News18 Odia Digital
ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ରେକର୍ଡ ଭାଙ୍ଗୁଥିବା ଜଣାପଡିଛି, ଗୁଜୁରାଟର ଟ୍ରେଣ୍ଡ (ଗୁଜୁରାଟ ନିର୍ବାଚନ ଫଳାଫଳ) ରେ ବିଜେପି ୧୫୦ ରୁ ଅଧିକ ଆସନରେ ଆଗୁଆ ରହିଛି, ଯଦି ଏହି ଧାରା ଫଳାଫଳରେ ପରିଣତ ହୁଏ, ତେବେ ବିଜେପି ସବୁଠୁ ବଡ ବିଜେତା ହେବ। ଗୁଜୁରାଟରେ ଶପଥ ଗ୍ରହଣ ସମାରୋହ ଡିସେମ୍ବର ୧୨ ରେ ଅପରାହ୍ନ ୨ଟାରେ ହେବ। ବର୍ତ୍ତମାନ ବରିଷ୍ଠ ବିଜେପି ନେତା ତଥା ଦେଶର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଟ୍ୱିଟ କରିଛନ୍ତି।
ଅମିତ ଶାହା ଟୁଇଟ୍ କରି କହିଛନ୍ତି, "ମୁଁ ଗୁଜରାଟର ଲୋକମାନଙ୍କୁ ଏହି ଏଇତିହାସିକ ବିଜୟ ପାଇଁ ପ୍ରଣାମ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓ ଜାତୀୟ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏହି ମହାନ୍ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ବିଜେପି ରାଜ୍ୟ ସଭାପତି ସି.ଆର.ପାଟିଲ ଓ ସମସ୍ତ କର୍ମୀଙ୍କୁ ଅଭିନନ୍ଦନ।"
ଅନ୍ୟପକ୍ଷରେ ହିମାଚଳ ପ୍ରଦେଶରେ (ହିମାଚଳ ପ୍ରଦେଶ ନିର୍ବାଚନ ଫଳାଫଳ) ୩୯ ଟି ଆସନରେ କଂଗ୍ରେସ ଦଳ ଆଗୁଆ ରହିଛି। ଗୁଜୁରାଟରେ ଶପଥ ଗ୍ରହଣ ସମାରୋହ ଡିସେମ୍ବର ୧୨ ରେ ଅପରାହ୍ନ ୨ ଟାରେ ହେବ। ହିମାଚଳ ପ୍ରଦେଶରେ କଂଗ୍ରେସ ଦଳ ଆଗାମୀ ରଣନୀତି ଉପରେ କାର୍ଯ୍ୟ କରୁଛି। ସୂଚନାନୁସାରେ, ବିଜୟ ପ୍ରମାଣପତ୍ର ପାଇବା ପରେ କଂଗ୍ରେସ ଦଳ ଏହାର ବିଧାୟକମାନଙ୍କୁ ଚଣ୍ଡିଗଡ଼ ଯିବାକୁ କହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।