରି ଆଲୋଚନା କରିଛନ୍ତି ।
ଏପ୍ରିଲ ୧୭ରୁ ୨୦ ଭିତରେ ମୁଖ୍ୟମନ୍ତ୍ରୀ ଗେହଲଟ, ରାଜସ୍ଥାନ କଂଗ୍ରେସ ସଭାପତି ଗୋବିନ୍ଦ ଦୋତସରାଙ୍କ ସମେତ ସମସ୍ତ ବିଧାୟକ ନିଜ ମତ ରଖିଥିଲେ । ତେବେ ଏଥରେ ୨ ଜଣ ମନ୍ତ୍ରୀ ଓ ୧୪ ବିଧାୟକ ଅନୁପସ୍ଥିତ ଥିଲେ । ଆଲୋଚନା ପରେ ଜଣା ପଡ଼ିଛି ଯେ, ଅନେକ ମନ୍ତ୍ରୀ ଓ ବିଧାୟକଙ୍କ ପ୍ରଦର୍ଶନ ଭଲ ନାହିଁ ଏବଂ ଲୋକମାନେ ସେମାନଙ୍କୁ ଆଉ ପସନ୍ଦ କରୁନାହାନ୍ତି । ରନ୍ଧୱା ଅନେକ ବିଧାୟକଙ୍କ ସହ ସିଧାସଳଖ କଥାବାର୍ତ୍ତା କରି ଏଥର ସେମାନଙ୍କ ପାଇଁ ଜିତିବା ମୁସ୍କିଲ ହୋଇପଡ଼ିବ ବୋଲି ସୂଚାଇଥିଲେ। ତେଣୁ ସମୟ ଥାଉ ଥାଉ ବିଧାୟକ ଓ ମନ୍ତ୍ରୀମାନେ ସେମାନଙ୍କ ସ୍ଥିତି ସୁଧାରିବାକୁ ଓ ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ ଦଳର ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି।
ଏବର୍ଷ ଶେଷ ଆଡ଼କୁ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବା ବେଳେ କଂଗ୍ରେସର ଇଣ୍ଟରନ୍ୟାଲ ରିପୋର୍ଟରେ ଏଥର ୯୩ଟି ଆସନରେ ସ୍ଥିତି ଦୁର୍ବଳ ଥିବା କୁହାଯାଉଛି । ସେଥି ମଧ୍ୟରୁ ୫୨ଟି ଆସନରେ କଂଗ୍ରେସ ଗତ ତିନିଟି ନିର୍ବାଚନରେ ପରାସ୍ତ ହୋଇଥିଲା। ୨୦୧୩ ନିର୍ବାଚନରେ କଂଗ୍ରେସ ମାତ୍ର ୨୧ଟି ଆସନ ହାତେଇଥିଲା ଏବଂ ଦଳର ୩୧ ମନ୍ତ୍ରୀ ଓ ୭୦ ବିଧାୟକ ନିଜ ଆସନ ରକ୍ଷା କରିବାରେ ବିଫଳ ହୋଇଥିଲେ ।
ଏଥର ସମ୍ଭାବ୍ୟ ପରାଜୟକୁ କାଉଣ୍ଟର କରିବାକୁ କଂଗ୍ରେସ ମନ୍ତ୍ରୀ ବିଧାୟକଙ୍କ ସହ ପ୍ରାୟ ୬୦ ଜଣଙ୍କ ଟିକେଟ କାଟିବା ନେଇ ଚର୍ଚ୍ଚା ହେଉଛି ।
ପଢ଼ନ୍ତୁ ଏହି ଖବର: http://ଲାଗୁଛି କି ଅଧିକ ଗରମ? ମାତ୍ର ୧୮୦୦ ଟଙ୍କାରେ ଆଣନ୍ତୁ AC; କାଶ୍ମୀର ପରି ଦେବ ଥଣ୍ଡାକିଛି ନୂଆ ମୁହଁଙ୍କୁ ମଧ୍ୟ ଟିକେଟ୍ ଦେବା କଥା ଚିନ୍ତା କରୁଥିବା ଜଣାପଡ଼ିଛି । ଏଥିରେ ବିଭିନ୍ନ କ୍ଷେତ୍ରର ସେଲିବ୍ରିଟି ରହିଛନ୍ତି । ତୃଣମୂଳସ୍ତରରେ ଦଳକୁ ସୁଦୃଢ଼ କରିବା ପାଇଁ ସାଂଗଠନିକ ସ୍ତରରେ ଅଦଳବଦଳ ସହ ରାଜ୍ୟ କଂଗ୍ରେସର ଏକ ନୂଆ କମିଟି ଗଠନ କରାଯିବ।
ପଢ଼ନ୍ତୁ ଏହି ଖବର: E-signing: ଆଧାର କାର୍ଡ଼ ଉପରେ ଦସ୍ତଖତ ରହିବା ଜରୁରୀ; ଜାଣନ୍ତୁ ଇ-ସାଇନିଂର ପୂରା ପ୍ରୋସେସ୍ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଦଳର ସବୁଠୁ ଚର୍ଚ୍ଚିତ ଚେହେରା ସଚିନ ପାଇଲଟ ଗୋଷ୍ଠୀ ମଧ୍ୟରେ ମତଭେଦ କମିବାର ନାଁ ନେଉନଥିବା ବେଳେ ସରକାର ବିରୋଧୀ ହାୱାକୁ ଦଳ କେମିତି କାଉଣ୍ଟର କରିବ ବୋଲି ପ୍ରଶ୍ନ କରିଛନ୍ତି ରାଜନୈତିକ ବିଶେଷଜ୍ଞ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।