ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ପାଣିରେ ନିଜ ପରିସ୍ରା ମିଶାଉଥିବା ଗୁପଚୁପ୍ ବିକାଳି ଗିରଫ ହେଲେ; VIDEO ଭାଇରାଲ୍ ହୋଇଥିଲା

ପାଣିରେ ନିଜ ପରିସ୍ରା ମିଶାଉଥିବା ଗୁପଚୁପ୍ ବିକାଳି ଗିରଫ ହେଲେ; VIDEO ଭାଇରାଲ୍ ହୋଇଥିଲା

Gupchup seller arrested after viral video of he adding his urine to water | ନିଜ ଦୋକାନରେ ଥିହା ପାଣିରେ ଗୁପଚୁପ୍ ବିକାଳି ଜଣକ ନିଜ ପରିସ୍ରା ମିଶାଉଥିବାର ଏକ ଭିଡିଓ ଭାଇରାଲ୍ ହେବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିଥିଲା । ସେହି ଭିଡିଓ ଆଧାରରେ ତାଙ୍କୁ ଗିରଫ କରାଯାଇଛି ।

ପାଣିରେ ନିଜ ପରିସ୍ରା ମିଶାଉଥିବା ଗୁପଚୁପ୍ ବିକାଳି ଗିରଫ ହେଲେ; VIDEO ଭାଇରାଲ୍ ହୋଇଥିଲା
ଭାଇରାଲ୍ ଭିଡିଓରୁ ଏକ ଦୃଶ୍ୟ
  • News18 Odia
  • Last Updated: August 20, 2021, 5:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗୁଆହାଟୀ: ଆମ ଭିତରୁ ଅନେକେ ଗୁପଚୁପ୍‌ ବା ପୁଚକା ଖାଇବାକୁ ଭଲ ପାଆନ୍ତି । ଅନେକ ଯୁବତୀ ଓ ମହିଳାମାନେ ତ ଏହା ନ ଖାଇ ଦୁଇ ଦିନ ବି ରହିପାରନ୍ତି ନାହିଁ! ଅନେକ ଗୁପଚୁପ୍‌ ପ୍ରେମୀଙ୍କର ନିଜ ପସନ୍ଦର ଗୁପଚୁପ୍‌ ବିକାଳି ଥାଆନ୍ତି । ଏହାର କାରଣ ସେମାନଙ୍କ ଗୁପଚୁପ୍‌ ସ୍ୱାଦିଷ୍ଟ ହୋଇଥାଏ ଓ ସେମାନେ ସଫାସୁତୁରା ପ୍ରତି ଅଧିକ ଧ୍ୟାନ ଦିଅନ୍ତି ବୋଲି ମହିଳାମାନେ କହନ୍ତି । ବାସ୍ତବରେ ଗୁପଚୁପ୍‌ ପ୍ରସ୍ତୁତ କରିବା ଓ ପରସିବାରେ ସ୍ୱାସ୍ଥ୍ୟକର ପରିବେଶ ନ ରହିଲେ ତାହା ଖାଉଥିବା ଲୋକଙ୍କ ଦେହ ଖରାପ ହେବାର ବହୁତ ସମ୍ଭାବନା ଥାଏ । ଏହାରି ଭିତରେ ଏବେ ଏମିତି ଏକ ଖବର ଆସିଛି ଯେ ତାହା ଅନେକ ଗୁପଚୁପ୍‌ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ ଓ ଆହତ କରିବ ।

ଜଣେ ଗୁପଚୁପ୍‌ ବିକାଳିଙ୍କୁ ଦୋକାନରେ ଥିହା ପାଣିରେ ନିଜ ପରିସ୍ରା ମିଶାଉଥିବା ଅଭିଯୋଗରେ ଗିରଫ କରାଯାଇଛି । ସେ ଏହା କରୁଥିବାର ଏକ ଭିଡିଓ କ୍ଲିପ୍‌ ବି ଭାଇରାଲ୍‌ ହୋଇଛି । ଏହି ଘଟଣା ଘଟିଛି ଆସାମର ରାଜଧାନୀ ଗୁଆହାଟିର ଆଠଗାଁଓ ଅଞ୍ଚଳରେ । ପ୍ରାୟ ସପ୍ତାହେ ତଳେ ସୋସିଆଲ୍‌ ମିଡି଼ଆରେ ଏହି ଭିଡିଓ ଅପଲୋଡ୍‌ ହୋଇଥିଲା ଓ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିଥିଲା । ଏବେ ପୋଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସେହି ଗୁପଚୁପ୍‌ ବିକାଳିଙ୍କୁ ଗିରଫ କରିଛି ।

ଏହା ବି ପଢ଼ନ୍ତୁ | ଚାଲିଗଲେ ବାପି: ରାଜ୍ୟ କଂଗ୍ରେସର ଯୁବ ନେତା ସଂଗ୍ରାମ କେଶରୀ ଜେନାଙ୍କୁ ଛଡ଼େଇ ନେଲା କରୋନା

ଭାଇରାଲ୍‌ ଭିଡିଓରେ ଦେଖାଯାଇଛି ଯେ ଗୁପଚୁପ୍‌ ବିକାଳି ନିଜ ଗୁପଚୁପ୍‌ ଠେଲା ସାମନାରେ ଠିଆ ହୋଇଛନ୍ତି ଓ ଗୋଟିଏ ମଗରେ ପରିସ୍ରା କରି ପରିସ୍ରାକୁ ପାଖରେ ଥିବା ପାଣି ପାତ୍ରରେ ପକାଇଦେଉଛନ୍ତି । ସେହି ପାଣି ସମ୍ଭବତଃ ଗ୍ରାହକମାନଙ୍କ ପିଇବା ପାଇଁ ବା ହାତ ଧୋଇବା ପାଇଁ ଓ ହୁଏତ ଗୁପଚୁପରେ ମିଶାଇବା ପାଇଁ ବ୍ୟବହୃତ ହେଉଥିବ । ତାହା ଏବେ ସ୍ପଷ୍ଟ ହୋଇନାହିଁ ।

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ତାଙ୍କ ପତ୍ନୀ ବିଦ୍ୟାଙ୍କୁ ଘଟଣା ସ୍ଥଳକୁ ଆଣି ସିନ୍ ରିକ୍ରିଏଟ୍ କାହିଁକି କରୁନାହିଁ ପୋଲିସ? ଉଠିଲା ପ୍ରଶ୍ନ

ଏଇଠି ଦେଖନ୍ତୁ ସେହି ଭାଇରାଲ୍‌ ଭିଡିଓ:



ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଚାଦୋକାନରେ ଝଗଡ଼ାରୁ ନକଲି ନୋଟ୍ରାକେଟର ପର୍ଦ୍ଦାଫାଶ ହେଲା; ₹୧୩.୮୫ ଲକ୍ଷ ଜବତ

ଏହି ମାମଲା ବିଷୟରେ ପୋଲିସଠାରୁ ଆଧିକାରିକ ଭାବେ କୌଣସି ବକ୍ତବ୍ୟ ଏ ପର୍ଯ୍ୟନ୍ତ ଆସିନାହିଁ । କେବଳ ଏତିକି ସ୍ପଷ୍ଟ ହୋଇଛି ଯେ ସେହି ଗୁପଚୁପ୍‌ ବିକାଳିଙ୍କୁ ଏହି ଭିଡିଓରେ ଦେଖାଯାଇଥିବା ତଥ୍ୟ ଆଧାରରେ ଗିରଫ କରାଯାଇଛି । ଗୁପଚପ୍‌ ବିକାଳିଙ୍କ ପରିଚୟ ଓ ସେ ଏମିତି କାହିଁକି କରୁଥିଲେ ଓ କେବେଠୁ କରୁଥିଲା ତାହା ବି ଏ ପର୍ଯ୍ୟନ୍ତ ସାମନାକୁ ଆସିନାହିଁ ।



ପୂର୍ବରୁ ଗୁପଚୁପ୍‌ ବିକାଳିମାନଙ୍କ ଅସନା କାର୍ଯ୍ୟ ଖବରରେ ରହିଛି । ସେମାନେ କେମିତି ଅସ୍ୱାସ୍ଥ୍ୟୟକର ପରିବେଶରେ ଗୁପଚୁପ୍‌ ତିଆରି କରନ୍ତି ଓ ସେଥିରେ ବ୍ୟବହୃତ ପାଣି ଅପରିଷ୍କାର ସ୍ଥାନରୁ ଆଣନ୍ତି ସେ ବିଷୟରେ ଦେଶର ବିଭିନ୍ନ ସ୍ଥାନରୁ ଖବର ଆସିଛି । ହେଲେ ଗୁଆହାଟିର ଏହି ଗୁପଚୁପ୍‌ ବିକାଳିଙ୍କ କୃତ୍ୟ ସମସ୍ତଙ୍କୁ ଚକିତ କରିଛି ।
Published by: Anand S.T. Das
First published: August 20, 2021, 5:47 PM IST