News18 Odia Digital
ଅହମ୍ମଦାବାଦ: ଭାରତୀୟ ଜନତା ପାର୍ଟି ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ରେ ବିଜୟର ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ବିଜୟ ସହିତ ବିଜେପି କେବଳ କଂଗ୍ରେସର ୩୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିନାହିଁ, ବରଂ ୨୦ ବର୍ଷ ପୁରୁଣା ଇତିହାସକୁ ମଧ୍ୟ ବଦଳାଇ ଦେଇଛି। ଲଗାତାର ଅଷ୍ଟମ ଥର ପାଇଁ ଗୁଜରାଟରେ ବିଜେପି ସରକାର ଗଠନ କରିବ। ଡିସେମ୍ବର ୧୨ ରେ ଅପରାହ୍ନ ୨ ଟାରେ ଭୁପେନ୍ଦ୍ର ପଟେଲ ପୁଣିଥରେ CM ଭାବରେ ଶପଥ ଗ୍ରହଣ କରିବେ।
ଆଜିର ବିଜୟ ସହିତ ବିଜେପି ନିଜର ୨୦ ବର୍ଷର ରେକର୍ଡ ଭାଙ୍ଗିଛି। ୨୦୦୨ ବିଧାନସଭା ନିର୍ବାଚନରେ ବିଜେପି ୧୨୭ ଟି ଆସନ ଜିତିଥିଲା। ଏହା ବ୍ୟତୀତ ବିଜେପି ମଧ୍ୟ ରେକର୍ଡ ଭାଙ୍ଗିଛି ଯାହା ୩୭ ବର୍ଷ ପୂର୍ବେ କଂଗ୍ରେସର ସୋଲାଙ୍କି ସରକାର ଦ୍ୱାରା ସ୍ଥିର କରାଯାଇଥିଲା। ୧୯୮୫ରେ, ମାଧବ ସିଂ ସୋଲାଙ୍କି ସରକାର ବିଧାନସଭା ନିର୍ବାଚନରେ ୧୪୯ ଟି ଆସନ ଜିତିଥିଲେ।
ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ତାଙ୍କ ନିର୍ବାଚନମଣ୍ଡଳୀ ଘାଟଲୋଡିଆରେ ୧ ଲକ୍ଷରୁ ଅଧିକ ବ୍ୟବଧାନରେ ଆଗୁଆ ରହିଥିଲେ। ସିଏମ ଭୁପେନ୍ଦ୍ର ପଟେଲ ଏବଂ ରାଜ୍ୟ ବିଜେପି ସଭାପତି CR ପାଟିଲ ମିଠା ଖାଇ ଉତ୍ସବ ପାଳନ କରିଥିଲେ।
ଗୁଜୁରାଟରେ ୧୮୨ଟି ଆସନ ପାଇଁ ଡିସେମ୍ବର ୧ ଏବଂ ଡିସେମ୍ବର ୫ ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ଗୁଜୁରାଟର ଉଭୟ ପର୍ଯ୍ୟାୟରେ ପ୍ରାୟ ୬୪.୬୫ପ୍ରତିଶତ ମତଦାନ ରେକର୍ଡ କରାଯାଇଛି।
ଗୁଜୁରାଟ ନିର୍ବାଚନ ୨୦୨୨ ରେ ଦଳର ବୃହତ ବିଜୟ ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦଳର ମୁଖ୍ୟ CR ପାଟିଲ ଏବଂ ସମସ୍ତ ଗୁଜରାଟ ବିଜେପି କର୍ମୀ, ସିଏମ୍ ଭୁପେନ୍ଦ୍ର ପଟେଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।