ସାଙ୍ଗ ପାଇଁ ଶିଶୁପାଳ ହୋଇ ଫେରିଲା ବର: ବାହା ହେବା ପାଇଁ ମନା କରିଦେଲା କନ୍ୟା

Bride Cancel The Wedding: ବରର ସାଙ୍ଗ ଘଟାଇଲେ ଏମିତି ଘଟଣା, ଯେଉଁଥିପାଇଁ ବିବାହ କରିବାକୁ ମନା କରିଦେଲେ କନ୍ୟା। ଶିଶୁପାଳ ହୋଇ ଘରକୁ ଫେରିଲେ ବର।

ସାଙ୍ଗ ପାଇଁ ଶିଶୁପାଳ ହୋଇ ଫେରିଲା ବର

ସାଙ୍ଗ ପାଇଁ ଶିଶୁପାଳ ହୋଇ ଫେରିଲା ବର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Bride Cancel The Wedding: ଯେତେବେଳେ ବି କାହାର ବିବାହ (Marriage) ସ୍ଥିର ହୁଏ, ସେତେବେଳେ ସେ ତା'ର ସମସ୍ତ ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ କରିଥାଏ। ବର (Groom) ମଧ୍ୟ ତା'ର ସାଙ୍ଗସାଥୀମାନଙ୍କୁ ବିବାହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥାଏ। କିନ୍ତୁ ଆପଣମାନେ କେବେ ଶୁଣିଛନ୍ତି କି ବରର ସାଙ୍ଗ ପାଇଁ ବାହାଘର ଭାଙ୍ଗିଯିବା ଏବଂ କନ୍ୟା (Bride) ବିବାହ (Marriage) କରିବାକୁ ମନା କରିଦେବା। ତେବେ ଏହି କଥା ଶୁଣିବା ପରେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଥିବେ ନା?

ତେବେ ବିହାରର (Bihar) ଆରା ଜିଲ୍ଲାରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ବରର ବନ୍ଧୁଙ୍କ ଦୁର୍ବ୍ୟବାର ପାଇଁ କନ୍ୟା ବିବାହ ନକରିବାକୁ ନିଷ୍ପତ୍ତି ନେଇଥିଲା। ତେବେ କନ୍ୟା ଜଣକ ଏହି ନିଷ୍ପତ୍ତି ସେତେବେଳେ ନେଇଥିଲା ଯେତେବେଳେ ବରଯାତ୍ରୀ ଆସିସାରିଥିଲେ ଏବଂ ଜୟମାଳା ବି ପିନ୍ଧା ସରିଥିଲା। ଏହାପରେ ଏଭଳି ଏକ ଘଟଣା ଘଟିଲା ଯେଉଁଥିପାଇଁ ବିବାହ ଅଧାରୁ ଭାଙ୍ଗିଯାଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିବାହ ଉତ୍ସବକୁ ବହୁତ ଧୁମଧାମ ଓ ଆଡମ୍ବରରେ ଆୟୋଜନ କରାଯାଇଥିଲା। ମାର୍ଚ୍ଚ ୧୫ ତାରିଖ ରାତି ପ୍ରାୟ ୧୧ଟା ସମୟରେ ବର ବରଯାତ୍ରୀ ନେଇ ବିବାହ ସ୍ଥଳରେ ପହଞ୍ଚିଥିଲେ। ପ୍ରଥମେ ବର ଆସି ଷ୍ଟେଜରେ ପହଞ୍ଚିଥିଲେ ଓ ପରେ କନ୍ୟା ମଧ୍ୟ ସେଠାରେ ପହଞ୍ଚିଥିଲେ। ଏହାପରେ ଜୟମାଳାର ବିଧି ମଧ୍ୟ ସମାପ୍ତ ହୋଇଥିଲା।

ବରର ଜଣେ ସାଙ୍ଗ ଷ୍ଟେଜ ଉପରେ ପହଞ୍ଚିବା ମାତ୍ରେ ସବୁ କିଛି ବଦଳି ଯାଇଥିଲା। ବରର ସାଙ୍ଗ ଷ୍ଟେଜ ଉପରେ ଜୋରଜବରଦସ୍ତ କନ୍ୟାର ହାତ ଧରି ନାଚିବା ସହ କନ୍ୟାକୁ ମଧ୍ୟ ନାଚିବା ପାଇଁ ବାଧ୍ୟ କରିଥିଲେ। ଯାହା କନ୍ୟାକୁ ଜାମାରୁ ବି ପସନ୍ଦ ଆସିନଥିଲା।

ଏହି ଅସଦାଚରଣରେ ନିରାଶ ହୋଇ କନ୍ୟା ତୁରନ୍ତ ବିବାହ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି କାରଣ ପାଇଁ ବର ଏବଂ କନ୍ୟାପକ୍ଷ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା। ତେବେ ଝଗଡା ଏତେ ମାତ୍ରାରେ ବଢ଼ିଗଲା ଯେ ବାହାଘର ସେଇଠାରେ ଭାଙ୍ଗିଯାଇଥିଲା। କନ୍ୟାକୁ ମନାଇବା ପାଇଁ ଘର ଲୋକ ବହୁତ ଚେଷ୍ଟା କରିଥିଲେ ମଧ୍ୟ ଘରବାଲାଙ୍କ ଚେଷ୍ଟା ବିଫଳ ହୋଇଥିଲା। ଶେଷରେ ବରକୁ ଶିଶୁପାଳ ହୋଇ ବରଯାତ୍ରୀ ସହିତ ସେଠାରୁ ଫେରିବାକୁ ପଡ଼ିଥିଲା।

ପଢ଼ନ୍ତୁ ଏହି ଖବର:  ସ୍ବପ୍ନରେ ସବୁବେଳେ ଦେଖୁଛନ୍ତି କି ନିଜ ବାହାଘର? ଶୁଭ ନା ଅଶୁଭ ଜାଣନ୍ତୁ...

ତେବେ ଏହି ମାମଲାରେ ଉଭୟ ପରିବାର ପୁଣିଥରେ ଏକାଠି ହୋଇ ପୁନର୍ବାର ବିବାହ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏନେଇ ବର ଓ କନ୍ୟା ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।
Published by:Lipina Das
First published: