ଜିଏସଟି ଉପରେ ଶଶି ଥରୁରଙ୍କ ମଜାଦାର ବୟାନ News18 Odia Digital
Shashi Tharoor on GST: ବର୍ତ୍ତମାନ ନୂଆ ଜିଏସଟିକୁ ନେଇ ସବୁ ମହଲରେ ଚର୍ଚ୍ଚା। ଲୋକ ମଧ୍ୟ ସୋସିଆଲ ମିଡ଼ିଆରେ ଏହାକୁ ଭିନ୍ନ ଭିନ୍ନ ପୋଷ୍ଟ କରି ମଜାକ ଉଡ଼ାଉଛନ୍ତି। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବଟର ପନିର ଡିସକୁ ନେଇ ମଜାକ କରୁଥିବାର ନଜର ଆସୁଛନ୍ତି କିଛି ଲୋକେ। ଇତିମଧ୍ୟରେ ବଟର ପନିର ଡିସ ଉପରେ କହି ମୋଦି ସରକାକଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ଶଶି ଥରୁର।
ସେ ଏକ ଟ୍ୱିଟ୍ କରି କହିଛନ୍ତି ଯେ ହ୍ବାଟ୍ସଆପ ଫରୱାର୍ଡ ଉଜ୍ଜ୍ୱଳ କାରଣ ଏହା 'ଜିଏସଟି' ଆଦାୟ କରିବାର ଅବୈଧତା ଦର୍ଶାଉଛି।
ତେବେ ପନିର୍ ବଟର ମସଲା ଉପରେ ସମୁଦାୟ ଜିଏସଟ କ’ଣ?
ପନିର ବଟର ମସାଲା କାହିଁକି ଟ୍ରେଣ୍ଡ କରୁଛି? କାରଣ ଦୈନନ୍ଦିନ ବ୍ୟବହାରରେ ପ୍ୟାକେଜ୍ ଖାଦ୍ୟ ସାମଗ୍ରୀ ଉପରେ କେନ୍ଦ୍ର ସରକାର ନିକଟରେ ୫ ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି। ଏହି ତାଲିକାରେ ପ୍ୟାକ୍ଡ ପନିର, ଦହି, କ୍ଷୀର, ମସଲା ଓ ବଟର ସାମିଲ ଅଛି।
ଜିଏସଟି ଉପରେ ରାଜନୈତିକ ଅସ୍ଥିରତା ଜାରି ରହିଥିବାବେଳେ ସୋସିଆଲ ମିଡ଼ିଆ ୟୁଜର୍ସ ଏହି ଗଣିତ ସମସ୍ୟାର ସମାଧାନ ପାଇଁ ପ୍ରତିକ୍ରିୟା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ୟୁଜର୍ସ ପଚାରିଛନ୍ତି ଯେ ପନିରରେ ଜିଏସଟି ୫%, ବଟର ୧୨% ଓ ମସଲା ୫%, ତେବେ ପନିର ବଟର ମସାଲା ଉପରେ ଜିଏସଟି କ’ଣ ହେବ? ଅର୍ଥାତ୍ ସମୁଦାୟ ୨୨ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ।
ସରକାରଙ୍କୁ ଘେରିଲା କଂଗ୍ରେସ
କଂଗ୍ରେସ ବୁଧବାର ଏକ ବିବୃତ୍ତି ଜାରି କରି ସରକାରଙ୍କୁ ଲାଗୁ ହୋଇଥିବା ନୂଆ ଜିଏସଟି ଉପରେ ନିନ୍ଦା କରିଛି ଓ ଏହି ନିଷ୍ପତ୍ତି ସର୍ବସମ୍ମତ ନୁହେଁ। ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ କୌଣସି ଆଲୋଚନା ହୋଇନାହିଁ ବୋଲି କହିଛି।
କଂଗ୍ରେସ ପଚାରିଛି କାହିଁକି ଗରିବ ଗ୍ରାହକମାନେ ପ୍ରି-ପ୍ୟାକେଜ୍ ଓ ଲେବଲ୍ ସାମଗ୍ରୀ କିଣିବାକୁ ଇଚ୍ଛା କରିବା ଉଚିତ୍ ନୁହେଁ? ସ୍ୱଚ୍ଛତା ପ୍ୟାକେଜ୍ ସାମଗ୍ରୀ କିଣିବାକୁ ଇଚ୍ଛାକୁ ମୋଦି ସରକାର ମାରି ଦେଇଛନ୍ତି। ଜିଏସଟି ଆଦାୟ ପାଇଁ ଏହି ଉତ୍ପାଦର ଉତ୍ପାଦକ ଓ ବିକ୍ରେତାଙ୍କ ଠାରୁ କୌଣସି ଚାହିଦା ଅଛି କି ନାହିଁ କଂଗ୍ରେସ ପ୍ରଶ୍ନ କରିଛି।
Published by: Lipina Das
First published: July 21, 2022, 10:59 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।