- News18 Odia
- Last Updated :
News 18 Odia Digital
ନୂଆଦିଲ୍ଲୀ: ଗୁରୁଗ୍ରାମର ଲୀଲା ହୋଟେଲକୁ ମଙ୍ଗଳବାର ସକାଳେ ବୋମା ମାଡ଼ ହେବାର ଧମକ ମିଳିଥିଲା। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହୋଟେଲକୁ ଖାଲି କରିଥିଲା। ସୂଚନା ଅନୁଯାୟୀ ପ୍ରାୟ ଦେଢ଼ ଘଣ୍ଟା ଖୋଜାଖୋଜି ପରେ ଏହା ଏକ ନକଲି କଲ୍ ବୋଲି ଜଣା ପଡିଛି। ଘଟଣାସ୍ଥଳରେ ଉପସ୍ଥିତ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଯେଉଁ ନମ୍ବରରୁ କଲ ଆସିଥିଲା, ସେହି ନମ୍ବରକୁ ପୁନର୍ବାର କଲ୍ ଲଗାଯାଇଥିଲା, ତା’ପରେ ନମ୍ବର ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଉକ୍ତ ମୋବାଇଲ୍ ନମ୍ବରର ସବିଶେଷ ତଥ୍ୟ ବାହାର କରାଯାଉଛି।
ଲୀଲା ହୋଟେଲ ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ଅବସ୍ଥିତ। ଧମକ ଡାକରା ପରେ ଗଣମାଧ୍ୟମକୁ ଏସିପି ବିକାଶ କୌଶିକ କହିଛନ୍ତି ଯେ ପୋଲିସ ଏବଂ ଏକ ବୋମା ସ୍କ୍ୱାଡ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିବା ସର୍ଚ୍ଚ ଅପରେସନ ପରେ ଗୁରୁଗ୍ରାମ ପୋଲିସ ଜାଣିବାକୁ ପାଇଲା ଯେ ବୋମା ସମ୍ବନ୍ଧୀୟ ତଥ୍ୟ ନକଲି। ଗୁରୁଗ୍ରାମ ପୋଲିସ କହିଛି ଯେ ସାଇବର ସେଲ ଏବଂ ସାଇବର କ୍ରାଇମ ଦଳ ଅଭିଯୁକ୍ତଙ୍କୁ ଖୋଜୁଛି। ଏହି କଲ ପାଇବା ପରେ ଲୀଲା ହୋଟେଲରେ ସୁରକ୍ଷା କର୍ମୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।