କାଶୀ ବିଶ୍ଵନାଥରେ ଥିବା ନନ୍ଦୀର ସାମ୍ନା କାନ୍ଥ ଭଙ୍ଗା ଯିବ କି? ବାରଣାସୀ କୋର୍ଟରେ ହେବ ଶୁଣାଣି

ଜ୍ଞାନବାପି ମସଜିଦ ପରିସରରେ ଥିବା ପୋଖରୀରୁ ଶିବଲିଙ୍ଗ ମିଳିବା ନେଇ ଦାବି ହେବା ପରେ କାଶୀ ବିଶ୍ୱନାଥ କରିଡ଼ରରେ ଥିବା ନନ୍ଦୀ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି। ନନ୍ଦୀଙ୍କ ସମ୍ମୁଖରେ ଥିବା କାନ୍ଥ ଭାଙ୍ଗିଯିବ କି ନାହିଁ ତାହା ବାରାଣାସୀ କୋର୍ଟ ଶୁଣାଣି କରିବେ।

ଜ୍ଞାନବାପି ମସଜିଦ ମାମଲା (ପ୍ରତୀକାତ୍ମକ ଛବି)

ଜ୍ଞାନବାପି ମସଜିଦ ମାମଲା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାରାଣାସୀର ଜ୍ଞାନବାପି ମସଜିଦକୁ ନେଇ ବିବାଦ ଜାରି ରହିଛି। ଉଭୟ ପକ୍ଷର ପୃଥକ ଦାବି ଓ ସର୍ଭେ ପରେ ବର୍ତ୍ତମାନ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କୋର୍ଟରେ ହେବାକୁ ଯାଉଛି। ବର୍ତ୍ତମାନ କାଶୀ ବିଶ୍ୱନାଥ ମନ୍ଦିରରେ ଉପସ୍ଥିତ ଥିବା ନନ୍ଦୀଙ୍କ ସମ୍ମୁଖରେ ଥିବା କାନ୍ଥ ଭାଙ୍ଗିଯିବ କି ନାହିଁ ତାହା ବାରାଣାସୀ କୋର୍ଟ ଶୁଣାଣି କରିବେ।

କାନ୍ଥ ଭାଙ୍ଗି ସର୍ଭେ ପାଇଁ ହେଉଛି ଦାବି

ଜ୍ଞାନବାପି ମସଜିଦ ପରିସରରେ ଥିବା ପୋଖରୀରୁ ଶିବଲିଙ୍ଗ ମିଳିବା ନେଇ ଦାବି ହେବା ପରେ କାଶୀ ବିଶ୍ୱନାଥ କରିଡ଼ରରେ ଥିବା ନନ୍ଦୀ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି। ବାରାଣାସୀର ୩ ଜଣ ମହିଳା ଏହି ସର୍ଭେ ଜାରି କରିବାକୁ କୋର୍ଟରେ ଏକ ଆବେଦନ କରିଥିଲେ। ଏଥିସହିତ କାଶୀ ବିଶ୍ୱନାଥ କରିଡରରେ ନନ୍ଦୀ ବସିଥିବା ସ୍ଥାନକୁ ଭାଙ୍ଗିବା ଉଚିତ ଓ ସେଠାରେ ସର୍ଭେ କରାଯିବା ଉଚିତ ବୋଲି ଦାବି କରାଯାଇଥିଲା।

ବଜୁଖାନାକୁ ସିଲ୍ କରିବା ପାଇଁ ମଧ୍ୟ ନିବେଦନ ହୋଇଛି

ଏହା ବ୍ୟତୀତ ତଳ ମହଲାରେ ଥିବା ଏକ କୋଠରୀକୁ ସମ୍ପୂର୍ଣ୍ଣ ଖାଲି କରିବା ପରେ ପୁନଃ ସର୍ବେକ୍ଷଣ ପାଇଁ ଏକ ଦାବି ମଧ୍ୟ କରାଯାଇଛି। ଏହା ସହିତ ପଶ୍ଚିମ କାନ୍ଥ ପଛରେ ଥିବା ପଥର ଓ ବର୍ଜ୍ୟବସ୍ତୁକୁ ହଟାଇ ସେଠାରେ ଏକ ସର୍ଭେ ଦାବି କରାଯାଇଛି। ଅନ୍ୟପକ୍ଷରେ ୟୁପି ପ୍ରଶାସନ ଦ୍ୱାରା ଦ୍ୱିତୀୟ ଆବେଦନ କରାଯାଇଛି। ଜିଲ୍ଲା ସରକାରୀ ଆଡଭୋକେଟ୍ ବାରାଣାସୀ ଅର୍ଥାତ୍ ଡିଜିସି ସିଭିଲ୍ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ ବଜୁ ଖାନା ସିଲ୍ ହେତୁ ନମାଜିମାନେ ୱୁଜୁ କରିପାରୁ ନାହାଁନ୍ତି। ଏଥିସହିତ ଏହା ଭିତରେ ଥିବା ମାଛର ଜୀବନ ମଧ୍ୟ ବିପଦରେ ପଡ଼ିଛି। ବର୍ତ୍ତମାନ ଏହି ପଏଣ୍ଟଗୁଡିକ ଉପରେ କୋର୍ଟ କେଉଁ ନିର୍ଦ୍ଦେଶନାମା ଜାରି କରିବେ, ତାହା ଉପରେ ନଜର ରହିବ।

ଏହାପୂର୍ବରୁ ଜ୍ଞାନବାପି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଅନୁଷ୍ଠିତ ହୋଇଥିଲା।  ଯେଉଁଠାରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହା ନିମ୍ନ ଅଦାଲତର ପ୍ରକ୍ରିୟାରେ ହସ୍ତକ୍ଷେପ କରିବ ନାହିଁ। କିନ୍ତୁ ସୁପ୍ରିମକୋର୍ଟ ନମାଜ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ। ଶିବଲିଙ୍ଗର ସ୍ଥାନକୁ ସୁରକ୍ଷିତ ରଖିବା ଉଚିତ ବୋଲି ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି।
Published by:Soumya Das
First published: