କିଏ ଏହି ଦୁଇ ଭାଇ ଅବି ଓ ଜୟ.. ଯାହାଙ୍କ ପାଇଁ ୨ ମିନିଟ ବିଳମ୍ବରେ ସଭାରେ ପହଞ୍ଚିଲେ ମୋଦି

ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ମୁଁ ଟିକିଏ ବିଳମ୍ବରେ ଏଠାକୁ ଆସିଲି କାରଣ ମୋତେ ଦୁଇ ଆଦିବାସୀ ଭାଇଙ୍କୁ ଭେଟିବାକୁ ପଡ଼ିଲା, ଯାହାଙ୍କ ପିତାମାତା ୬ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିଲେ।

ଦୁଇ ଭାଇ ଅବି ଓ ଜୟଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ

ଦୁଇ ଭାଇ ଅବି ଓ ଜୟଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଅହମ୍ମଦାବାଦ: ଅନାଥ ସତ୍ତ୍ୱେ ଇଞ୍ଜିନିୟର ଓ ଜିଲ୍ଲାପାଳ ହେବାକୁ ଇଚ୍ଛା ରଖିଥିବା ଗୁଜୁରାଟର ଦୁଇ ଭାଇ ଅବି ଓ ଜୟଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ। ଏମାନଙ୍କର ବାପା ମା ନଥାଇ ମଧ୍ୟ ଏମାନେ ବଡ଼ ସ୍ୱପ୍ନ ଦେଖି ପାରୁଛନ୍ତି ବୋଲି କହିଛନ୍ତି ମୋଦି ।

ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଅଧିକ ସମୟ ବାକି ନାହିଁ। ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ମୋଦି ପିଲାମାନଙ୍କୁ ନିର୍ବାଚନ ପ୍ରଚାରରେ ସାମିଲ କରୁଛି ବୋଲି କଂଗ୍ରେସ ଅଭିଯୋଗ ଆଣିଥିଲା।।ପରେ ଏହି ଖବର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରବିବାର ଗୁଜୁରାଟର ନେତରଙ୍ଗରେ ପହଞ୍ଚି ସେଠାରେ ଦୁଇ ଅନାଥ ଆଦିବାସୀ ଭାଇଙ୍କୁ ଭେଟିଥିଲେ। ନେତରଙ୍ଗରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ମୁଁ ଟିକିଏ ବିଳମ୍ବରେ ଏଠାକୁ ଆସିଲି କାରଣ ମୋତେ ଦୁଇ ଆଦିବାସୀ ଭାଇଙ୍କୁ ଭେଟିବାକୁ ପଡ଼ିଲା, ଯାହାଙ୍କ ପିତାମାତା ୬ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିଲେ।

ଏକ ଭିଡ଼ିଓରୁ ଶୁଣିବାକୁ ମିଳୁଛି ଯେ, ଦୀର୍ଘ ଦିନ ଧରି ଅସୁସ୍ଥ ହେବା ପରେ ଅଭି (୧୪) ଏବଂ ଜୟ (୧୧) ଙ୍କ ପିତାମାତାଙ୍କର ଦେହାନ୍ତ ହୋଇଥିଲା। ସେବେଠାରୁ ଉଭୟ ପରସ୍ପରର ଯତ୍ନ ନେଉଛନ୍ତି। ସମସ୍ତ ଅସୁବିଧା ସତ୍ତ୍ୱେ ଉଭୟ ଭାଇ ଅଧ୍ୟୟନ ଛାଡି ନାହାଁନ୍ତି, ଅବି ନବମ ଶ୍ରେଣୀରେ ପଢୁଥିବାବେଳେ ଜୟ ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି । ସେମାନଙ୍କ କାହାଣୀ ଜାଣିବା ପରେ ପ୍ରଧାନମନ୍ତ୍ରୀ ମୋଦି ଉଭୟ ଭାଇଙ୍କ ପାଇଁ ମୌଳିକ ସୁବିଧା ଥିବା ଘର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନେତରଙ୍ଗ ଗସ୍ତ ସମୟରେ ଦୁଇ ଭାଇଙ୍କୁ ଭେଟିଥିଲେ। ପିଲା ଦୁଇଜଣଙ୍କୁ ଭେଟି ସେମାନେ କଲେକ୍ଟର ଓ ଇଂଜିନିୟର ହେବାକୁ ଚାହୁଁଛନ୍ତି, ଜାଣି ଗର୍ବରେ ପ୍ରଧାନମନ୍ତ୍ରୀଙ୍କ ଛାତି କୁଣ୍ଢେ ମୋଟ ହୋଇଯାଇଥିଲା।  ପ୍ରଧାନ ମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ଉଭୟ ଭାଇ କହିଛନ୍ତି ଯେ ସେମାନେ ବହୁତ ଉତ୍ସାହିତ ଅଛନ୍ତି ଓ ତାଙ୍କ ସମର୍ଥନ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଉଛନ୍ତି। ଏହି ଭିଡ଼ିଓଟି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଟ୍ବିଟରରେ ସେୟାର କରିଛନ୍ତି।
Published by:Soumya Das
First published: