କୋଏମ୍ବାଟୁରରେ ଡାକ୍ତରମାନେ ଏକ ଝିଅରୁ ପେଟରୁ ଅଧକିଲୋ ମଣିଷ ଚୁଟି ଏବଂ ଖାଲି ସାମ୍ପୁ ପ୍ୟାକେଟ ବାହାର କଲେ

ଏହି ସପ୍ତମ ଶ୍ରେଣୀ ଛାତ୍ରୀ ଜଣଙ୍କ ଗତ କିଛିମାସ ଧରି ଲଗାତାର ପେଟ କାଟୁଥିବା କହୁଥିବା ବେଳେ ତାଙ୍କ ମାତାପିତା ତାଙ୍କୁ ଭିଜିଏମ୍ ହସ୍ପିଟାଲକୁ ଆଣିଥିଲେ ।

କୋଏମ୍ବାଟୁରରେ ଡାକ୍ତରମାନେ ଏକ ଝିଅରୁ ପେଟରୁ ଅଧକିଲୋ ମଣିଷ ଚୁଟି ଏବଂ ଖାଲି ସାମ୍ପୁ ପ୍ୟାକେଟ ବାହାର କଲେ
ଅପରେସନ ପରେ ଡାକ୍ତରମାନେ ବାଳିକାଙ୍କ ପେଟରୁ ବାହାର କରିିଥିବା ମଣିଷ ଚୁଟି
  • News18 Odia
  • Last Updated: January 28, 2020, 5:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଏମ୍ବାଟୁର: ତାମିଲନାଡୁର କୋଏମ୍ବାଟୁରରେ ସପ୍ତମ ଶେଣୀରେ ପଢ଼ୁଥିବା ଜଣେ ୧୩ ବର୍ଷୀୟା ଛାତ୍ରୀଙ୍କ ପେଟରୁ ସେଠାକାର ସିଟି ହସ୍ପିଟାଲର ଡାକ୍ତରମାନେ ଅଧକିଲୋ ମଣିଷ ଚୁଟି ଏବଂ ଖାଲି ସାମ୍ପୁ ପ୍ୟାକେଟକୁ ଅପରେସନ କରି ବାହାର କରିଛନ୍ତି । ବିଗତ କିଛି ଦିନ ଧରି ଛାତ୍ରୀ ଜଣଙ୍କ ପେଟ କାଟୁଥିବା ନେଇ ବାରମ୍ବାର ତାଙ୍କମାତା ପିତାଙ୍କୁ କହୁଥିବାବେଳେ ମାତା ପିତା ତାଙ୍କୁ ସେଠାକାର ଭିଜିଏମ୍ ହସ୍ପିଟାଲକୁ ଚେକଅପ୍ ପାଇ ନେଇଥିଲେ । ପରେ  ସେଠାରେ ଚେକଅପ୍ ପରେ ତାଙ୍କ ପେଟରେ ଏପରି ଜିନିଷ ରହିଥିବା ଜଣାପଡ଼ିଥିଲା ।

ଡାକ୍ତରମାନେ ପ୍ରଥେମ ତାଙ୍କର ସ୍କାନିଂ କରିଥିଲେ ପରେ ଜଣାପଡ଼ିଥିଲା ଯେ, ତାଙ୍କ ପେଟରେ ଏକ ବଲ୍ ଭଳି କୌଣସି ଜିନିଷ ରହିଛି । ପରେ ଏହାକୁ ଏଣ୍ଡସ୍କୋପି ମାଧ୍ୟମରେ ବାହାର କରିବାକୁ ନିଷ୍ପତ୍ତି ହୋଇଥିଲା ବୋଲି ଡାକ୍ତର ଭି.ଜି. ମୋହନ ପ୍ରସାଦ କହିଛନ୍ତି । ମାତ୍ର ଏହା ସଫଳ ନହେବାରୁ ପରେ ସର୍ଜନ ଗୋକୁଳ କ୍ରିପାଶଙ୍କର ଏବଂ ତାଙ୍କ ଟିମ୍ ଏକ ଅସ୍ତ୍ରପୋଚାର କରି ସଫଳତାର ସହ ଖାଲି ସାମ୍ପୁ ପ୍ୟାକେଟ ଏବଂ ଚୁଟି ବାହାର କରିଥିଲେ ।

ବାଳିକାଙ୍କର ଜଣେ ନିକଟ ସମ୍ପର୍କୀୟଙ୍କ ମୃତ୍ୟୁ ଯୋଗୁଁ ସେ ମାନସିକ ଦୁଶ୍ଚିନ୍ତାରେ ରହି ଏହିସବୁ ଖାଇଦେଇଥିଲେ ଏବଂ ପରେ ଏଥିପାଇଁ ତାଙ୍କୁ ଅନେକ କଷ୍ଟ ସ୍ବୀକାର କରିବାକୁ ପଡ଼ିଥିଲା । ଅପରେସନ ପରେ ବାଳିକା ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର ଗୋକୁଳ କ୍ରିପାଶଙ୍କର ଗଣମାଧ୍ୟମକୁ କହିଛନ୍ତି ।

 

 
First published: January 28, 2020, 5:11 PM IST