News18 Odia Digital
ଗୁଜୁରାଟ: ଗତ କିଛି ଦିନ ହେବ ଚାଲିଥିବା ଗୁଜୁରାଟ ନିର୍ବାଚନ ପାଇଁ ଆଜି ଯୁଦ୍ଧ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସୋମବାର ଗୁଜୁରାଟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଯାଇଛି।
ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଅଧୀନରେ ୧୪ଟି ଜିଲ୍ଲାର ୯୩ଟି ସିଟ୍ ଉପରେ ଭୋଟ୍ ଦିଆଯିବ। ଏହାପୂର୍ବରୁ ଡିସେମ୍ବର ୧ରେ ୯୯ଟି ଆସନରେ ଭୋଟ୍ ଗ୍ରହଣ କରାଯାଇଥିଲା। ସୌରାଷ୍ଟ୍ର, କଚ୍ଛ ଏବଂ ଦକ୍ଷିଣ ଗୁଜୁରାଟ ଅଞ୍ଚଳରେ ୯୯ରେ ହାରାହାରି ମତଦାନ ୬୩.୩୧ ପ୍ରତିଶତ ରେକର୍ଡ ହୋଇଥିଲା।
ସୋମବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ମୋଟ ୨.୫୧ କୋଟି ଭୋଟର ସେମାନଙ୍କ ଭାଗ୍ୟ ସ୍ଥିର କରିବେ। ସେଥିମଧ୍ୟରୁ ୧.୨୯ କୋଟି ପୁରୁଷ ଭୋଟର ଥିବାବେଳେ ୧.୨୨ କୋଟି ମହିଳା ଭୋଟର ରହିଛନ୍ତି।
ଆଜି ବନାସକାଣ୍ଠା, ପାଟନ, ମେହସାଣା, ସାବରକାଣ୍ଠା, ଅରବାଲି, ଗାନ୍ଧିନଗର, ଅହମ୍ମଦାବାଦ, ଆଣନ୍ଦ, ଖେଡ଼ା, ମହିସାଗର, ପଞ୍ଚ ମହଲ, ଦହୋଦ, ବଡୋଦରା ଏବଂ ଛୋଟା ଉଦୟପୁର ଜିଲ୍ଲାରେ ଆଜି ଭୋଟିଂ ଚାଲିଛି।
ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହ ଆଜି ଭୋଟ୍ ଦେବେଗୁଜୁରାଟ ନିର୍ବାଚନର ଦ୍ୱିତୀୟ ଏବଂ ଶେଷ ପର୍ଯ୍ୟାୟରେ ଅନେକ ବଡ଼ ନାମ ଭୋଟ୍ ଦେବେ। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଅହମ୍ମଦାବାଦର ନିଶାନ ସ୍କୁଲରେ ନିଜର ମତଦାନ କରିବେ। ଏହା ସହିତ ଗୃହମନ୍ତ୍ରୀ ଅମିତ ଶାହ ଅହମ୍ମଦାବାଦର ନାରନପୁରା, ଅଙ୍କୁରସ୍ଥିତ କାମେଶ୍ୱର ମନ୍ଦିର ନିକଟରେ ଥିବା ମ୍ୟୁନିସିପାଲିଟି କର୍ପୋରେସନ ସବ୍ ଆଞ୍ଚଳିକ କାର୍ଯ୍ୟାଳୟରେ ନିଜର ମତଦାନ କରିବେ।
ଏହି ବଡ ନାମଗୁଡିକ ମଧ୍ୟ ଆଜି ଭୋଟ୍ ଦେବେପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହଙ୍କ ସହ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ବଡ଼ ବଡ଼ ନାମ ମଧ୍ୟ ଭୋଟ୍ ଦେବେ। ଯେଉଁଥିରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡଭୀ, ଗୁଜୁରାଟ କଂଗ୍ରେସ ସଭାପତି ଜଗଦୀଶ ଠାକୁର, କ୍ରିକେଟର ଇରଫାନ ପଠାନ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟା ଅଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।