ବଢି଼ଲା ମହଙ୍ଗା ଭତ୍ତା, ବଢ଼ିବ ପେନସନ! କର୍ମଚାରୀଙ୍କର ଖୋଲିଗଲା ଭାଗ୍ୟ 

ସରକାରୀ କର୍ମଚାରୀଙ୍କୁ ସରକାରାଙ୍କର ବଡ଼ ଉପହାର । ବଢ଼ିଲା ମହଙ୍ଗା ଭତ୍ତା, ମାଲେମାଲ ହେବେ କର୍ମଚାରୀ ।

ବଢି଼ଲା ମହଙ୍ଗା ଭତ୍ତା

ବଢି଼ଲା ମହଙ୍ଗା ଭତ୍ତା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

7th Pay Commission: ଯଦି ଆପଣ ଜଣେ ସରକାରୀ କର୍ମଚାରୀ ତେବେ ଆପଣଙ୍କ ପାଇଁ ଖୁସି ଖବର।ସରକାର କର୍ମଚାରୀମାନଙ୍କ ଦାବି ଶୁଣିଛନ୍ତି।  ସରକାରଙ୍କ ତରଫରୁ ମହଙ୍ଗା ଭତ୍ତା ୮ ପ୍ରତିଶତ ବୃଦ୍ଧି ନେଇ ଘୋଷଣା କରାଯାଇଛି । ସପ୍ତମ ବେତନ କମିଶନରଙ୍କ ସୁପାରିଶ ଆଧାରରେ ୯.୫ ଲକ୍ଷ କର୍ମଚାରୀ ଓ ପେନସନଧାରୀଙ୍କୁ ଏହି ଉପହାର ଦିଆଯାଇଛି ।

ଆସନ୍ତା ଜୁଲାଇ ମାସ ୧ ତାରିଖରେ କେନ୍ଦ୍ର ସରକାରଙ୍କ ତରଫରୁ କର୍ମଚାରୀଙ୍କ ପାଇଁ ନୂଆ ମହଙ୍ଗା ଭତ୍ତା ଲାଗୁ ହେବ । ଏଥର କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିପାରନ୍ତି ବୋଲି ଆଶା କରାଯାଇଛି । କିନ୍ତୁ ବର୍ତ୍ତମାନ ଗୁଜରାଟ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ସପ୍ତମ ବେତନ ଆୟୋଗ ଅନୁସାରେ ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ଡିଏ ବା ଡିଆରରେ ୮ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି ।

PHOTOS: ନୂଆ ସଂସଦରେ ଭାରତର 'ରାଜଦଣ୍ଡ'; କଣ ଏହି ସେଙ୍ଗୋଲ, କାହିଁକି ଏତେ ଖାସ?


ସରକାରଙ୍କ ତରଫରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, ରାଜ୍ୟ ସରକାର ପାଖାପାଖି ୯.୫ ଲକ୍ଷ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଅନୁସାରେ ଏହି କଭର କରିଛନ୍ତି । ମହଙ୍ଗା ଭତ୍ତା ବୃଦ୍ଧି ଫଳରେ କର୍ମଚାରୀଙ୍କୁ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ମିଳିପାରିବ । ପ୍ରଥମ ୪ ପ୍ରତିଶତ ଡିଏ ଗତ ବର୍ଷ ଜୁଲାଇ ୧ ତାରିଖ ଠାରୁ ଲାଗୁ ହେବ ଓ ଅବଶିଷ୍ଟ ୪ ପ୍ରତିଶତ ଡିଏ ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଲାଗୁ ହେବ । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଡିଏ ବୃଦ୍ଧି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ବାକି ରହିଥିବା ଏରିଅର ଅର୍ଥ ସରକାରଙ୍କ ତରଫରୁ ୩ଟି କିସ୍ତିରେ ପ୍ରଦାନ କରାଯିବ । ଏରିଅରର ପ୍ରଥମ କିସ୍ତି ଆସନ୍ତା ଜୁନ ମାସର ବେତନ ସହିତ ଆସିବ । ସେହିପରି ଦ୍ୱିତୀୟ କିିସ୍ତି ଅକ୍ଟୋବରର ବେତନ ସହିତ ଆସିବ । ଏହି ନିଷ୍ପତ୍ତି ଫଳରେ ରାଜ୍ୟ ରାଜକୋଷ ଉପରେ ୪,୫୧୬ କୋଟି ଟଙ୍କାର ଅତିରିକ୍ତ ଭାର ପଡ଼ିବ ।
Published by:Soumya Das
First published: