ଭାରତ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଗୁଣବତ୍ତା ଦେଶ ଭବିଷ୍ୟତର ସଫଳତା ଚାବିକାଠି

ଯଦି ଆମେ ଆମର ଜନସଂଖ୍ୟାକୁ ସଠିକ୍ ଉପଯୋଗ କରିବା, ତେବେ ଏହା ଆମର ସବୁଠାରୁ ବଡ଼ ସମ୍ପତ୍ତି ହେବାର ସମ୍ଭାବନା ଅଛି।

ଭାରତ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଗୁଣବତ୍ତା ଦେଶ ଭବିଷ୍ୟତର ସଫଳତା ଚାବିକାଠି

ଭାରତ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଗୁଣବତ୍ତା ଦେଶ ଭବିଷ୍ୟତର ସଫଳତା ଚାବିକାଠି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଆମ ଦେଶର ‘ମେଡିଆନ୍ ଏଜ୍’ ବା ମଧ୍ୟମ ବୟସର ହାରାହାରି ଜନସଂଖ୍ୟ ହେଉଛି ୨୬ । ସ୍ୱାଧୀନତାର ମାତ୍ର ୭୫ ବର୍ଷ ପରେ ଏବଂ ମେଡିଆନ୍ ଏଜ୍ର ପ୍ରତ୍ୟେକ ଅର୍ଥରେ ଆମ ଦେଶ ଏକ ଯୁବା ଦେଶ ଅଟେ । ତା’ଠାରୁ ମଧ୍ୟ ଉଲ୍ଲେଖନୀୟ କଥା ହେଉଛି, ହାରାହାରି ୧% ଅଭିବୃଦ୍ଧି ହାର ସହିତ, ଆମର ଜନସଂଖ୍ୟା ବର୍ଷକୁ ବର୍ଷ ଯୁବା ହୋଇ ହୋଇ ଯାଉଛି ।

ଆମେ ସବୁଠାରୁ ଅଧିକ କର୍ମଜୀବୀ ବୟସର ଜନସଂଖ୍ୟାର ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ, ଯେଉଁଥିରେ ୧୫-୫୯ ବର୍ଷର ଆୟୁ ବର୍ଗରେ ୬୩% ଲୋକ ଅଛନ୍ତି । ଜନସଂଖ୍ୟା ଦୃଷ୍ଟିରୁ ଚୀନ ଓ ଜାପାନ ପରି ଅର୍ଥନୀତି ଅପେକ୍ଷା ଆମର ସ୍ଥିତି ଭଲ ଅଛି, କାରଣ ସେଠାରେ ଲୋକଙ୍କ ବୟସ ଖୁବ୍ ବେଗରେ ବଢ଼ି ଚାଲିଛି ।

ଆମର ଯୁବ ଜନସଂଖ୍ୟା ଆମର ସବୁଠାରୁ ବଡ ସମ୍ପତ୍ତିଗୁଡ଼ିକ ମଧ୍ୟରୁ ଗୋଟିଏ ଏବଂ ଅର୍ଥନୈତିକ ବିକାଶ ପଛରେ ସେମାନଙ୍କ ଅବଦାନ ସବୁଠାରୁ ବେଶୀ। ଏହି ଯୁବା ଜନସଂଖ୍ୟା ଆମକୁ ଆମ ଦ୍ରୁତ ଶିଳ୍ପାୟନ ଅର୍ଥନୀତି ପାଇଁ, ପ୍ରସ୍ତୁତ ଥିବା କର୍ମଚାରୀ ପ୍ରଦାନ କରିବା ସହିତ ବର୍ଷ ବର୍ଷ ଧରି ଆମ ସଞ୍ଚୟକୁ ଏବଂ ଘରୋଇ ବ୍ୟବହାରକୁ ବୃଦ୍ଧି ମଧ୍ୟ କରନ୍ତି । ଅର୍ଥାତ୍, ଏହା ଅବଶ୍ୟ ଧରା ଯାଉଛି ଯେ ଆମ ଦେଶର ଜନସଂଖ୍ୟାରେ ଯୋଗଦାନ କରିବା ପାଇଁ ଆବଶ୍ୟକ ସାମର୍ଥ୍ୟ ରହିଛି ।

ଆମର ମାନବ ପୁଞ୍ଜିରୁ ଅଧିକରୁ ଅଧିକ ଲାଭ ଉଠାଇବା ପାଇଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୩ ସୁଦ୍ଧା ଭାରତରେ ୩୦ କୋଟିରୁ ଅଧିକ ଲୋକଙ୍କୁ ବିଭିନ୍ନ ଦକ୍ଷତାଗୁଡ଼ିକର ତାଲିମ ଦେବା ପାଇଁ ୧୫ ଜୁଲାଇ ୨୦୧୫ରେ ‘ସ୍କିଲ ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଥିଲେ।

ଏହି ଅଭିଯାନ ବହୁମୁଖୀ ଏବଂ ଏଥିରେ ଅନେକ ଯୋଜନା ସାମିଲ୍ ରହିଛି: ଜାତୀୟ ଦକ୍ଷତା ବିକାଶ ମିଶନ, ଦକ୍ଷତା ବିକାଶ ଓ ଉଦ୍ୟୋଗ ପାଇଁ ଜାତୀୟ ନୀତି, ୨୦୧୫, ପ୍ରଧାନମନ୍ତ୍ରୀ କୌଶଲ ବିକାଶ ୟୋଜନା (PMKVY), ଦକ୍ଷତା ଋଣ ଯୋଜନା ଏବଂ ଗ୍ରାମୀଣ ଭାରତ ଦକ୍ଷତା ପଦକ୍ଷେପ। ଏମଧ୍ୟରୁ ପ୍ରତ୍ୟେକ ଯୋଜନା ଭାରତୀୟ ଯୁବକଯୁବତୀମାନଙ୍କ ରୋଜଗାର କ୍ଷମତା ବଢ଼ାଇବାର ଉଦ୍ଦେଶ୍ୟରେ ଏକ ଭିନ୍ନ ବିଭାଗକୁ ଲକ୍ଷ୍ୟ କରିଥାଏ।

ଇଣ୍ଡଷ୍ଟ୍ରି-ଏକାଡେମିଆ ବ୍ୟବଧାନକୁ ଦୂର କରିବା

ଦୁର୍ଭାଗ୍ୟର କଥା ଯେ ଇଣ୍ଡଷ୍ଟ୍ରି-ଏକାଡେମିଆ ବ୍ୟବଧାନ ଭାରତରେ ବେଶ୍ ଜଣାଶୁଣା । ଦଶମ, ଯୁକ୍ତ ୨ ପାସ୍ କରୁଥିବା ୧୦ ଛାତ୍ରଙ୍କ ମଧ୍ୟରୁ କେବଳ ୨୬ ଜଣଙ୍କୁ ହିଁ ନିଯୁକ୍ତି ମିଳେ, କାରଣ ସେମାନଙ୍କୁ ମିଳୁଥିବା ଶିକ୍ଷା ନିଯୁକ୍ତିଦାତାଙ୍କ ଦ୍ୱାରା ଆବଶ୍ୟକ ହେଉଥିବା ଦକ୍ଷତା ସେଟ୍ ସହିତ ମେଳ ଖାଏ ନାହିଁ । ଏହାର ଅର୍ଥ ହେଉଛି ଯେ ଆମର ସାକ୍ଷରତା ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଥିବା ବେଳେ ଦକ୍ଷତା ବ୍ୟବଧାନ ଏବେ ମଧ୍ୟ ରହିଛି ।

ଏହି ନିର୍ଦ୍ଦିଷ୍ଟ ସମସ୍ୟାକୁ ସମାଧାନ କରିବା ପାଇଁ ସରକାରଙ୍କୁ ଯାହା ଦରକାର ତାହା ହେଉଛି, ଜାତୀୟ ଦକ୍ଷତା ଯୋଗ୍ୟତା ଢାଞ୍ଚା (NSQF) ରେ ଆଗରୁ ସାମିଲ ଥିବା ମାନଦଣ୍ଡଗୁଡ଼ିକୁ କାର୍ଯ୍ୟକାରୀ କରିବାର ଏକ ଉପାୟ । NSQF ଏକ ଦକ୍ଷତା-ଆଧାରିତ ଢାଞ୍ଚା, ଯାହା ଜ୍ଞାନ, ଦକ୍ଷତା ଓ କୁଶଳତାର ଏକ ସିରିଜ୍ ଅନୁଯାୟୀ ଯୋଗ୍ୟତାଗୁଡ଼ିକୁ ବ୍ୟବସ୍ଥିତ କରେ। ଏହା ଶିକ୍ଷାର ପରିଣାମଗୁଡ଼ିକୁ ସ୍ପଷ୍ଟ ଭାବେ ବ୍ୟାଖ୍ୟା କରେ ଯାହା ଶିକ୍ଷାର୍ଥୀ ପାଖରେ ହେବା ଉଚିତ୍, ହୁଏତ ସେଗୁଡ଼ିକ ଶିକ୍ଷାର ପ୍ରତ୍ୟେକ ସ୍ତରରେ ଆନୁଷ୍ଠାନିକ, ଅଣ-ଆନୁଷ୍ଠାନିକ କିମ୍ବା ଅନୌପଚାରିକ ଶିକ୍ଷା ମାଧ୍ୟମରେ ହାସଲ କରିଥାନ୍ତୁ ନା କାହିଁକି ।

ଅନ୍ୟ ପକ୍ଷରେ, ଜାତୀୟ ବୃତ୍ତିଗତ ମାନଦଣ୍ଡ (NOS) ହେଉଛି ଚାକିରିରେ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ଆବଶ୍ୟକ ଦକ୍ଷତା, ଜ୍ଞାନ ଏବଂ ବୁଝିବା ଶକ୍ତିର ବିବୃତ୍ତି: ସେଗୁଡ଼ିକ ନିର୍ଦ୍ଧାରିତ କରେ ଯେ ସେହି କାମକୁ କରୁଥିବା ଜଣେ ବ୍ୟକ୍ତି କ'ଣ ଜାଣିବା ଉଚିତ ଏବଂ ସେ କ'ଣ କରିପାରିବ। ଏହି ମାନଦଣ୍ଡଗୁଡ଼ିକ ବିଭିନ୍ନ ଶିକ୍ଷା ଏବଂ ତାଲିମ କାର୍ଯ୍ୟକ୍ରମଗୁଡ଼ିକ ପାଇଁ ବେଞ୍ଚମାର୍କ ଗଠନ କରିପାରିବ । NOS ଓ NSQF ଉଭୟ ମିଶି କାମ କରିବା ଫଳରେ ଅନେକ ସୁବିଧାଗୁଡ଼ିକ ସୃଷ୍ଟି ହୋଇଥାଏ ।

ଯେଉଁମାନେ ଆରମ୍ଭ କରୁଥାନ୍ତି ସେମାନଙ୍କ ପାଇଁ ଗୁଣବତ୍ତା ନିୟନ୍ତ୍ରଣର ଏକ ଢାଞ୍ଚା, ତାଲିମର ଏପରି ପରିଣାମଗୁଡ଼ିକ ସୃଷ୍ଟି କରେ ଯାହା ସମଗ୍ର ଦେଶରେ ସମାନ, ବିଶ୍ୱସନୀୟ ଓ ଜାତୀୟ ସ୍ତରରେ ଗ୍ରହଣୀୟ । ତା’ପରେ, ଆମର ତାଲିମପ୍ରାପ୍ତ କର୍ମଚାରୀମାନଙ୍କ ପାଖରେ NSQFର ଆନ୍ତର୍ଜାତୀୟ ସମକକ୍ଷତା ମାଧ୍ୟମରେ ବିଶ୍ୱସ୍ତରୀୟ ଗତିଶୀଳତା ମଧ୍ୟ ହେବ ।

ଏହା ଭବିଷ୍ୟତର କର୍ମଚାରୀ ଓ ନିଯୁକ୍ତିଦାତାମାନଙ୍କ ପାଇଁ ଭିତର ଓ ବାହାର ଉଭୟ କ୍ଷେତ୍ରରେ ଉନ୍ନତିର ରାସ୍ତାର ଏକ ମ୍ୟାପ୍ ତିଆରି କରେ । ତେଣୁ, କର୍ମଚାରୀମାନେ ନିଜ ସ୍ୱପ୍ନର ଚାକିରି ପାଇଁ ଆଗକୁ ବଢ଼ିବାକୁ ଶିକ୍ଷାର ବାଟ ଜାଣନ୍ତି ଏବଂ ନିଯୁକ୍ତିଦାତାମାନେ ପରବର୍ତ୍ତୀ ସ୍ତରକୁ ଯିବା ପାଇଁ ସେମାନଙ୍କର ସର୍ବୋତ୍ତମ ଓ ପ୍ରତିଭାଶାଳୀ ଲୋକମାନଙ୍କ ପାଇଁ ଆବଶ୍ୟକ ସଠିକ୍ ତାଲିମ କାର୍ଯ୍ୟକ୍ରମରେ ବିନିଯୋଗ କରିବାକୁ ସକ୍ଷମ ଅଟନ୍ତି । ଏହା ଛଡ଼ା, ଜଣେ ବ୍ୟକ୍ତିର ଦକ୍ଷତା ଏକ ଅଣ-ଆନୁଷ୍ଠାନିକ ଢାଞ୍ଚାରୁ ଆସିଥାଉ ନା କାହିଁକି, ‘ପୂର୍ବ ଶିକ୍ଷାର ସ୍ୱୀକୃତି’ (RPL) ଏହା ସୁନିଶ୍ଚିତ କରେ ଯେ ଆମେ କାହାରିକୁ ମଧ୍ୟ ପଛରେ ଛାଡ଼ି ଦେବା ନାହିଁ ।

ଦୃଢ଼ ମୂଳଦୁଆ ପକାଇବା

ଏପରି ବଡ଼ ଧରଣର ଏକ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଗୁଣବତ୍ତାର ଏକ ମୂଳଦୁଆ ହେବା ଜରୁରୀ । ଆମକୁ ମାନଦଣ୍ଡ ଓ ସାର୍ଟିଫିକେସନ୍ ଗୁଡ଼ିକର, ତଥା ଅଡିଟର୍ ଓ ନିରୀକ୍ଷକମାନଙ୍କର ଆବଶ୍ୟକତା ରହିଛି, ଯେଉଁମାନେ ସେହି ମାନଦଣ୍ଡଗୁଡ଼ିକୁ ବଜାୟ ରଖିବାରେ ସାହାଯ୍ୟ କରନ୍ତି । ଏହା ଛଡ଼ା, ଆମକୁ ଏପରି ସଂସ୍ଥାଗୁଡ଼ିକ ଆବଶ୍ୟକ ଯାହା ସୁନିଶ୍ଚିତ କରନ୍ତି ଯେ ଏହି ଅଡିଟର୍ ଏବଂ ନିରୀକ୍ଷକମାନେ ନିଜେ ଏଥିପାଇଁ ଯୋଗ୍ୟ ଅଟନ୍ତି । ଏହି କ୍ଷେତ୍ରରେ ଭାରତର ଗୁଣବତ୍ତା ପରିଷଦ (QCI) ର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ।

QCI ଗତ ୨୫ ବର୍ଷ ଧରି ଭାରତୀୟ ଗୁଣବତ୍ତାର ଏକ ଇକୋସିଷ୍ଟମ୍ ସୃଷ୍ଟି କରିବାରେ ମହତ୍ତ୍ୱପୂର୍ଣ୍ଣ ବିନିଯୋଗ କରିଆସୁଛି । QCI ଅନେକ ବିଭାଗୀୟ ବୋର୍ଡଗୁଡ଼ିକରେ ଗଠିତ, ଯାହା ମଧ୍ୟରୁ ‘ଶିକ୍ଷା ଓ ତାଲିମ ପାଇଁ ଜାତୀୟ ସ୍ୱୀକୃତି ବୋର୍ଡ’ (NABET) ଭାରତର ଦକ୍ଷତା କାର୍ଯ୍ୟକ୍ରମ ଓ ପଦକ୍ଷେପଗୁଡ଼ିକରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି।

NABET ପାଖରେ ଶିକ୍ଷାନୁଷ୍ଠାନ, ବିଭିନ୍ନ ଧନ୍ଦାମୂଳକ ତାଲିମ ପ୍ରଦାନକାରୀ ସଂସ୍ଥା ଏବଂ ବିଭିନ୍ନ ଦକ୍ଷତା ପ୍ରମାଣପତ୍ର ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ସ୍ୱୀକୃତି ଓ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଏକ ପ୍ରତିଷ୍ଠିତ ପ୍ରଣାଳୀ ଅଛି । NABET ଏହାକୁ ତିନୋଟି ଭିନ୍ନ ଭିନ୍ନ କାର୍ଯ୍ୟକ୍ଷେତ୍ରରେ କରେ:

୧. FEED (ଆନୁଷ୍ଠାନିକ ଶିକ୍ଷା ଉତ୍କୃଷ୍ଟତା ବିଭାଗ): ଯାହା ସ୍କୁଲଗୁଡ଼ିକର ସ୍ୱୀକୃତିକୁ ତଦାରଖ କରେ ଏବଂ ସ୍କୁଲ ସ୍ୱୀକୃତି ମାନଦଣ୍ଡଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ରାଜ୍ୟ ଓ ସରକାରୀ ବିଭାଗଗୁଡ଼ିକ ଦ୍ୱାରା ଆବଶ୍ୟକ ହେଉଥିବା ବିଭିନ୍ନ ଗୁଣବତ୍ତା ମୂଲ୍ୟାଙ୍କନ ପ୍ରକଳ୍ପଗୁଡ଼ିକୁ ମଧ୍ୟ ସଂଚାଳନ କରେ ।

୨. ସରକାରୀ ପ୍ରକଳ୍ପ ବିଭାଗ: ଯାହା MSME ର ‘ଲିନ୍ ଉତ୍ପାଦନ ପ୍ରତିଦ୍ୱନ୍ଦିତା ଯୋଜନା’ ସହିତ ‘ପରିବେଶ ପ୍ରଭାବ ମୂଲ୍ୟାଙ୍କନ’ (EIA) ପରାମର୍ଶଦାତା ସଂଗଠନଗୁଡ଼ିକର ସ୍ୱୀକୃତି ପାଇଁ ଏକ ଜାତୀୟ ନିରୀକ୍ଷଣ ଓ କାର୍ଯ୍ୟକାରିତା ୟୁନିଟ୍ ଭାବରେ କାମ କରେ ।

୩. ଦକ୍ଷତା ତାଲିମ ଏବଂ ସେବା ବିଭାଗ: ଯାହା ଉଭୟ ତାଲିମ ପାଠ୍ୟକ୍ରମ ଓ ପରାମର୍ଶଦାତା ସଂଗଠନଗୁଡ଼ିକର ସ୍ୱୀକୃତିର ତଦାରଖ କରେ।

ଏହି ମୂଳଦୁଆଗୁଡ଼ିକର ସ୍ଥାପନା ସହିତ ସ୍କିଲଇଣ୍ଡିଆର ‘ଲାଇଫ୍ ସାଇକଲ୍ ଅଫ୍ ଟ୍ରେନିଂ ପାର୍ଟନର୍ ଏଣ୍ଡ୍ ଟ୍ରେନିଂ ସେଣ୍ଟର’ ଭଳି ପଦକ୍ଷେପଗୁଡ଼ିକ ନିଆଯାଇପାରିବ। ଏହି ପଦକ୍ଷେପ ଗୁଣବତ୍ତାକୁ ସୁନିଶ୍ଚିତ କରିବାର ପ୍ରକ୍ରିୟାକୁ ଶୃଙ୍ଖଳିତ କରେ, ଯାହା ଟ୍ରେନିଂ ପାର୍ଟନର୍ ଏବଂ ଟ୍ରେନିଂ ସେଣ୍ଟରଗୁଡ଼ିକୁ ପାଳନ କରିବାର ଆବଶ୍ୟକ ହୁଏ, ଯାହାଦ୍ୱାରା ଛାତ୍ରମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଓ ତାଲିମର ବିକଳ୍ପ ବାଛିବା ସହଜ ହୋଇଯାଏ।

ସଂଗଠନଗୁଡ଼ିକ ପ୍ରାୟତଃ ତାଲିମ ମାଧ୍ୟମରେ ନିଜ କର୍ମଚାରୀମାନଙ୍କ ଦକ୍ଷତାକୁ ଉନ୍ନତ କରିବାକୁ ଚେଷ୍ଟା କରନ୍ତି । ଏପରି ସଂଗଠନଗୁଡ଼ିକ ଯାହା ନିଜ ଲୋକମାନଙ୍କର ଦକ୍ଷତା ବିକାଶରେ ଅର୍ଥ ବିନିଯୋଗ କରିବାକୁ ଚାହାନ୍ତି, QCI ର ତାଲିମ ଓ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ (TCB) ସେମାନଙ୍କ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ବ୍ୟାପକ ଭାବେ ସାହାଯ୍ୟ କରେ ।

ଏହା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ତାଲିମ, ସଚେତନତା କର୍ମଶାଳା ଓ କ୍ଷମତା ନିର୍ମାଣ କାର୍ଯ୍ୟକଳାପଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରେ ଏବଂ ଏହିପରି କାର୍ଯ୍ୟକଳାପଗୁଡ଼ିକୁ କେନ୍ଦ୍ରୀୟ ପରିଚାଳନା ଓ ଯୋଜନାବଦ୍ଧ ଉପାୟରେ ସମନ୍ୱୟ କରିବା ସମ୍ଭବ କରିଥାଏ । ଏହା ଗୁଣବତ୍ତା ପରିଚାଳନା, ସ୍ୱାସ୍ଥ୍ୟ ସେବା, ଉତ୍ପାଦନ, ପରିବେଶ, ଖାଦ୍ୟ ସୁରକ୍ଷା, ଶିକ୍ଷା, ପ୍ରକଳ୍ପ ପରିଚାଳନା ଭଳି ବିଭିନ୍ନ କ୍ଷେତ୍ରରେ ଜରୁରୀ ସାହାଯ୍ୟ ପ୍ରଦାନ କରିଥାଏ ।

ଏହା ଛଡ଼ା, ଶ୍ରେଣୀଗୃହ ତାଲିମ, ଭର୍ଚୁଆଲ୍ ତାଲିମ, ୱେବିନାର୍ ଓ ଇଲର୍ଣ୍ଣିଂ ଭଳି ଉପାୟଗୁଡ଼ିକ ମାଧ୍ୟମରେ ମଧ୍ୟ ଏହା ତାଲିମ ପ୍ରଦାନ କରେ - ବିଭିନ୍ନ ଶିକ୍ଷଣ ଶୈଳୀ, ସୁଯୋଗର ବିଭିନ୍ନ ସ୍ତର ଏବଂ ଶିକ୍ଷାର୍ଥୀମାନଙ୍କ ପାଇଁ ନିଜ ଆବଶ୍ୟକତା ଅନୁରୂପ ପାଠ୍ୟକ୍ରମଗୁଡ଼ିକୁ ବାଛିବା ପାଇଁ ଏହା ସମ୍ଭବ କରିଥାଏ । ଏହା ସଂଗଠନଗୁଡ଼ିକ ସହିତ ମିଶି ସେମାନଙ୍କର ନିର୍ଦ୍ଦିଷ୍ଟ ତାଲିମ ଆବଶ୍ୟକତାଗୁଡ଼ିକ ଉପରେ ମଧ୍ୟ କାମ କରିଥାଏ ।

ଭାରତରେ ଇଣ୍ଟରନେଟ ଓ ମୋବାଇଲ ବହୁଳ ଭାବେ ବ୍ୟବହାର କରାଯାଉଛି । ତେଣୁ ଅନଲାଇନ ଲର୍ନିଂ ପୋର୍ଟାଲ ମାଧ୍ୟମରେ ଉଚ୍ଚ ମାନର ତାଲିମ ଓ ଶିକ୍ଷା ପ୍ରଦାନ କରିବା ଦ୍ୱାରା ଲୋକଙ୍କ ପାଇଁ ଏବଂ ମହାନଗରଗୁଡ଼ିକ ଠାରୁ ଦୂରରେ ଅବସ୍ଥିତ ବ୍ୟବସାୟଗୁଡ଼ିକ ପାଇଁ ବଡ଼ ରାସ୍ତା ଖୋଲିଛି ।

ଏଠାରେ ମଧ୍ୟ, QCI ଏହାର ଅନଲାଇନ୍ ଲର୍ନିଂ ପୋର୍ଟାଲ୍, ଇ-କ୍ୱେଷ୍ଟ ସହିତ ପ୍ରଥମ ପଦକ୍ଷେପ ନେଇଛି, ଯାହାକୁ ଭାରତର ବୃତ୍ତିଗତ ଲୋକମାନଙ୍କୁ ନିଜ ଦକ୍ଷତା ଓ ଜ୍ଞାନକୁ ବିକାଶ କରିବାରେ ସାହାଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହିପରି ଭାବରେ, ଏହା ସେମାନଙ୍କ କ୍ୟାରିୟରର ଶିଡ଼ିରେ ଆଗକୁ ବଢ଼ିବାର ସମ୍ଭାବନାକୁ ବୃଦ୍ଧି କରିଛି । ଏହାର ପାଠ୍ୟକ୍ରମଗୁଡ଼ିକରେ କୃଷି, ଶିକ୍ଷା, ପରିବେଶ, ସ୍ୱାସ୍ଥ୍ୟ ସେବା, ପରୀକ୍ଷାଗାର, ଗୁଣବତ୍ତା, ଟେକ୍ନୋଲୋଜି ଏବଂ ସାଧାରଣ ପାଠ୍ୟକ୍ରମଗୁଡ଼ିକ ସାମିଲ ରହିଛି ।

ଏହା ବ୍ୟତୀତ, କିଛି ପାଠ୍ୟକ୍ରମ ବିଶେଷ ଭାବରେ MSME କ୍ଷେତ୍ର ପାଇଁ ପ୍ରସ୍ତୁତ କରାଯାଇଛି, ଯାହା MSME ଗୁଡ଼ିକ ଉପରେ ନିଜସ୍ୱ ତାଲିମ କାର୍ଯ୍ୟକ୍ରମ ଏବଂ ତାଲିମ ବିତରଣ ପ୍ରଣାଳୀଗୁଡ଼ିକୁ ବିକଶିତ କରିବାର ଚାପକୁ ବହୁତ କମ୍ କରିଥାଏ । ଏଥିରେ କେବଳ ଯେ ଖର୍ଚ୍ଚ କମ୍ ହୁଏ ତାହା ନୁହେଁ, ବରଂ ସେଗୁଡ଼ିକୁ ନିଜ କର୍ମଚାରୀମାନଙ୍କର ଗୁଣବତ୍ତାକୁ ଉନ୍ନତ କରି ସେମାନଙ୍କର ଉତ୍ପାଦନର ଗୁଣବତ୍ତାକୁ ମଧ୍ୟ ଉନ୍ନତ କରିବାରେ ସାହାଯ୍ୟ କରେ ।

ଉପସଂହାର

ଆଗାମୀ କିଛି ବର୍ଷ ଭାରତର ଅର୍ଥନୈତିକ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ହେବାକୁ ଯାଉଛି । ଆମ ପାଇଁ 5 ଟ୍ରିଲିୟନ ଡଲାରର ଅର୍ଥନୀତି ଏବଂ ତା'ଠାରୁ ବଡ଼ ଲକ୍ଷ୍ୟରେ ପହଞ୍ଚିବା ପାଇଁ, ମେକ ଇନ ଇଣ୍ଡିଆକୁ ସଫଳ କରିବା ପାଇଁ ଏବଂ ଭାରତର ଅର୍ଥନୈତିକ ଆତ୍ମନିର୍ଭରତା ହାସଲ କରିବା ପାଇଁ, ଆମର ମାନବ ପୁଞ୍ଜିର ଗୁଣବତ୍ତା ସାଧାରଣ ଉପାଦାନ ଅଟେ । ଯଦି ଆମେ ଶିଳ୍ପର ଆବଶ୍ୟକତାଗୁଡ଼ିକ ଅନୁଯାୟୀ ଆମ ଲୋକମାନଙ୍କୁ ତାଲିମ ଓ ଶିକ୍ଷା ନ ଦେବା, ତେବେ ଆମେ ବାଟବଣା ହୋଇଯିବା । ଏହି ଅଘଟଣକୁ ଏଡ଼ା ଯାଇପାରିବ, କାରଣ ଏହି ସମସ୍ୟାର ଅନେକ ସମାଧାନ ରହିଛି ।

QCI ନିଜ ପ୍ରତିବଦ୍ଧତା ଅନୁଯାୟୀ, ଗୁଣବତ୍ତା, ବିଶ୍ୱାସ ଓ ବିଶ୍ୱସନୀୟତାର ମୂଳଦୁଆ ପ୍ରସ୍ତୁତ କରୁଛି, ଯାହା ସ୍କିଲ୍ ଇଣ୍ଡିଆ ଭଳି ଉଚ୍ଚାଭିଳାଷୀ କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରିବାରେ ସାହାଯ୍ୟ କରେ । ପରବର୍ତ୍ତୀ ପିଢ଼ିର ଉଚ୍ଚ ଦକ୍ଷତା ଓ ଆତ୍ମବିଶ୍ୱାସରେ ପୂର୍ଣ୍ଣ କର୍ମଚାରୀ ଓ ଉଦ୍ୟୋଗୀମାନଙ୍କୁ ତାଲିମ ଦେବା ପାଇଁ କର୍ପୋରେଟ୍ ଓ ଶିକ୍ଷା କ୍ଷେତ୍ରଗୁଡ଼ିକରେ ସମାନ ଇକୋସିଷ୍ଟମ୍ ବ୍ୟବହୃତ ହୁଏ, ଯେଉଁମାନେ ଉଦ୍ଭାବନ ଓ ବିକାଶର ଏବଂ ଉଦ୍ୟୋଗ ଜଗତରେ ଉତ୍କର୍ଷତାର ଏକ ତରଙ୍ଗ ସୃଷ୍ଟି କରିବେ ।

ଏହିପରି ଭାବରେ ଆମେ ଏକ ରାଷ୍ଟ୍ରର ଗଠନ କରୁଛୁ: ପ୍ରଥମେ ମୂଳଦୁଆକୁ ମଜବୁତ୍ କରୁଛୁ । ‘ଗୁଣବତ୍ତା ସେ ଆତ୍ମନିର୍ଭରତା’ ଏକ ସ୍ଲୋଗାନ ନୁହେଁ, ବରଂ ଏକ ପ୍ରତିଜ୍ଞା । ଆମର ବଢ଼ୁଥିବା ଯୁବଗୋଷ୍ଠୀକୁ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଶିକ୍ଷା ଓ ତାଲିମ ଉପଲବ୍ଧ କରାଇ ଆମେ ଭାରତକୁ ବିଶ୍ୱର ପରବର୍ତ୍ତୀ ଅର୍ଥନୈତିକ ମହାଶକ୍ତି କରିବାର ସ୍ୱପ୍ନକୁ ସାକାର କରିବୁ ।
Published by:Lipina Das
First published: