News18 Odia Digital
ବିହାର: ବିବାହ ରୀତିନୀତିରେ ସିନ୍ଦୁର ରୀତିନୀତି ବେଶ ଉତ୍ସାହ ଭରା ହୋଇଥାଏ। କୁହାଯାଏ ଥରେ ସିନ୍ଦୂର ପିନ୍ଧିବା ପରେ ଝିଅଟି ଜନ୍ମ ଜନ୍ମ ପାଇଁ ସେହି ବ୍ୟକ୍ତିକୁ ସ୍ୱାମୀର ରୂପେ ଗ୍ରହଣ କରିଥାଏ। କିନ୍ତୁ ଥରେ ଭାବିଲେ ଯଦି ସିନ୍ଦୁର ପିନ୍ଧୁ ପିନ୍ଧୁ ମଥାରୁ ସିନ୍ଦୂର ଲିଭିଯାଏ ତେବେ କଣ ଘଟିଛି। ଆପଣଙ୍କୁ କଷ୍ଟ ଲାଗୁଥିଲେ ବି, ଏଭଳି କିଛି ହୃଦୟ ବିଦାରକ ଘଟଣା ଘଟିଛି ବିହାରର ଭାଗଲପୁରରୁ। ବେଦୀ ଉପରେ କନ୍ୟାକୁ ସିନ୍ଦୂର ପିନ୍ଧାଇ ସାରି ଆଖି ବୁଜିଛି ବର।
ପ୍ରତିଦିନ ଖାଆନ୍ତୁ ୨ଟି ଇନସୁଲିନ ପତ୍ର; ନେବାକୁ ପଡ଼ିବନି ଇନସୁଲିନ ଇଞ୍ଜେକସନସୂଚନାନୁସାରେ, ଖଞ୍ଜପୁରର ଜାୱା କୋଟିର ବାସିନ୍ଦା ବିନିତଙ୍କ ବିବାହ ଭାଗଲପୁରର ବାସିନ୍ଦା ଆୟୁଷୀଙ୍କ ସହ ସ୍ଥିର ହୋଇଥିଲା। ବିନୀତ ଦିଲ୍ଲୀର ଏକ ଘରୋଇ କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ଥିବାବେଳେ ଆୟୁଷୀଙ୍କ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରନ୍ତି। ମେ ୩ ରେ, ବିନୀତ ଭାଗଲପୁରର ଅବସ୍ଥିତ ମେତେଶ୍ୱରୀ ବିବାହ ଭବନରେ ପହଞ୍ଚିଥିଲେ। ବ୍ୟାଣ୍ଡ ବାଜା ସହ ବର ବରଯାତ୍ରୀ ନେଇ ବିବାହ ହଲରେ ପହଞ୍ଚିଥିଲା। ପହଞ୍ଚିବା ପରେ ସମସ୍ତ ରୀତିନୀତି କରାଯାଇଥିଲା। ସିନ୍ଦୂର ଦାନ ମଧ୍ୟ ସରିଥିଲା। ଏହା ପରେ ବିନୀତ ବାଥରୁମକୁ ଯାଇଥିଲେ। ସେ ଫେରିବା ମାତ୍ରେ ଛାତି ଯନ୍ତ୍ରଣା ଆରମ୍ଭ କଲା ଓ ସେ ବେହୋସ ହୋଇ ତଳେ ପଡ଼ିଗଲା। ଘଟଣାସ୍ଥଳରେ ସମ୍ପର୍କୀୟମାନେ ତାଙ୍କୁ ଉଠାଇବା ବହୁତ ଚେଷ୍ଟା କରିଥିଲେ କିନ୍ତୁ ସେ ଉଠିନଥିଲେ।
ଭାରତୀୟ ମସଲାରେ ମିଶୁଛି ଗାଈ ଗୋବର! ଗୁଗୁଲ ଦେଲା ବଡ଼ ନିର୍ଦ୍ଦେଶଏହା ପରେ ସମ୍ପର୍କୀୟମାନେ ତୁରନ୍ତ ବିନୀତଙ୍କୁ ମାୟାଗାଜର JLNMCH ହସ୍ପିଟାଲକୁ ନେଇଗଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ହୃଦଘାତ ହୋଇଥିବା ନେଇ ସୂଚନା ମିଳିଛି । ମୃତ୍ୟୁ ଖବର ପାଇବା ମାତ୍ରେ କନ୍ୟା ମଧ୍ୟ ବେହୋସ ହୋଇଯାଇଥିଲା। ଏହି ଦୁର୍ଘଟଣା ଯୋଗୁଁ ଉଭୟ ପରିବାରରେ ଶୋକ ପ୍ରକାଶ ପାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।