ମୋରବି ଝୁଲା ପୋଲ ଭୁଶୁଡ଼ିବା ଘଟଣା: ୧୦୦ରୁ ଅଧିକ ମୃତ; ଉଦ୍ଧାର କାର୍ଯ୍ୟରେ ସେନା ସାମିଲ

ମୋରବିରେ ବ୍ରିଜ ଭୁଶୁଡ଼ିବା କାରଣରୁ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଓ ବହୁ ଲୋକ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ଯରେ NDRF ଦଳ ଓ ସେନା ସାମିଲ ଅଛନ୍ତି ।

ଉଦ୍ଧାର କାର୍ଯ୍ୟ ଜାରି (ପ୍ରତୀକାତ୍ମକ ଛବି)

ଉଦ୍ଧାର କାର୍ଯ୍ୟ ଜାରି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଅହମ୍ମଦାବାଦ: ଗୁଜୁରାଟର ମୋରବିରେ ଏକ ବ୍ରିଜ ଭୁଶୁଡ଼ିବା କାରଣରୁ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଓ ବହୁ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରେ NDRF ଦଳକୁ ଘଟଣାସ୍ଥଳକୁ ପଠାଯାଇଛି। ଏହା ସହିତ ନୌସେନା ଓ ଏୟାରଫୋର୍ସର ଟିମ୍ ମଧ୍ୟ ମୋରବି ପଠାଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ସାମୁଦ୍ରିକ କମାଣ୍ଡୋ ପଠାଯାଇଛି। ମୋରବି ବ୍ରିଜ୍ ଦୁର୍ଘଟଣା ସହିତ ଜଡିତ ୧୦ ଟି ବଡ କଥା ବାବଦରେ ଜାଣନ୍ତୁ:

-ମୋରବି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ବହୁ ସଂଖ୍ୟକ ଲୋକ ମଧ୍ୟ ଆହତ ହୋଇଛନ୍ତି। ୧୭୭ ଜଣଙ୍କୁ ଏବେ ପର୍ଯ୍ଯନ୍ତ ଉଦ୍ଧାର କରାଯାଇଛି । ସୂଚନାନୁସାରେ ଏହି ଦୁର୍ଘଟଣାରେ ବହୁ ସଂଖ୍ୟକ ଶିଶୁଙ୍କର ମୃତ୍ୟୁ ଘଟିଛି।  ଏହି ଘଟଣାରେ ୪୦ଜଣ ଶିଶୁ ସମ୍ପୃକ୍ତ ଥିବା କୁହାଯାଉଛି।

-ମୋରବି ଦୁର୍ଘଟଣାର ତଦନ୍ତ ପାଇଁ ଏକ ପାଞ୍ଚ ଜଣିଆ କମିଟି ଗଠନ କରାଯାଇଛି।  କମିଟି ଆଇଏଏସ୍ ରାଜକୁମାର ବେନିୱାଲଙ୍କ ଅଧ୍ୟକ୍ଷତାରେ ଏହି ଦୁର୍ଘଟଣାର ତଦନ୍ତ କରୁଛନ୍ତି।

-ବ୍ରିଜ ଭୁଶୁଡ଼ିବା ଘଟଣା ପରେ ବହୁ ପରିମାଣରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ନୌସେନା ଓ ବାୟୁସେନା ଦଳକୁ ଘଟଣାସ୍ଥଳକୁ ପଠାଯାଇଛି। ଉଦ୍ଧାର ଡଙ୍ଗା, ସାମୁଦ୍ରିକ କମାଣ୍ଡୋ ଓ ସନ୍ତରଣକାରୀଙ୍କ ସହ INS ଭାଲସୁରାକୁ ଘଟଣାସ୍ଥଳକୁ ପଠାଯାଇଛି।

-ଉଦ୍ଧାର ଓ ରିଲିଫ ପାଇଁ ଏନଡିଆରଏଫର ତିନିଟି ଦଳ ଘଟଣାସ୍ଥଳକୁ ପଠାଯାଇଛି। ଏହି ତିନି ଦଳ ବିଳମ୍ବିତ ରାତିରେ ପ୍ରାୟ ଦେଢ଼ଟାରୁ ସେହି ସ୍ଥାନରେ ପହଁଚିଛନ୍ତି।

-ଦୁର୍ଘଟଣା ପରେ ଗୁଜୁରାଟ ସରକାର ଏକ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି।  ଦୁର୍ଘଟଣା ସମ୍ବନ୍ଧୀୟ ସୂଚନା ପାଇଁ, 02822243300 ନମ୍ବରକୁ କଲ କରିପାରିବେ।

-ମୋରଵିରେ ଥିବା ଝୁଲା ବ୍ରିଜ ପ୍ରାୟ ଏକ ଶତାବ୍ଦୀ ପୁରୁଣା। ମରାମତିର ଚାରି ଦିନ ପରେ ଅକ୍ଟୋବର ୨୬ରେ ଏହି ସେତୁ ଖୋଲାଯାଇଥିଲା। ତେବେ ୨୪ ଘଣ୍ଟା ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଏହି ସେତୁ ଦୋହଲିବାର ଦେଖାଯାଉଛି।

https://odia.news18.com/news/trending/big-accident-in-gujarat-morbi-as-400-people-fell-into-river-after-cable-bridge-broke-4srm-301022-srm-133179.html

-ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି, କଂଗ୍ରେସ ନେତା ରାହୁଲ ଗାନ୍ଧି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ନେତା ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ସମ୍ପୃକ୍ତ ଅଧିକାରୀଙ୍କ ସହ କଥା ହୋଇଛନ୍ତି।

-ପ୍ରଧାନମନ୍ତ୍ରୀ ମୋଦି ଜୀବନ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ PMNRF ରୁ ଦୁଇ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି।  ଏହା ସହିତ ଆହତମାନଙ୍କୁ ୫୦ ହଜାର ଟଙ୍କା ଦିଆଯିବ।

-ସ୍ଥାନୀୟ ବିଧାୟକ ତଥା ରାଜ୍ୟ ମନ୍ତ୍ରୀ ବ୍ରିଜେଶ ମେର୍ଜା କହିଛନ୍ତି, "ବ୍ରିଜ ଭୁଶୁଡ଼ିବା ପରେ ଅନେକ ଲୋକ ନଦୀରେ ପଡ଼ିଯାଇଥିଲେ। ଉଦ୍ଧାର କାର୍ଯ୍ୟ ଚାଲିଛି।"  ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଦୁର୍ଘଟଣା ସମୟରେ ବ୍ରିଜ ଉପରେ ଅନେକ ମହିଳା ଓ ଶିଶୁ ଉପସ୍ଥିତ ଥିଲେ।

-ମୋରବି ଦୁର୍ଘଟଣାରେ ଆହତ ପ୍ରାୟ ୧୦୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

-ନ୍ଯୁଜ ଏଜେନ୍ସି ଏଏନଆଇ ରିପୋର୍ଟ ଅନୁସାରେ ଅହମ୍ମଦାବାଦରେ ହେବାକୁ ଥିବା ରୋଡ଼ ସୋ ବାତିଲ ହୋଇଛି । ପ୍ରଧାନମନ୍ତ୍ରୀ ଆଜି ମୋରବି ଗସ୍ତ କରିପାରନ୍ତି ବୋଲି ଶୁଣାଯାଉଛି ।
Published by:Soumya Das
First published: