News 18 Odia Digital
ନୂଆଦିଲ୍ଲୀ: ଫେବୃଆରୀ ୨୭ରେ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ ବିଧାନସଭା ନିର୍ବାଚନ (assembly election) ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm modiji) ଦଳ ପାଇଁ ପ୍ରଚାର କରୁଛନ୍ତି। ଏହି ସମୟରେ, ନାଗାଲାଣ୍ଡରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି ନାଗାଲାଣ୍ଡ (nagaland) ବିଜେପି ସଭାପତି ତେମଜେନ ଇମନା ଆଲାଙ୍ଗଙ୍କୁ ପ୍ରଶଂସା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ନାଗାଲାଣ୍ଡର ଆପଣଙ୍କର ନେତା ତେମଜେନ ଇମନାଙ୍କୁ ସୋସିଆଲ ମିଡିଆରେ ସମସ୍ତେ ଜାଣନ୍ତି । ସମଗ୍ର ଦେଶ ତେମଜେନ୍ ଇମାନଙ୍କ କଥା ଶୁଣନ୍ତି । ସେ ଡିଜିଟାଲ୍ ପ୍ଲାଟଫର୍ମରେ ଚମତ୍କାର ଭାବେ ନାଗାଲାଣ୍ଡ ଓ ଉତ୍ତର ପୂର୍ବର ଲୋକଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି । ମୁଁ ତାଙ୍କୁ ସୋସିଆଲ ମିଡିଆରେ ଦେଖୁଛି ।
ପିଏମ ମୋଦିଙ୍କ ପ୍ରଶଂସା ଶୁଣିବା ପରେ ତେମଜେନ ମୋଦିଙ୍କ ଏହି ଭିଡିଓ ସେୟାର କରି କହିଛନ୍ତି ଯେ ଗୁରୁଜୀ କହିଦେଲେ! ବାସ ମୁଁ ଧନ୍ୟ ହୋଇଗଲି!
ଏହି ୩୨ ସେକେଣ୍ଡର ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ନାଗାଲାଣ୍ଡ ବିଜେପି ସଭାପତି ତେମଜେନ ଇମନାଙ୍କୁ ସାରା ଦେଶ ଜାଣିଛନ୍ତି। ସେ ତାଙ୍କ ଭିଡିଓରେ ଯାହା କୁହନ୍ତି ତାହା ଲୋକମାନେ ପସନ୍ଦ କରନ୍ତି । ସେ ସୋସିଆଲ ମିଡିଆରେ ଉତ୍ତର-ପୂର୍ବର ପ୍ରତିନିଧିତ୍ୱ କରୁଛନ୍ତି । ମୁଁ ତାଙ୍କୁ ସୋସିଆଲ ମିଡିଆରେ ସବୁବେଳେ ଦେଖୁଛି ।
ନାଗାଲାଣ୍ଡ ବିଜେପି ସଭାପତି ତେମଜେନ୍ ଇମ୍ନା ନିଜର ହାସ୍ୟରସ ପାଇଁ ବହୁତ ଲୋକପ୍ରିୟ । ନିକଟରେ ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେ ତାଙ୍କ ଛୋଟ ଆଖି ଏବଂ ଅବିବାହିତ ହେବା ବିଷୟରେ ଅନେକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ତାଙ୍କର ଏହି ଭିଡିଓକୁ ୟୁଜର୍ସ ବହୁତ ପସନ୍ଦ କରିଛନ୍ତି।
ନାଗାଲାଣ୍ଡରେ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନ ପାଇଁ ଫେବୃଆରୀ ୨୭ରେ ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ରାଜ୍ୟରେ ବିଜେପି-ଏନଡିପିପି ମିଳିତ ସରକାର ଅଛି।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।