ଦୁଷ୍କର୍ମ ଦୋଷୀ ରାମ ରହୀମଙ୍କୁ 'ଭଲ ଆଚରଣ' ପାଇଁ ମିଳିଲା ପାରୋଲ; ଏହି ଚିଠିରେ ରହିଛି ସର୍ତ୍ତ

ରାମ ରହୀମଙ୍କ ପାରୋଲ ଆଦେଶ ଜାରି କରାଯାଇଛି । ଆମେ ତାଙ୍କ ପାରୋଲ୍ ରିଲିଜ୍ ୱାରେଣ୍ଟ ବିଷୟରେ କହୁଛୁ । ଏହି ଚିଠିରେ କ’ଣ ଲେଖା ଅଛି, ତାହା ଆପଣଙ୍କୁ ଜଣାଇବୁ ।

ଦୁଷ୍କର୍ମ ଦୋଷୀ ରାମ ରହୀମଙ୍କୁ 'ଭଲ ଆଚରଣ' ପାଇଁ ମିଳିଲା ପାରୋଲ; ଏହି ଚିଠିରେ ରହିଛି ସର୍ତ୍ତ

ଦୁଷ୍କର୍ମ ଦୋଷୀ ରାମ ରହୀମଙ୍କୁ 'ଭଲ ଆଚରଣ' ପାଇଁ ମିଳିଲା ପାରୋଲ; ଏହି ଚିଠିରେ ରହିଛି ସର୍ତ୍ତ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଡେରା ସଚ୍ଚା ସୌଦାର ମୁଖ୍ୟ ତଥା ଦୁଷ୍କର୍ମ ଦୋଷୀ ଗୁରୁମିତ ରାମ ରହୀମଙ୍କ ପାରୋଲକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି । ସମସ୍ତ ବିରୋଧୀ ଦଳ ଦୁଷ୍କର୍ମ ଅଭିଯୁକ୍ତ ବାବାଙ୍କ ପାରୋଲକୁ ବିରୋଧ କରୁଛନ୍ତି । ଏହି ସମୟରେ, ରୋହତକର ଡିଭିଜନାଲ କମିଶନରଙ୍କ ଚିଠିକୁ ଜାତୀୟ ଗଣ ମାଧ୍ୟମ ଗ୍ରହଣ କରିଛି ଯାହା ଆଧାରରେ ରାମ ରହୀମଙ୍କ ପାରୋଲ ଆଦେଶ ଜାରି କରାଯାଇଛି । ଆମେ ତାଙ୍କ ପାରୋଲ୍ ରିଲିଜ୍ ୱାରେଣ୍ଟ ବିଷୟରେ କହୁଛୁ । ଏହି ଚିଠିରେ କ’ଣ ଲେଖା ଅଛି, ତାହା ଆପଣଙ୍କୁ ଜଣାଇବୁ ।

ହରିୟାଣାର ସିରସା ଡେରା ସଚ୍ଚା ସୌଦା ନିବାସୀ ସ୍ବର୍ଗତ ମଗହର ସିଂହଙ୍କ ପୁତ୍ର କଏଦୀ ନମ୍ବର- ୮୬୪୭ / C ବାବା ଗୁରୁମିତ ସିଂ ଛଦ୍ମନାମ ଗୁରୁମିତ ରାମ ରହୀମ ସିଂହ ସିବିଆଇର ସ୍ୱତନ୍ତ୍ର ଜଜ୍ ଜଗଦୀପ ସିଂଙ୍କ ଦ୍ୱାରା ୨୮- ୦୮ - ୨୦୧୭ରେ ଜାରି କରାଯାଇଥିବା ୱାରେଣ୍ଟ ଆଧାରରେ ରୋହତକ୍ ଜିଲ୍ଲା ଜେଲରେ ବନ୍ଦୀ ଅଛନ୍ତି ।

ସେ ହରିୟାଣାର ଉତ୍ତମ ଆଚରଣ ବନ୍ଦୀ (ଅସ୍ଥାୟୀ ମୁକ୍ତି) ଅଧିନିୟମ, 2022 Haryana Good Conduct Prisoners (Temporary Release) Act, 2022 ର ଧାରା ୩ ଅନୁଯାୟୀ ଅସ୍ଥାୟୀ ମୁକ୍ତି ପାଇଁ ପାରୋଲ ଆବେଦନ କରିଥିଲେ ।

ସେହି ଆବେଦନ ଉପରେ ରୋହତକ ଜେଲ କର୍ତ୍ତୃପକ୍ଷ ଓ ବାଗପଥ (ୟୁପି) ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଏସପିଙ୍କ ରିପୋର୍ଟରୁ ଜଣାପଡିଛି ଯେ ଆବେଦନକାରୀ ଧାରା ୩ ଅନୁଯାୟୀ ପାରୋଲରେ ଅସ୍ଥାୟୀ ମୁକ୍ତ ହେବା ପାଇଁ ଯୋଗ୍ୟ ଅଟନ୍ତି ।



ରିପୋର୍ଟ ଓ ପରିସ୍ଥିତିକୁ ଭିତ୍ତି କରି ସଂପୃକ୍ତ ବିଭାଗ ଏବଂ ଅଧିକାରୀମାନେ ୪୦ ଦିନର ସର୍ତ୍ତମୂଳକ ପାରୋଲରେ କଏଦୀଙ୍କୁ ମୁକ୍ତ କରିବା ଉପଯୁକ୍ତ ବୋଲି କହିଥିଲେ । ଯେଉଁଥି ପାଇଁ କିଛି ସର୍ତ୍ତ ରଖାଯାଇଛି-
Published by:Soubhagya Mishra
First published: