ଜଣେ ବାପାଙ୍କୁ ନିଜ ପୁଅର ମୃତ୍ୟୁ ପ୍ରମାଣପତ୍ର ପାଇବାକୁ ଲାଗିଲା ୩୮ ବର୍ଷ

ଗୁଜୁରାଟର ଅହମ୍ମଦାବାଦର ଦେବଧର ନାମକ ଜଣେ ୮୬ ବର୍ଷୀୟ ପିତା ତାଙ୍କ ପୁଅର ମୃତ୍ୟୁ ପ୍ରମାଣପତ୍ର ପାଇଁ ୨୦୧୨ରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ପୁଅ ଜିତେନ୍ଦ୍ରଙ୍କୁ ମୃତ ଘୋଷଣା କରିବା ପାଇଁ ତାଙ୍କୁ ଏକ ଦୀର୍ଘ ଆଇନଗତ ଯୁଦ୍ଧ ଲଢ଼ିବାକୁ ପଡ଼ିଥିଲା।

ଜଣେ ବାପାଙ୍କୁ ନିଜ ପୁଅର ମୃତ୍ୟୁ ପ୍ରମାଣପତ୍ର ପାଇବାକୁ ଲାଗିଲା ୩୮ ବର୍ଷ

ଜଣେ ବାପାଙ୍କୁ ନିଜ ପୁଅର ମୃତ୍ୟୁ ପ୍ରମାଣପତ୍ର ପାଇବାକୁ ଲାଗିଲା ୩୮ ବର୍ଷ

  • Share this:
News18 Odia Digital

ଗୁଜୁରାଟ: ଗୁଜୁରାଟର ଅହମ୍ମଦାବାଦରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୮୬ ବର୍ଷୀୟ ବ୍ୟକ୍ତି ତାଙ୍କ ପୁଅର ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ଦଶନ୍ଧି ଧରି ଏକ ଆଇନଗତ ଯୁଦ୍ଧ ଲଢ଼ିଛନ୍ତି। ତେବେ ଗୁଜୁରାଟ ହାଇକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ଅଲଗା କରି ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଅଦାଲତ ଏହା ବୁଝିବାରେ ବିଫଳ ହୋଇଛନ୍ତି ଯେ ନିଖୋଜ ହେବା ପରେ ନିଜ ସମ୍ପର୍କୀୟଙ୍କ ପ୍ରତ୍ୟାବର୍ତ୍ତନକୁ ଦୀର୍ଘ ସମୟ ଅପେକ୍ଷା କରିବା ଏକ ମାନବିକ ପ୍ରବୃତ୍ତି।

୨୦୧୨ରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ

ଗୁଜୁରାଟର ଅହମ୍ମଦାବାଦର ଦେବଧର ନାମକ ଜଣେ ୮୬ ବର୍ଷୀୟ ପିତା ତାଙ୍କ ପୁଅର ମୃତ୍ୟୁ ପ୍ରମାଣପତ୍ର ପାଇଁ ୨୦୧୨ରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ପୁଅ ଜିତେନ୍ଦ୍ରଙ୍କୁ ମୃତ ଘୋଷଣା କରିବା ପାଇଁ ତାଙ୍କୁ ଏକ ଦୀର୍ଘ ଆଇନଗତ ଯୁଦ୍ଧ ଲଢ଼ିବାକୁ ପଡ଼ିଛି।। ଏହି ମାମଲାର ଶୁଣାଣି କରି ନିମ୍ନ ଅଦାଲତ କହିଛନ୍ତି ଯେ ପିତା କୋର୍ଟରେ ଆବେଦନ କରିବାକୁ ଅଧିକ ସମୟ ନେଇଗଲେ ଓ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଦେବଧରଙ୍କ ପୁଅ ତାଙ୍କ କଲେଜ ପାଠପଢ଼ା ପାଇଁ ସୁରଟରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ରହୁଥିଲେ।

୧୯୮୪ ଜାନୁଆରୀ ୩୧ରେ ହଠାତ୍ ସେ ନିଖୋଜ ହୋଇଯାଇଥିଲେ

ଏହି ସମୟରେ, ୧୯୮୪ ଜାନୁୟାରୀ ୩୧ରେ, ଜିତେନ୍ଦ୍ର ହଠାତ୍ ନିଖୋଜ ହୋଇଯାଇଥିଲେ। ଏହା ପରେ ପରିବାର ଖବରକାଗଜରେ ବିଜ୍ଞାପନ ମାଧ୍ୟମରେ ସୂଚନା ଦେଇଥିଲେ, କିନ୍ତୁ ଜିତେନ୍ଦ୍ର ଆଉ ଫେରି ନଥିଲେ ଓ ଆଉ ତାଙ୍କର କୌଣସି ଖବର ମଧ୍ୟ ମିଳିନଥିଲା। ବହୁ ବର୍ଷ ଅପେକ୍ଷା କରିବା ପରେ ପିତା ଦେବଧର ତାଙ୍କ ପୁଅର ମୃତ୍ୟୁ ଯାଞ୍ଚ କରିବାକୁ ସୁରଟ କୋର୍ଟ ନିକଟକୁ ଯାଇଥିଲେ। ଏଠାରେ ସୁରଟ କୋର୍ଟ ଶୁଣାଣିରେ ଦେବଧରଙ୍କ ମାମଲାକୁ ଖାରଜ କରିଦେଇଥିଲେ। ଏହା ପରେ ସେ ହାଇକୋର୍ଟରେ ଆବେଦନ କରିଥିଲେ।

ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବାକୁ HC ନିର୍ଦ୍ଦେଶ ଦେଇଛନ୍ତି

ଦେବଧରଙ୍କ ଆବେଦନକୁ ହାଇକୋର୍ଟ ଗ୍ରହଣ କରିଛନ୍ତି ଓ ନିଖୋଜ ହେବା ଦିନଠାରୁ ଏହି ମାମଲାରେ ଜିତେନ୍ଦ୍ରଙ୍କ ମୃତ୍ୟୁ ଘୋଷଣା କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଜୁରାଟ ହାଇକୋର୍ଟ ନିମ୍ନ ଅଦାଲତର ଆଦେଶକୁ ପ୍ରତ୍ୟାହାର କରି କହିଛନ୍ତି ଯେ ନିଖୋଜ ପରିବାର ସଦସ୍ୟଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିବା ଏକ ମାନବିକ ପ୍ରବୃତ୍ତି। ଏଭଳି ମାମଲାରେ ସମୟ ସୀମା ଲାଗୁ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
Published by:Lipina Das
First published: