ଈର୍ଷ୍ୟାରେ ବର ଫଟୋଗ୍ରାଫରଙ୍କୁ ବିଧା ମାରିବା ପରେ କନ୍ୟା ହସି ହସି ବେଦମ୍! ଦେଖନ୍ତୁ VIDEO
ବିବାହ ଉତ୍ସବର ମଞ୍ଚରେ ବର କ୍ରୋଧିତ ହୋଇ ଫଟୋଗ୍ରାଫରଙ୍କ ପିଠିରେ ଏକ ଶକ୍ତ ବିଧା ମାରୁଥିବା ଦେଖାଯାଉଛି । ଏହା ଦେଖି କନ୍ୟା ହସି ହସି ମଞ୍ଚ ଉପରେ ପଡିଯାଉଛନ୍ତି ଓ ହସି ଚାଲିଛନ୍ତି ।

ବିବାହ ଉତ୍ସବର ସେହି ଭାଇରାଲ୍ ଭିଡିଓରୁ ଏକ ଦୃଶ୍ୟ
- News18 Odia
- Last Updated: February 9, 2021, 5:49 PM IST
ନୂଆ ଦିଲ୍ଲୀ: ବିବାହ ଉତ୍ସବରେ ଫଟୋଗ୍ରାଫରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ସେ ବର ଓ କନ୍ୟାଙ୍କର ସୁନ୍ଦର ଫଟୋ ଓ ଭିଡିଓ ଉତ୍ତୋଳନ କରି ବିବାହ ଉତ୍ସବକୁ ସଦା ସ୍ମରଣୀୟ କରିଥା’ନ୍ତି । କୋଣସି ବିବାହ ଉତ୍ସବରେ ଆପଣ ଫଟୋଗ୍ରାଫରଙ୍କୁ ମାଡ଼ ଖାଉଥିବାର ଦେଖିଛନ୍ତି କି? ମାତ୍ର ଏମିତି ଏକ ଘଟଣା ଘଟିଛି ।
ଏକ ଭାରତୀୟ ବିବାହର ଏକ ଭିଡିଓ ସୋସିଆଲ୍ ମିଡିଆରେ ଏବେ ଘୂରି ବୁଲୁଛି ଯେଉଁଥିରେ ବର ଏକ ହାସ୍ୟସ୍ପଦ କାଣ୍ଡ କରିଛନ୍ତି । ତା’ ପରେ କନ୍ୟା ମନ ଖୋଲି ଅନେକ ସମୟ ପାଇଁ ହସୁଛନ୍ତି । ଏହି ଭିଡିଓ ଆପଣଙ୍କୁ ଚକିତ କରିବ ।
ଏହା ବି ପଢ଼ନ୍ତୁ | ଝରାଫୁଲ ମୃତ୍ୟୁ: ସ୍କୁଟି ମିଳିଲା, ମୋବାଇଲ୍ ଫୋନ୍ ବି ମିଳିଲା, ହେଲେ କାହିଁକି ଖୋଲୁନି ରହସ୍ୟ?
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବୀଭତ୍ସ ହତ୍ୟା; ମହିଳାଙ୍କ ମୁଣ୍ଡ କାଟି ନେଇ ବାକି ଶରୀରକୁ ଫିଙ୍ଗିଦେଲେ ରାସ୍ତାରେ
ଭିଡିଓର ତିନି ସେକେଣ୍ଡ ପରେ ଫଟୋଗ୍ରାଫର ବରକୁ ଫ୍ରେମରୁ ବାହାର କରି କେବଳ କନ୍ୟାଙ୍କ ଫଟୋ କ୍ଲିକ୍ କରିବା ଆରମ୍ଭ କଲାବେଳେ ବର କିଛି ମୁହୂର୍ତ୍ତ ଧୈର୍ଯ୍ୟର ସହ ତାଙ୍କୁ ଏକ କୋଣରେ ଠିଆ ହୋଇ ଦେଖୁଛନ୍ତି । କନ୍ୟାଙ୍କ ଫଟୋ କ୍ଲିକ୍ କରିବା ବେଳେ ଫଟୋଗ୍ରାଫର ତାର ଚିବୁକକୁ ଧରି କ୍ଲୋଜ୍-ଅପ୍ ଫଟୋ ନେବାବାକୁ ଚେଷ୍ଟା କରୁଛନ୍ତି । ସେତିକି ବେଳେ କିଛି ଅପ୍ରତ୍ୟାଶିତ ମାତ୍ର ହାସ୍ୟସ୍ପଦ ଘଟଣା ଘଟୁଛି ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଯାଜପୁର: ପ୍ରେମିକାକୁ ଭେଟିବାକୁ ଯୋଗୀ ବେଶ ଧରି ଆସିଲେ +୨ ଛାତ୍ର; ଧରା ପଡ଼ି ମାଡ଼ ଖାଇଲେ
ବର କ୍ରୋଧିତ ହୋଇ ଫଟୋଗ୍ରାଫରଙ୍କ ପିଠିରେ ଏକ ଶକ୍ତ ବିଧା ମାରୁଥିବା ଦେଖାଯାଉଛି । ଏହା ଦେଖି କନ୍ୟା ହସି ହସି ମଞ୍ଚ ଉପରେ ପଡିଯାଉଛନ୍ତି ଓ ହସି ଚାଲିଛନ୍ତି । ବର ପଚାରୁଛନ୍ତି, ‘‘ଉଧର୍ ଫଟୋ ନହୀଁ ଖିଞ୍ଚ୍ ସକତେ ଥେ?’’ (ତୁମେ ସେଠାରୁ ଫଟୋ କ୍ଲିକ୍ କରିପାରି ନ ଥାନ୍ତ?)
ଦେଖନ୍ତୁ ସେହି ଆକର୍ଷଣୀୟ ଭିଡିଓ:
I just love this Bride 👇😛😂😂😂😂 pic.twitter.com/UE1qRbx4tv
— Renuka Mohan (@Ease2Ease) February 5, 2021
କନ୍ୟାଙ୍କ ପ୍ରତିକ୍ରିୟା କିନ୍ତୁ ତାଙ୍କ ସ୍ୱାମୀଙ୍କ ଠିକ୍ ବିପରୀତ ଥିଲା । ଭାଇରାଲ୍ ହୋଇଥିବା ଏହି ଭିଡିଓରେ କନ୍ୟା ଘଟଣା ପରେ ମଞ୍ଚ ଉପରେ ବସି ଜୋର୍ ଜୋରରେ ହସିବାରେ ଲାଗିଛନ୍ତି । ଜଣେ ଟ୍ୱିଟର ବ୍ୟବହାରକାରୀ ଏହି କ୍ଲିପକୁ ଶେୟାର୍ କରି କ୍ୟାପସନରେ ଲେଖିଛନ୍ତି ଯେ ତାଙ୍କୁ କନ୍ୟାଙ୍କ ଢଙ୍ଗ ବେଶ୍ ଭଲ ଲାଗୁଛି ।
ଏହି ଭିଡିଓକୁ ଚାରି ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି । ଏହାକୁ ୧୦,୦୦୦ରୁ ଅଧିକ ଥର ରିଟ୍ୱିଟ୍ ଓ ୪୧,୦୦୦ରୁ ଅଧିକ କରାଯାଇଛି । ଏହି ଭିଡିଓ ଦର୍ଶକଙ୍କୁ ଏକ ଆନନ୍ଦ ଆଣି ଦେଉଛି । ସୋସିଆଲ୍ ମିଡି଼ଆରେ ଅଧିକାଂଶ ଲୋକ କନ୍ୟାଙ୍କ ହସ ଦଙ୍ଗାରେ ଯୋଗ ଦେଇଛନ୍ତି । କେତେକ ଲୋକ ଅବଶ୍ୟ ବରଙ୍କ ଆଚରଣ ଦେଖି ସନ୍ଦେହ ପ୍ରକାଶ କରିଛନ୍ତି ଯେ ସେ ହୁଏତ ଉପହାସ ପାଇଁ ଏମିତି କରିଥାଇ ପାରନ୍ତି ।