ଅମ୍ବାଜୀ ଦର୍ଶନ ପାଇଁ ଯାଉଥିବା ଭକ୍ତଙ୍କ ଉପରେ ଚଢ଼ି ଗଲା କାର; ୬ ଜଣଙ୍କ ମୃତ୍ୟୁ.. ୭ ଆହତ

ଦ୍ରୁତ ଗତିରେ ଆସୁଥିବା କାର ଅରବାଲିର ଅମ୍ବାଜୀରେ ପ୍ରାୟ ୧୨ରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଉପରେ ଚଢ଼ି ଯାଇଥିଲା । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୭ ଜଣ ଆହତ ହୋଇଥିଲେ ।

ଅମ୍ବାଜୀ ଦର୍ଶନ ପାଇଁ ଯାଉଥିବା ଭକ୍ତଙ୍କ ଉପରେ ଚଢ଼ି ଗଲା କାର; ୬ ଜଣଙ୍କ ମୃତ୍ୟୁ.. ୭ ଆହତ

ଅମ୍ବାଜୀ ଦର୍ଶନ ପାଇଁ ଯାଉଥିବା ଭକ୍ତଙ୍କ ଉପରେ ଚଢ଼ି ଗଲା କାର; ୬ ଜଣଙ୍କ ମୃତ୍ୟୁ.. ୭ ଆହତ

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ; ଶୁକ୍ରବାର ସକାଳେ ଗୁଜୁରାଟର ଆରବାଲୀ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି ।  ଦ୍ରୁତ ଗତିରେ ଆସୁଥିବା କାର ଅରବାଲିର ଅମ୍ବାଜୀରେ ପ୍ରାୟ ୧୨ରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଉପରେ ଚଢ଼ି ଯାଇଥିଲା । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୭ ଜଣ ଆହତ ହୋଇଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ଗୁଜୁରାଟର ପ୍ରସିଦ୍ଧ ଶ୍ୟାମଲାଜୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ଅମ୍ବାଜୀ ଦର୍ଶନ ପାଇଁ ପାଦରେ ଯାଉଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ପଞ୍ଚମହଲ ଜିଲ୍ଲାର କାଲୋଲର ବାସିନ୍ଦା ଥିଲେ । ରାସ୍ତାରେ ଯାଉଥିବା ଇନୋଭା କାର ଶ୍ରଦ୍ଧାଳୁଙ୍କ ଉପରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟାଇଥିଲା। ଆହତମାନଙ୍କୁ ମାଲପୁରର CHC ରେ ଭର୍ତ୍ତି କରାଯାଇଛି ।

ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା

ଦୁର୍ଘଟଣା ପରେ ରକ୍ତରେ ଯୁଡ଼ିବୁଡୁ ହୋଇ ଲୋକମାନେ ଏଠାକୁ ସେଠାକୁ ଦୌଡିବାକୁ ଲାଗିଲେ । ସେଠାରେ ପ୍ରବଳ ଭିଡ଼ ହୋଇଗଲା । ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ନେଇଥିଲା । ଏହି ଦୁର୍ଘଟଣାରେ କାରଟି ମଧ୍ୟ ପୁରା କ୍ଷତିଗ୍ରସ୍ତ ହୋଇଛି ।
Published by:Soubhagya Mishra
First published: