୪ମାସରେ ୨ ଥର ପାରୋଲରେ ଆସିଲେଣି ରାମ ରହିମ; ହନିପ୍ରୀତଙ୍କ ସହ ବାଗପତରେ ରହିବେ

ରୋହତକଙ୍କ ସୁନାରିଆ ଜେଲରେ ଦଣ୍ଡ ଭୋଗୁଥିବା ଗୁରୁମିତ ରାମ ରହିମଙ୍କୁ ପୁଣି ଥରେ ପାରୋଲ ମିଳିଛି। ଏଥର ତାଙ୍କୁ ଏକ ମାସ ପାରୋଲ ଦିଆଯାଇଛି।

ହନୀ ପ୍ରୀତଙ୍କ ସହ ରାମ ରହିମ (ପ୍ରତୀକାତ୍ମକ ଛବି)

ହନୀ ପ୍ରୀତଙ୍କ ସହ ରାମ ରହିମ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ରୋହତକଙ୍କ ସୁନାରିଆ ଜେଲରେ ଦଣ୍ଡ ଭୋଗୁଥିବା ଗୁରୁମିତ ରାମ ରହିମଙ୍କୁ ପୁଣି ଥରେ ପାରୋଲ ମିଳିଛି। ଏଥର ତାଙ୍କୁ ଏକ ମାସ ପାରୋଲ ଦିଆଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ଶୁକ୍ରବାର ସକାଳେ ରାମ ରହୀମ ଜେଲରୁ ବାହାରିଥିଲେ।  ପାରୋଲ ସମୟରେ ସେ ୟୁପିରେ ବାଗପାଟ ଆଶ୍ରମରେ ରହିବେ। ହନିପ୍ରୀତ ମଧ୍ୟ ତାଙ୍କ ସହିତ ବାଗପାଟକୁ ଯାଇଛନ୍ତି। ଏହା ପୂର୍ବରୁ ଫେବୃଆରୀରେ ଗୁରୁମିତ ରାମ ରହୀମଙ୍କୁ ୨୧ ଦିନ ପାଇଁ ପାରୋଲ ପ୍ରଦାନ କରାଯାଇଥିଲା। ଏହି ସମୟରେ ସେ ଗୁରୁଗ୍ରାମର ଆଶ୍ରମରେ ରହିଥିଲେ।

୨୫ ଅଗଷ୍ଟ ୨୦୧୭ରେ ରାମ ରହୀମଙ୍କୁ ଦୁଇଜଣ ସାଧୁ ଯୌନ ନିର୍ଯାତନା ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦଣ୍ଡିତ କରିଥିଲେ। ପଞ୍ଚକୁଲାରେ ହିଂସା ପରେ ରାମ ରହୀମଙ୍କୁ ହେଲିକପ୍ଟର ଯୋଗେ ସୁନାରିଆ ଜେଲକୁ ପଠାଯାଇଥିଲା। ତାଙ୍କୁ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ମଧ୍ୟ ଦଣ୍ଡିତ କରାଯାଇଛି।

ରାମ ରହୀମ କେବେ ଜେଲରୁ ବାହାରିଲେ?

୧୨ ମଇ ୨୦୨୧- ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ଗୁରୁମିତଙ୍କୁ ଚିକିତ୍ସା ପାଇଁ PGI କୁ ଅଣାଯାଇଥିଲା।

୧୭ ମଇ ୨୦୨୧- ଗୁରୁମିତଙ୍କୁ ତାଙ୍କ ମାତାଙ୍କୁ ଭେଟିବା ପାଇଁ ପାରୋଲରେ ଗୁରୁଗ୍ରାମକୁ ନିଆଯାଇଥିଲା।

୩ ଜୁନ, ୨୦୨୧- ଗୁରୁମିତଙ୍କୁ ଚିକିତ୍ସା ପାଇଁ PGIMS କୁ ଅଣାଯାଇଥିଲା।

୮ ଜୁନ, ୨୦୨୧- ଗୁରୁମିତଙ୍କୁ ଚିକିତ୍ସା ପାଇଁ ଗୁରୁଗ୍ରାମର ମେଡାଣ୍ଟା ହସ୍ପିଟାଲକୁ ନିଆଯାଇଥିଲା।

୯ ଅଗଷ୍ଟ ୨୦୨୧- ଗୁରୁମିତଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର AIIMS ହସ୍ପିଟାଲକୁ ନିଆଯାଇଥିଲା।

୭ ଫେବୃଆରୀ ୨୦୨ରେ ଗୁରୁମିତ ରାମ ରହୀମଙ୍କୁ ୨୧ ଦିନ ପାରୋଲ ଦିଆଯାଇଥିଲା।
Published by:Soumya Das
First published: