ଆଜି ମୋରବି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି; ପୀଡିତଙ୍କ ପରିବାରଙ୍କୁ ଭେଟିବେ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରବି ଗସ୍ତ କରିବେ । ଏହା ପୂର୍ବରୁ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକରେ ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି (ପ୍ରତୀକାତ୍ମକ ଛବି)

ପ୍ରଧାନମନ୍ତ୍ରୀ ମୋଦି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଅହମ୍ମଦାବାଦ: ରବିବାର ଦିନ ଗୁଜୁରାଟର ମୋରବି ସହରରେ ମାଚ୍ଛୁ ନଦୀ ଉପରେ ଏକ ଝୁଲା ବ୍ରିଜ ଭୁଷୁଡ଼ି ଏପର୍ଯ୍ୟନ୍ତ ୧୪୦ ଜଣଙ୍କର ମୃତ୍ୟୁ ଘଟିଛି। ୧୦୦ ରୁ ଅଧିକ ଆହତ ଚିକିତ୍ସିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରବି ଗସ୍ତ କରିବେ।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କ ସମ୍ବୋଧନ ସମୟରେ ଭାବପ୍ରବଣ ହୋଇଥିଲେ। ସେ କହିଥିଲେ, "ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି। ଏହି ଦୁଃଖ ସମୟରେ ସରକାର ଶୋକସନ୍ତପ୍ତ ପରିବାର ସହ ଅଛନ୍ତି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମୋରବିରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ଅନୁସନ୍ଧାନ ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି।

ମୋରବି ବ୍ରିଜ ଦୁର୍ଘଟଣାରେ ନଭେମ୍ୱର ୨ରେ ଗୁଜୁରାଟ ରାଜ୍ୟବ୍ୟାପୀ ଶୋକ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ପରେ ଗୁଜୁରାଟର ସିଏମ ଭୁପେନ୍ଦ୍ର ପଟେଲ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। କୁହାଯାଉଛି ଯେ ପ୍ରଧାନମନ୍ତ୍ରୀଙ୍କ ସହ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନଭେମ୍ବର ୨ ଅର୍ଥାତ ବିୁଧବାର ଗୁଜୁରାଟରେ ମୃତକଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ଶୋକ ପାଳନ କରାଯିବ। ସମସ୍ତ ପ୍ରକାର ସାହାଯ୍ଯ ସହାୟତା କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଅନ୍ୟପଟେ ଏହି ଘଟଣାରେ ଏଯାବତ ମୋଟ ୯ଜଣଙ୍କୁ ଗିରଫ କରାଯାଇଛି। ପ୍ରାଥମିକ ପର୍ଯ୍ଯାୟରେ ୪ଜଣଙ୍କୁ ଗିରଫ କରାଯାଇଥିଲା । ୫ ଜଣଙ୍କୁ ଅଟକ ରଖି ପଚାରାଉଚରା କରୁଥିଲା ପୋଲିସ । କିନ୍ତୁ ପରେ ସେମାନଙ୍କୁ ମଧ୍ଯ ଗିରଫ କରାଯାଇଛି । ଆଇପିସିର ବିଭିନ୍ନ ଧାରା ଅନୁସାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ରାଜକୋଟ ରେଞ୍ଜ ପୋଲିସ ମହାନିର୍ଦ୍ଦେଶକ ଅଶୋକ ଯାଦବ ସୂଚନା ଦେଇଛନ୍ତି ।

ଗୁଜୁରାଟର ମୋରବି ବ୍ରିଜ ଭୁଷୁଡ଼ିବା କାରଣରୁ ଏପର୍ଯ୍ୟନ୍ତ ୧୪୧ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଓ ବହୁ ଲୋକ ଆହତ ହୋଇଛନ୍ତି। ଗୁଜୁରାଟ ସରକାର ମୃତକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।
Published by:Soumya Das
First published: