ବର୍ଷା ଋତୁରେ କେଶ ସବୁଠୁ ଅଧିକ ଝଡ଼ିଥାଏ; ବିଶେଷଜ୍ଞ ଏହି ପରାମର୍ଶକୁ ନିଶ୍ଚିନ୍ତ ମାନନ୍ତୁ

ଆଜିର ସମୟରେ ଅଧିକାଂଶ ବ୍ୟକ୍ତି କେଶ ଝଡ଼ିବାକୁ ନେଇ ଚିନ୍ତାରେ ଅଛନ୍ତି । ଯଦି କେଶ ଝଡ଼ିବାରୁ ମୁକ୍ତି ଚାହୁଁଛନ୍ତି ତେବେ ଜାଣନ୍ତୁ କେଉଁ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ।

ବର୍ଷା ଋତୁରେ କେଶ ସବୁଠୁ ଅଧିକ ଝଡ଼ିଥାଏ; ବିଶେଷଜ୍ଞ ଏହି ପରାମର୍ଶକୁ ନିଶ୍ଚିନ୍ତ ମାନନ୍ତୁ

ବର୍ଷା ଋତୁରେ କେଶ ସବୁଠୁ ଅଧିକ ଝଡ଼ିଥାଏ; ବିଶେଷଜ୍ଞ ଏହି ପରାମର୍ଶକୁ ନିଶ୍ଚିନ୍ତ ମାନନ୍ତୁ

  • Share this:
News 18 Odia Digital

Hair Care; ଆଜିର ସମୟରେ ଅଧିକାଂଶ ବ୍ୟକ୍ତି କେଶ ଝଡ଼ିବାକୁ ନେଇ ଚିନ୍ତାରେ ଅଛନ୍ତି । ଋତୁ ବଦଳିବା ହେତୁ କେଶ ଭାଙ୍ଗିବା ଓ ଝଡ଼ିବା ଯଥେଷ୍ଟ ବୃଦ୍ଧି ପାଇଥାଏ । ଜଣେ କେଶ ବିଶେଷଜ୍ଞ କହିଛନ୍ତି, କେଉଁ ଋତୁରେ କେଶ ଅଧିକ ଝଡିଥାଏ ଏବଂ ଯଦି କେଶ ଝଡ଼ିବାରୁ ମୁକ୍ତି ଚାହୁଁଛନ୍ତି ତେବେ କେଉଁ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍ ?

ବର୍ଷା ଋତୁ ଆସି ସାରିଛି । ଏହି ଋତୁରେ ଆର୍ଦ୍ରତା ହେତୁ କେଶ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପଡିଥାଏ । ଆର୍ଦ୍ରତା ହେତୁ, କେଶ ପ୍ରାୟତଃ ଓଦା ରହିଥାଏ । ଏହି କାରଣରୁ ଅନେକ ଲୋକ କେଶ ଝଡ଼ିବା ସମସ୍ୟା ଦେଇ ଗତି କରନ୍ତି । ବିଶେଷଜ୍ଞମାନେ ଋତୁ ପରିବର୍ତ୍ତନ ସମୟରେ କେଶର ଅଧିକ ଯତ୍ନ ନେବାକୁ ପରାମର୍ଶ ଦିଅନ୍ତି । ଅଧିକାଂଶ ଲୋକ କେଶ ଝଡ଼ିବା ଏବଂ ଭାଙ୍ଗିବା ସମସ୍ୟାର ସମାଧାନ ଇଣ୍ଟରନେଟରେ ଖୋଜଥାନ୍ତି ଓ ସେଠାରେ ଉଲ୍ଲେଖ କରାଯାଇଥିବା ପଦ୍ଧତି ଗ୍ରହଣ କରିବା ଆରମ୍ଭ କରନ୍ତି । କିନ୍ତୁ ଆମେ ବିଶ୍ୱାସ କରୁ ଯେ ସର୍ବପ୍ରଥମେ କେଶ ଝଡ଼ିବାର କାରଣ ଜାଣିବା ଉଚିତ୍ । ଯଦି କେଶ ଝଡ଼ିବାର କାରଣ ଜଣାଥିବ, ତେବେ ଆପଣ ଏହାର ଚିକିତ୍ସା କରିପାରିବେ, କିନ୍ତୁ ଯଦି ଏହାର କାରଣ ଜଣାନଥିବ, ତେବେ ଆପଣ କେବେବି ବୁଝି ପାରିବେ ନାହିଁ କେଶ କାହିଁକି ଝଡ଼ୁଛି ।

କିଛି ଲୋକଙ୍କର ସବୁବେଳେ କେଶ ଝଡ଼ୁଥିବାବେଳେ କିଛି ଲୋକଙ୍କର ଏକ ନିର୍ଦ୍ଦିଷ୍ଟ ଋତୁରେ ଝଡେ । କିନ୍ତୁ ଆପଣ ଜାଣନ୍ତି ବର୍ଷକ ମଧ୍ୟରେ କେଉଁ ଋତୁରେ ଅଧିକ କେଶ ଝଡ଼େ? ନିକଟରେ ବିଶେଷଜ୍ଞ କହିଛନ୍ତି , ବର୍ଷର କେଉଁ ମାସରେ ସର୍ବାଧିକ କେଶ ଝଡ଼େ ।

ଏହି ମାସରେ କେଶ ଝଡ଼ିଥାଏ କେଶ ।

Express.Co.ukଙ୍କ ଅନୁଯାୟୀ, ଜଣେ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ ସେପ୍ଟେମ୍ବର ମାସରେ ଅଧିକ ଋତୁକାଳୀନ କେଶ ଝଡ଼ିଥାଏ । ଏହାର କାରଣ ଶରତ ଋତୁର ତାପମାତ୍ରା ଏବଂ ଚାପର ହ୍ରାସ । ବିଶେଷଜ୍ଞମାନେ କହିଛନ୍ତି ଯେ ସେପ୍ଟେମ୍ବରରେ ସର୍ବାଧିକ କେଶ ଝଡ଼ିଥାଏ ଏବଂ ଜାନୁୟାରୀ ସୁଦ୍ଧା ତାହା ଧୀରେ ଧୀରେ କମିଯାଏ । ଏହା ପରେ, ଯଦି ଆପଣ ସଠିକ୍ ଖାଦ୍ୟ ଏବଂ ଜୀବନ ଶୈଳୀରେ ପରିବର୍ତ୍ତନ କରନ୍ତି, ତେବେ ଝଡ଼ିଥିବା କେଶ ଫେରି ଆସିପାରେ ।

୪୦ ରୁ ଅଧିକରେ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରିଥିବା ଓ ବ୍ରିଟେନର ପ୍ରସିଦ୍ଧ ହେୟାର ସେଲୁନରେ ସମ୍ମାନିତ ହୋଇଥିବା ମାର୍କ ୱଲେ଼ଇକଙ୍କ ଅନୁଯାୟୀ, ସେପ୍ଟେମ୍ବର ମାସକୁ କେଶ ଝଡ଼ିବା ପାଇଁ ସବୁଠାରୁ ଖରାପ ମାସ ବୋଲି ବିବେଚନା କରାଯାଏ । କିନ୍ତୁ ଏହା ପରେ ଅକ୍ଟୋବରରୁ କେଶ ଝଡ଼ିବା କମିଯାଏ ଏବଂ ଜାନୁଆରୀ ପର୍ଯ୍ୟନ୍ତ କେଶ ଝଡ଼ିବା ପୁରା ବନ୍ଦ ହୋଇଯାଏ ।

ମାର୍କ ବ୍ଲାକ୍ କହିଛନ୍ତି, “ଚାପ କେବଳ ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ ନୁହେଁ ବରଂ ଏହା କେଶ ପାଇଁ ମଧ୍ୟ ବିପଜ୍ଜନକ ଅଟେ। ଚାପ ଶରୀରର ଆଡ୍ରେନାଲାଇନ୍ ଏବଂ କର୍ଟିସୋଲ୍ ହରମୋନ୍ ଉତ୍ପାଦନକୁ ବଢ଼ାଇଥାଏ, ଯାହା କେଶର ପ୍ରାକୃତିକ ଅଭିବୃଦ୍ଧି ପ୍ରକ୍ରିୟାକୁ ଖରାପ କରିଥାଏ ଏବଂ ଅଧିକ କେଶ ଝଡ଼ିବା ଆରମ୍ଭ ହୋଇଥାଏ ।

ହେୟାର କେୟାର ବ୍ରାଣ୍ଡ ନିଓକ୍ସିନ ଦ୍ୱାରା ୨୦୦୦ ବୟସ୍କଙ୍କ ଉପରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଦଶ ଜଣ ବୟସ୍କଙ୍କ ମଧ୍ୟରୁ ଛଅ ଜଣଙ୍କର କେଶ ଝଡ଼ିବା ସମସ୍ୟା ଥାଏ । ମାର୍କ ବ୍ଲାକ୍ ପରାମର୍ଶ ଦେଇଛନ୍ତି ଯେ ସୂର୍ଯ୍ୟ କିରଣ ହେତୁ କେଶ ଭାଙ୍ଗିବା ସାଧାରଣତଃ ରୋକାଯାଇପାରିବ । କିନ୍ତୁ ସେହି ସମୟରେ ଏକ ସୁସ୍ଥ ଡାଇଟ ମଧ୍ୟ ଆବଶ୍ୟକ ।

ୱନପୋଲର ଅନୁସନ୍ଧାନ ଅନୁଯାୟୀ, ଚାପଗ୍ରସ୍ତ ହେବା ଦ୍ୱାରା କେଶ ଝଡ଼େ । ଯଦି କୌଣସି ବ୍ୟକ୍ତି କିମ୍ବା ମହିଳାଙ୍କର ବୟସ ୩୪ ବର୍ଷ ହୋଇଯାଏ, ତେବେ ତାଙ୍କ କେଶ ପତଳା ହେବା ଆରମ୍ଭ କରେ । କେଶ ପତଳା ହେବା ପରେ, ୪୧ ପ୍ରତିଶତ ଲୋକ ନିଜ କେଶକୁ ଲୁଚାଇବାକୁ ଚେଷ୍ଟା କରନ୍ତି ଯାହା ଦ୍ଵାରା ଲୋକମାନେ ସେମାନଙ୍କୁ ପରିହାସ ନକରିବେ । ସେମାନେ କେଶ ଲୁଚାଇବା ପାଇଁ ଟୋପି କିମ୍ବା ଅନ୍ୟାନ୍ୟ ଜିନିଷ ବ୍ୟବହାର କରନ୍ତି । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଜୀବନର କିଛି ଏପରି ଘଟଣା ଥାଏ, ଯାହା କେଶ ଝଡିବାର କାରଣ ହୋଇଥାଏ । ଆଉ ଏହି କେଶ ଝଡିବା ପଛରେ ଥିବା ବିଜ୍ଞାନକୁ ଜାଣିବା ଜରୁରୀ ଅଟେ ।

ଡାଏଟ୍ ମଧ୍ୟ କେଶ ଝଡ଼ିବାର କାରଣ ହୋଇପାରେ

ପ୍ରକୃତି ପତ୍ରିକାରେ ପ୍ରକାଶିତ ଏକ ଆର୍ଟିକିଲ ଅନୁଯାୟୀ, ଜେନେଟିକ୍ସ, ସାଇକୋଲୋଜି ଏବଂ ଜୀବନଶୈଳୀ କେଶ ଝଡ଼ିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଅଧିକ ସୂଚନା ପାଇଁ ଟୋକିଓ ମେଡିକାଲ୍ ଏବଂ ଡେଣ୍ଟାଲ୍ ୟୁନିଭରସିଟିର ଅନୁସନ୍ଧାନକାରୀମାନେ ମୂଷା ଉପରେ ପରୀକ୍ଷା କରିଥିଲେ ଏବଂ ଏହା ଜାଣିବାକୁ ଚେଷ୍ଟା କରିଥିଲେ କି ଅଧିକ ଚର୍ବିଯୁକ୍ତ ଖାଦ୍ୟ କେଶ ଝଡିବା ଏବଂ ପତଳା ହେବା ଉପରେ କିପରି ପ୍ରଭାବ ପକାଇଥାଏ । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଅଧିକ ଚର୍ବିଯୁକ୍ତ ଖାଦ୍ୟ ଏବଂ ମୋଟାପଣ ଥିବା ବ୍ୟକ୍ତିଙ୍କ ହେୟାର ଫୋଲିକଲ୍ ଷ୍ଟେମ୍ ସେଲ୍ (HFSCs) ହ୍ରାସ ହୋଇଥାଏ, ଯାହା କେଶର ବୃଦ୍ଧିକୁ ବନ୍ଦ କରିଥାଏ । ଏହି କାରଣରୁ କେଶ ପୁନର୍ବାର ବଢେ ନାହିଁ କିମ୍ବା ହେୟାର ଫୋଲିକଲ୍ସର ଅନେକ କ୍ଷତି ହୋଇଥାଏ । ସାଧାରଣତଃ HFSCs ହେଉଛି ସେହି ପ୍ରକ୍ରିୟା, ଯେଉଁଥିରେ ଆମ କେଶ ବଢ଼ିବାରେ ଲାଗିଥାଏ । ଏହା ବ୍ୟତୀତ ଡାଏଟରେ ଭିଟାମିନ୍ ବି, ଭିଟାମିନ୍ ଇ, ଭିଟାମିନ୍ ସି, ଭିଟାମିନ୍ ଏ, ପ୍ରୋଟିନ୍ ଏବଂ ଆଇରନ୍ ଥିବା ଖାଦ୍ୟ ଖାଆନ୍ତୁ ।
Published by:Soubhagya Mishra
First published: