ବୃଦ୍ଧ ବାପା ହତ୍ୟା କଲା ପୁଅକୁ ; ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଲା ଭିନ୍ନ ଭିନ୍ନ ସ୍ଥାନରୁ

ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୋଲିସକୁ ଅନେକ ତଥ୍ୟ ମିଳିଥିଲା । ଯାହା ହତ୍ୟାକାରୀକୁ ଧରିବାରେ ସହାୟକ ହେଲା ।

ହତ୍ୟା ରହସ୍ୟର ସମାଧାନ

ହତ୍ୟା ରହସ୍ୟର ସମାଧାନ

  • Share this:
News 18 Odia Digital

ଗୁଜୁରାଟ; ଅହମ୍ମଦାବାଦର ୱାଶନା ଅଞ୍ଚଳରେ ମୁଣ୍ଡ, ବାହୁ ଏବଂ ଗୋଡ ନଥିବା ଜଣେ ଅଜ୍ଞାତ ଯୁବକଙ୍କ ମୃତଦେହ ମିଳିଥିଲା । ଘଟଣାର ପ୍ରାୟ ୫ ଦିନ ପରେ, ମୃତଦେହର ଗୋଡ଼ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଏଲିସେବ୍ରିଜ୍ ଅଞ୍ଚଳରୁ ମିଳିଥିଲା । ସିସିଟିଭି ଫୁଟେଜ ସାହାଯ୍ୟରେ ପୋଲିସ ପୂରା ମାମଲାର ସମାଧାନ କରିଛି । ସୂଚନା ଅନୁଯାୟୀ,ମୃତଦେହ ଚିହ୍ନଟ ହୋଇଥିବା ଯୁବକଙ୍କ ନାମ ହେଉଛି ହିତେଶ , ଯାହାକୁ ତାଙ୍କ ବୃଦ୍ଧ ପିତା ହତ୍ୟା କରିଥିବା ଜଣାପଡ଼ିଛି ।

ପ୍ରଥମେ ପୋଲିସ ସନ୍ଦେହ କରିଥିଲା ​​ଯେ ଏହି ଗୋଡ଼ ସମାନ ମୃତ ଶରୀରର ନୁହେଁ, ଯାହା ୫ ଦିନ ପୂର୍ବରୁ ଏକ ପଲିଥିନ ବ୍ୟାଗ ରୁ ମିଳିଥିଲା । ତେଣୁ ତଦନ୍ତ ଜାରି ରଖି ପୋଲିସ ସେହି ଅଞ୍ଚଳର ସମସ୍ତ ସିସିଟିଭି କ୍ୟାମେରାର ଯାଞ୍ଚ କରିଥିଲା । ଫୁଟେଜ ରେ ଜଣେ ବୃଦ୍ଧ ସ୍କୁଟରରେ ବସି ଏକ ପଲିଥିନରେ କଟା ଶରୀର ଫିଙ୍ଗିଥିବାର ନଜର ଆସିଥିଲେ । ଯେତେବେଳେ ପୋଲିସ ସ୍କୁଟର ମାଲିକଙ୍କ ପାଖରେ ପହଞ୍ଚିଲ ସେତେବେଳେ ଜାଣିବାକୁ ପାଇଲା ଯେ ସେ ଏହି ସ୍କୁଟରକୁ ଅମ୍ବାୱାଡି ଅଞ୍ଚଳର ଜଣେ ବୃଦ୍ଧ ବାସିନ୍ଦାଙ୍କୁ ବିକ୍ରି କରିଛନ୍ତି ।

ଉକ୍ତ ବ୍ୟକ୍ତିଙ୍କ ସୂଚନାକୁ ଆଧାର କରି ପୋଲିସ ସ୍କୁଟର ବ୍ୟବହାରକାରୀଙ୍କ ଘରେ ପହଞ୍ଚିଥିଲା । ଜାଣିବାକୁ ପାଇଲା ଯେ ଜଣେ ବୟସ୍କ ତାଙ୍କ ପୁଅ ହିତେଶଙ୍କ ସହ ଏଠାରେ ରୁହନ୍ତି । ଦୀର୍ଘ ସମୟ ଧରି ହିତେଶଙ୍କ ବିଷୟରେ କିଛି ଜଣାନଥିଲା । ପୋଲିସ ବୃଦ୍ଧଙ୍କ ଘରେ ଖୋଜାଖୋଜି କରିବା ବେଳେ ଭିତରୁ ଧାରୁଆ ଛୁରୀ ଏବଂ ରକ୍ତ ଦାଗ ଦେଖିବାକୁ ପାଇଥିଲେ । ଏହା ପରେ ପୋଲିସ ତୁରନ୍ତ ବୃଦ୍ଧଙ୍କୁ ଗିରଫ ମଧ୍ୟ କରିଥିଲା ।

ଯେତେବେଳେ ପୁଣିଥରେ ସିସିଟିଭି ଫୁଟେଜ୍ ଯାଞ୍ଚ ହେଲା, ସେତେବେଳେ ସେହି ବୃଦ୍ଧଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ପଚରାଉଚରା ବେଳେ ଜଣାପଡିଛି ଯେ ବୃଦ୍ଧ ଏମ ଜାନି ଜଣେ ଶ୍ରେଣୀ-୨ ଅବସରପ୍ରାପ୍ତ ଅଧିକାରୀ । ସେ ତାଙ୍କ ପୁଅ ହିତେଶଙ୍କ ସେହି ଘରେ ରହୁଥିଲେ । ଯେତେବେଳେ ପୋଲିସ ହିତେଶଙ୍କ ବାପାଙ୍କୁ କଠୋର ପଚରାଉଚରା କରୁଥିଲେ, ସେତେବେଳେ ସେ ନିଜ ଅପରାଧ ସ୍ୱୀକାର କରିଥିଲେ ।
Published by:Soumyashree Mishra
First published: