ଅଟୋରେ ଥିବା ମହିଳା ଯାତ୍ରୀଙ୍କୁ ଗଣଦୁଷ୍କର୍ମ; ଡ୍ରାଇଭର ସାଙ୍ଗମାନଙ୍କ ସହ ମିଶି କରିଥିଲା ଯୋଜନା
- News18 Odia
- Last Updated :
- Gumla | Jharkhand
News 18 Odia Digital
ଗୁମଲା; ଝାଡଖଣ୍ଡର ଗୁମଲାରେ ଜଣେ ଝିଅ ସହିତ ଗଣଦୁଷ୍କର୍ମ ହୋଇଛି । ଅଟୋ ଡ୍ରାଇଭର ନିଜ ସାଙ୍ଗମାନଙ୍କ ସହ ମିଶି ଏଭଳି କାଣ୍ଡ କରିଛି । ନାବାଳିକା ଜଣକ ଅତି ଶୋଚନୀୟ ଅବସ୍ଥାରେ ପଡ଼ିଥିଲେ, ଯାହାକୁ ଦେଖିଥିଲା ୱସିୟା ପୋଲିସ ଟିମ୍ । ପୋଲିସ ପାଟ୍ରୋଲିଂ ବେଳେ ରାସ୍ତାରେ ଏକ ଝିଅକୁ ଦେଖିବାକୁ ପାଇଥିଲା । ପଚରାଉଚରା ବେଳେ ଜଣାପଡିଥିଲା ଯେ ସେ ଭରଣୋ ବ୍ଲକର କରଞ୍ଜ ପୋଲିସ ଷ୍ଟେସନର ବାସିନ୍ଦା । ତାଙ୍କୁ ୱସିଆ ପୋଲିସ ଷ୍ଟେସନକୁ ଅଣାଯାଇଥିଲା ଯେଉଁଠାରେ ଝିଅ ଜଣକ କହିଥିଲେ ଯେ ସେ କରଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରୁ ୱସିଆର କୋଣବୀରକୁ ଆସିଥିଲେ । ସେଠାରୁ ଏକ ହଜାର ଟଙ୍କାରେ ଅଟୋ ଭଡ଼ା ନେଇ ଗୁମଲା ଯାଉଥିଲେ । ଏହି ସମୟରେ ଅଟୋରେ ଜଣେ ଡ୍ରାଇଭର ଏବଂ ଜଣେ ଯୁବକ ଥିଲେ ।
ଅମ୍ବେରାଡିହ ଠାରୁ ଅଟୋ ଡ୍ରାଇଭର ଆକିବ ଖାନ ଏବଂ ତା'ର ସାଥୀ ଆଫ୍ରୋଜ ଖାନ ତାଙ୍କୁ ଟେଟ୍ରାକୁ ଫେରାଇ ଆଣିଥିଲେ, ଯେଉଁଠାରେ ତାଙ୍କୁ ଛୁରୀର ଭୟ ଦେଖାଇ ଉଭୟ ଦୁଷ୍କର୍ମ କରିଥିଲେ । ୫ ହଜାର ଟଙ୍କା ସହ ମୋବାଇଲ ମଧ୍ୟ ତାଙ୍କଠାରୁ ଛଡ଼ାଇ ନେଇଥିଲା । ଏହି କାଣ୍ଡ କରିବାପରେ ଉଭୟ ଯୁବକ ଗାଡି ସହ ପଳାଇଥିଲେ । ନାବାଳିକାଙ୍କ ବିବୃତ୍ତିରେ ୱସିଆ ପୋଲିସ ଉଭୟ ଯୁବକଙ୍କୁ ଗିରଫ କରିଛି । ଥାନାରେ ଉଭୟ ନିଜ ଅପରାଧ ସ୍ୱୀକାର କରିଛନ୍ତି ।
ପୋଲିସ ନାବାଳିକାଙ୍କ ମୋବାଇଲ୍, ୫ ହଜାର ଲୁଟ୍ ମଧ୍ୟରୁ ୨୮୦୦ ଟଙ୍କା, ଛୁରୀ ଏବଂ ଅଟୋ ଜବତ କରିଛି । ଏସଡିପିଓ ବିକାଶ ଆନନ୍ଦ ଲାଙ୍ଗୁରି କହିଛନ୍ତି ଯେ ଉଭୟ ଅଭିଯୁକ୍ତ ଅଟୋରେ ଛାଡିଦେବା ବାହାନା କରି ନାବାଳିକାକୁ ଟେଟ୍ରାକୁ ନେଇ ଯାଇଥିଲେ ଏବଂ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହା ପରେ ଅଭିଯୁକ୍ତ ପୀଡ଼ିତାଙ୍କ ପର୍ସରୁ ୫ ହଜାର ମୋବାଇଲ ଛଡ଼ାଇ ନେଇ ପଳାଇ ଯାଇଥିଲେ । ପୋଲିସ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟ ଅଭିଯୁକ୍ତଙ୍କୁ ଜେଲକୁ ପଠାଇଥିଲା । ଉଭୟ ଅଭିଯୁକ୍ତ ପୋଲିସ ସମ୍ମୁଖରେ ନିଜର ଅପରାଧ ସ୍ୱୀକାର କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।