News18 Odia Digital
ବିହାର : ଆପଣମାନେ ବିବାହରେ ବଡ଼ରୁ ବଡ଼ କାରନାମା ଦେଖିଥିବେ କିନ୍ତୁ ଏଭଳି ଏକ ଘଟଣା ସାମନାକୁ ଆସିଛି ଯାହାକୁ ଶୁଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ । ଏହି ଘଟଣାକୁ ଶୁଣିଲେ ଆପଣ ବି ଭାବିବାକୁ ଲାଗିବେ । ନିଜ ବିବାହରେ ମଦ୍ୟପାନ କଲେ ବର । ଏତେ ମଦ୍ୟପାନ କରିଥିଲେ ଯେ ବରଯାତ୍ରୀଙ୍କୁ ନେବାକୁ ଭୁଲିଗଲେ ଓ ନିଜେ ଶୋଇପଡ଼ିଲେ । ପରଦିନ ହୋସ୍ ଆସିଲା ବେଳକୁ ଆଉ ନଥିଲା କିଛି । ଶେଷରେ ଶିଶୁପାଳ ହୋଇ ଘରକୁ ଫେରିଲେ ବର ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଘଟଣାଟି ବିହାରର ଭାଗଲପୁର ଜିଲ୍ଲା ସୁଲତାନଗଞ୍ଜ ଅଞ୍ଚଳର ଅଟେ । ଏଠାରୁ ବର ଜଣକ ବରଯାତ୍ରୀ ଶୋଭାଯାତ୍ରା ନେଇ ପାଖରେ ଥିବା ଝିଅଘର ଗାଁକୁ ଯିବାର ଥିଲା । ସେପଟେ ଝିଅଘର ଲୋକ ବରପକ୍ଷ ଲୋକଙ୍କୁ ସ୍ୱାଗତ କରିବାପାଇଁ ସମସ୍ତ ପ୍ରକାର ବ୍ୟବସ୍ତା କରିସାରିଥିଲେ । କନ୍ୟା ମଧ୍ୟ ପ୍ରସ୍ତୁତ ହୋଇ ବରକୁ ଅପେକ୍ଷା କରି ବସିଥିଲା। କିନ୍ତୁ ପୁରା ରାତି ବିତିଗଲା ହେଲେ ବରଯାତ୍ରୀଙ୍କର ଦେଖାନଥିଲା। ତେବେ ଖବର ଅନୁଯାୟୀ, ବର ଜଣକ ନିଜ ବିବାହ ପାଇଁ ଏତେ ଖୁସି ଥିଲେ ଯେ ଖୁସିରେ ଅତ୍ୟଧିକ ମଦ୍ୟପାନ କରିଦେଇଥିଲେ । ତାଙ୍କୁ ମଦନିଶା ଏତେ ମାତ୍ରାରେ ଥିଲା ଯେ ସେ ବରଯାତ୍ରୀ ନେଇ ଯିବା ତ ଦୂରର କଥା ନିଜେ ନିଶାରେ ଶୋଇପଡିଥିଲେ। ଏପଟେ ବରର ଏଭଳି କାରନାମା ଦେଖି ନିଜଘର ଲୋକମାନେ ତାଙ୍କ ଉପରେ ରାଗିଯାଇଥିଲେ ।
ସେପଟେ କନ୍ୟାପକ୍ଷ ଲୋକ ମଧ୍ୟ ତାଙ୍କ ଉପରେ ଭିସଣ ରାଗିଯାଇଥିଲେ । ପରଦିନ ଯେତେବେଳେ ବରର ହୋସ୍ ଆସିଥିଲା ସେତେବେଳେ ତାଙ୍କ ଘରଲୋକ ତାଙ୍କୁ କନ୍ୟାଘରକୁ ଯାଇ ନିଜେ କରିଥିବା ଘଟଣା ବିଷୟରେ କହିବାକୁ କହିଥିଲେ । କିନ୍ତୁ ଏ ସମସ୍ତ ଘଟଣା ଜାଣିବା ପରେ କନ୍ୟା ଜଣକ ବିବାହ କରିବା ପାଇଁ ସିଧା ମନା କରିଦେଇଥିଲେ । ତେବେ ଏହା ପରେ ବିବାହ ଭାଙ୍ଗିଯାଇଥିଲା ଓ ବିବାହ ପ୍ରସ୍ତୁତିରେ ଖର୍ଚ୍ଚ ହୋଇଥିବା ଟଙ୍କାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବୁଝାବଣା ହୋଇଥିଲା ।
ପଢନ୍ତୁ ଏହି ଖବର :
http://IND vs AUS 2nd ODI : କଙ୍ଗାରୁ ବଲ୍ରେ ଘାଇଲା ଭାରତ; ୧୧୭ ରନ୍ରେ ଟିମ୍ ଇଣ୍ଡିଆ ଅଲ୍ଆଉଟଅନ୍ୟ ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାଇ, ହୋସ୍ ଆସିବା ପରେ ବର ଜଣକ ଯେତେବେଳେ ଶଶୁରଘର ଠାରେ ପହଞ୍ଚିଥିଲେ ସେତେବେଳେ କନ୍ୟାପକ୍ଷ ଲୋକ ତାଙ୍କୁ ବନ୍ଧକ ରଖିଦେଇଥିଲେ । ଏହା ପରେ ବିବାହ ପ୍ରସ୍ତୁତିରେ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ଫେରାଇବା ପାଇଁ ବରଘର ଲୋକଙ୍କୁ ଦାବି କରିଥିଲେ । ଯେତେବେଳେ କନ୍ୟାକୁ ଜଣାପଡିଲା କି ବର ଜଣକ ମଦ ନିଶାରେ ଶୋଇପଡିଥିଲେ , ସେ ବିବାହ କରିବାକୁ ମନା କରିଦେଇଥିଲେ। ଏହାପରେ କନ୍ୟାଘର ଲୋକ କନ୍ୟା କଥାରେ ସହମତ ହୋଇ ବିବାହକୁ ଭାଙ୍ଗିଦେଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।